ପାକିସ୍ତାନକୁ ପୁଣି ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଆଜି ପୁଣିଥରେ ଭାରତ ସରକାର ଚେତାବନୀ ଦେଇଛନ୍ତି। ପାକିସ୍ତାନ ଯଥାଶୀଘ୍ର ଆତଙ୍କବାଦୀ ଓ ଆତଙ୍କବାଦ ବିରୋଧରେ ଏକ ଦାୟିତ୍ୱବାନ ରାଷ୍ଟ୍ର ଭାବେ ଉଚିତ ପଦକ୍ଷେପ ଗ୍ରହଣ କରୁ। ଏଫ୍‌ଏଟିଏଫ୍‌ ଯେଉଁ ସବୁ ସର୍ତ୍ତ ପାକିସ୍ତାନ ଉପରେ ଲାଗୁ କରିଛନ୍ତି, ସେଗୁଡ଼ିକୁ ଇସ୍‌ଲାମାବାଦ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟକାରୀ କରୁ ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି। ଏଫ୍‌ଏଟିଏଫ୍‌ ରିପୋର୍ଟ ସମ୍ପର୍କରେ ପ୍ରତିକ୍ରିୟା ଦେଇ ରବିଶ […]

w

Hemant Lenka
  • Published: Saturday, 22 June 2019
  • , Updated: 22 June 2019, 12:17 PM IST

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଆଜି ପୁଣିଥରେ ଭାରତ ସରକାର ଚେତାବନୀ ଦେଇଛନ୍ତି। ପାକିସ୍ତାନ ଯଥାଶୀଘ୍ର ଆତଙ୍କବାଦୀ ଓ ଆତଙ୍କବାଦ ବିରୋଧରେ ଏକ ଦାୟିତ୍ୱବାନ ରାଷ୍ଟ୍ର ଭାବେ ଉଚିତ ପଦକ୍ଷେପ ଗ୍ରହଣ କରୁ। ଏଫ୍‌ଏଟିଏଫ୍‌ ଯେଉଁ ସବୁ ସର୍ତ୍ତ ପାକିସ୍ତାନ ଉପରେ ଲାଗୁ କରିଛନ୍ତି, ସେଗୁଡ଼ିକୁ ଇସ୍‌ଲାମାବାଦ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟକାରୀ କରୁ ବୋଲି ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି।

ଏଫ୍‌ଏଟିଏଫ୍‌ ରିପୋର୍ଟ ସମ୍ପର୍କରେ ପ୍ରତିକ୍ରିୟା ଦେଇ ରବିଶ କୁମାର କହିଛନ୍ତି,“ପାକିସ୍ତାନ ଆତଙ୍କବାଦ ବିରୋଧରେ ଠିକ୍‌ ଭାବେ କାର୍ଯ୍ୟ କରୁ ନଥିବାରୁ ଏଫ୍‌ଏଟିଏଫ୍‌ ଇସ୍‌ଲାମାବାଦକୁ ଗ୍ରେ ଲିଷ୍ଟରେ ରଖିଛି। ଏବେ ପାକିସ୍ତାନ ଏଥିରୁ ବର୍ତ୍ତିବା ପାଇଁ ଆତଙ୍କବାଦ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।

ଜାନୁଆରୀ ଓ ମେ’ ମାସ ମଧ୍ୟରେ ପାକିସ୍ତାନ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲା। ହେଲେ ଏଥିରେ ପାକିସ୍ତାନ ଫେଲ ମାରିଛି। ଏବେ ସେପ୍ଟେମ୍ବର ଶେଷ ସୁଦ୍ଧା ପାକିସ୍ତାନ ଏହାକୁ ଗୁରୁତ୍ୱର ସହ ନେଇ ଆତଙ୍କବାଦକୁ ନିଜ ଦେଶରେ ବନ୍ଦ କରିବା ଉଚିତ। ଆତଙ୍କବାଦ ଏବେ ବିଶ୍ୱ ପାଇଁ ବଡ଼ ବିପଦ ଭାବେ ଉଭା ହୋଇଛି। ତେଣୁ ପାକିସ୍ତାନ ସରକାର ଏହାର ଉତ୍ତରଦାୟିତ୍ୱ ଗ୍ରହଣ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆମର ଆଶା।”

ଏଫ୍‌ଏଟିଏଫ୍‌ ହେଉଛି ଏବ ବିଶ୍ୱସ୍ତରୀୟ ସଂସ୍ଥା। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ଓ ଅନ୍ୟାନ୍ୟ ସହଯୋଗ ଯୋଗାଇ ଦେଉଥିବା ରାଷ୍ଟ୍ର ଉପରେ ଏହା ନଜର ରଖିଥାଏ। ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରୁଥିବାରୁ ସଂସ୍ଥା ଇସ୍‌ଲାମାବାଦକୁ ଗ୍ରେ ଲିଷ୍ଟରେ ରଖିଛି। ଏଥିସହ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବା ଭଳି ସଂଗଠନକୁ ବ୍ୟାନ୍‌ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛି।

ଗତବର୍ଷ ଜୁଲାଇ ମାସରେ ଆତଙ୍କୀ ସଂଗଠନକୁ ମିଳୁଥିବା ପାଣ୍ଠିକୁ ବନ୍ଦ କରିବାରେ ପାକିସ୍ତାନ ସରକାର ଉପଯୁକ୍ତ ଆଇନ୍‌ ପ୍ରଣୟନ କରିପାରି ନଥିବାରୁ ଏଫ୍‌ଏଟିଏଫ୍‌ ଇସ୍‌ଲାମାବାଦକୁ ଗ୍ରେ ଲିଷ୍ଟରେ ରଖିଥିଲା।

Related story