ଚୀନ୍‌ର ଭଦ୍ରଲୋକ ପଣିଆକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧାରିବାକୁ ଚୀନ୍‌ ଭଦ୍ରଲୋକ ହେବାକୁ ପ୍ରସ୍ତାବ ଦେଇଥିଲା। ଭାରତ, ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ସମୟରେ ତୃତୀୟ ପକ୍ଷ ତଥା ଚୀନ୍‌ଙ୍କୁ ସାମିଲ୍‌ କରିବାକୁ ଚୀନ୍‌ର ରାଷ୍ଟ୍ରଦୂତ ଲୁଓ ଜାହୁଇ ପ୍ରସ୍ତାବ ଦେଇଥିଲେ। ଯାହାକୁ ଭାରତ ପ୍ରତ୍ୟାଖାନ କରିଦେଇଛି।  ସେ ଆହୁରି କହିଥିଲେ, “ଭାରତ-ପାକିସ୍ତାନ-ଚୀନ୍‌ ମଧ୍ୟରେ ଥିବା ବିବାଦର ଅନ୍ତ ଘଟାଇବାକୁ ତ୍ରିପାକ୍ଷିକ ସମ୍ମିଳନୀର ଆବଶ୍ୟକତା ରହିଛି।। ଏଭଳି ଆଲୋଚନା ହେଲେ ଇଣ୍ଡୋ-ପାକ୍‌ ସମ୍ପର୍କରେ ସୁଧାର ଆସିପାରିବ। ଭାରତ-ପାକିସ୍ତାନ-ଚୀନ୍‌ ତ୍ରିପାକ୍ଷିକ ସମ୍ମିଳନୀକୁ ଅତି […]

modi

modi

Rakesh Mallick
  • Published: Tuesday, 19 June 2018
  • Updated: 19 June 2018, 03:14 PM IST

Sports

Latest News

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧାରିବାକୁ ଚୀନ୍‌ ଭଦ୍ରଲୋକ ହେବାକୁ ପ୍ରସ୍ତାବ ଦେଇଥିଲା। ଭାରତ, ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ସମୟରେ ତୃତୀୟ ପକ୍ଷ ତଥା ଚୀନ୍‌ଙ୍କୁ ସାମିଲ୍‌ କରିବାକୁ ଚୀନ୍‌ର ରାଷ୍ଟ୍ରଦୂତ ଲୁଓ ଜାହୁଇ ପ୍ରସ୍ତାବ ଦେଇଥିଲେ। ଯାହାକୁ ଭାରତ ପ୍ରତ୍ୟାଖାନ କରିଦେଇଛି।  ସେ ଆହୁରି କହିଥିଲେ, “ଭାରତ-ପାକିସ୍ତାନ-ଚୀନ୍‌ ମଧ୍ୟରେ ଥିବା ବିବାଦର ଅନ୍ତ ଘଟାଇବାକୁ ତ୍ରିପାକ୍ଷିକ ସମ୍ମିଳନୀର ଆବଶ୍ୟକତା ରହିଛି।। ଏଭଳି ଆଲୋଚନା ହେଲେ ଇଣ୍ଡୋ-ପାକ୍‌ ସମ୍ପର୍କରେ ସୁଧାର ଆସିପାରିବ। ଭାରତ-ପାକିସ୍ତାନ-ଚୀନ୍‌ ତ୍ରିପାକ୍ଷିକ ସମ୍ମିଳନୀକୁ ଅତି ଗଠନମୂଳକ ଚିନ୍ତାଧାରା।”

ଭାରତ ଏହାର ତୀବ୍ର ବିରୋଧ କରିବା ସହ ଏହି ମାମଲାରେ ତୃତୀୟ ପକ୍ଷର ସ୍ଥାନ ନାହିଁ ବୋଲି ସ୍ପଷ୍ଟ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଭୀସ୍‌ କୁମାର କହିଛନ୍ତି ଯେ, ‘‘ଭାରତ ପାକିସ୍ତାନ ମଧ୍ୟରେ ଥିବା ସମ୍ବନ୍ଧ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ। ଏଥିରେ କୌଣସି ତୃତୀୟ ପକ୍ଷ ମୁଣ୍ଡ ଖେଳେଇବା ଆବଶ୍ୟକତା ନାହିଁ। ଆଉ ଗୋଟିଏ କଥା ହେଉଛି ଚୀନ ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରସ୍ତାବ ଔପଚାରିକ ଭାବେ ଆସିନାହିଁ। ଯାହା ଜଣାପଡୁଛି ଏହା ବୋଧେ ରାଷ୍ଟ୍ରଦୂତଙ୍କ ବ୍ୟକ୍ତିଗତ ମତ।”

ବିରୋଧୀ ଦଳ କଂଗ୍ରେସ ମଧ୍ୟ ଚୀନର ଏଭଳି ପ୍ରସ୍ତାବକୁ ସମାଲୋଚନା କରିଛି। ସିମଲା ଚୁକ୍ତିନାମା ମୁତାବକ, ଭାରତ-ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ ହେବା ଆବଶ୍ୟକ ବୋଲି କଂଗ୍ରେସ କହିଛି।

ଲୁଓ କହିଥିଲେ, ଚୀନ୍‌-ଋଷ-ମଙ୍ଗୋଲିଆ ମଧ୍ୟରେ ଯଦି ସମ୍ମିଳନୀ ହୋଇପାରୁଛି, ଭାରତ-ପାକିସ୍ତାନ-ଚୀନ୍‌ ମଧ୍ୟରେ ନହେବାର କୌଣସି କାରଣ ନାହିଁ। ଚୀନ୍‌ ଦୂତାବାସ ଦ୍ୱାରା ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସେମିନାର୍‌ରେ ‘ବିୟଣ୍ଡ୍‌ ଉହାନ୍‌: ହାଓ ଫାର୍‌ ଆଣ୍ଡ ଫାଷ୍ଟ କ୍ୟାନ୍‌ ଚାଇନା-ଇଣ୍ଡିଆ ରିଲେସନ୍ସ ଗୋ’ ନାମକ ଏକ ବିଷୟ ବସ୍ତୁ ଉପରେ ନିଜ ମନ୍ତବ୍ୟ ରଖିଛନ୍ତି। ସେ ଆହୁରି କହିଛନ୍ତି, “କିଛି ଭାରତୀୟ ବନ୍ଧୁ ତାଙ୍କୁ ଏଭଳି ପ୍ରସ୍ତାବ ଦେବା ପାଇଁ ଉପାୟ ଦେଇଥିଲେ।”

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos