ପାକ୍‌ ଡେପୁଟି ହାଇକମିଶନରଙ୍କୁ ସମନ୍‌

ନୂଆଦିଲ୍ଲୀ: ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ସମର୍ଥନ କରି ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରିଛି। ପାକିସ୍ତାନର ଏକାଧିକ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରିଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ଏଫ୍‌-୧୬କୁ ଭାରତୀୟ ବାୟୁସେନା ଖସାଇ ଦେଇଛନ୍ତି। ପାକିସ୍ତାନର ଏଭଳି ସୀମା ଉଲ୍ଲଙ୍ଘନକୁ ବିରୋଧ କରି ଆଜି ଭାରତ ସରକାର ପାକ୍‌ ଡେପୁଟି ହାଇକମିଶନରଙ୍କୁ ସମନ୍‌ କରିଛନ୍ତି। ଭାରତର ସମନ ପରେ ପାକ୍‌ର ଡେପୁଟି ହାଇକମିଶନର ସୟିଦ ହାଇଦର ଶାହ ଅପରାହ୍ନରେ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ହାଜର […]

sy

sy

Hemant Lenka
  • Published: Wednesday, 27 February 2019
  • Updated: 27 February 2019, 06:02 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ସମର୍ଥନ କରି ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରିଛି। ପାକିସ୍ତାନର ଏକାଧିକ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରିଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ଏଫ୍‌-୧୬କୁ ଭାରତୀୟ ବାୟୁସେନା ଖସାଇ ଦେଇଛନ୍ତି।

ପାକିସ୍ତାନର ଏଭଳି ସୀମା ଉଲ୍ଲଙ୍ଘନକୁ ବିରୋଧ କରି ଆଜି ଭାରତ ସରକାର ପାକ୍‌ ଡେପୁଟି ହାଇକମିଶନରଙ୍କୁ ସମନ୍‌ କରିଛନ୍ତି। ଭାରତର ସମନ ପରେ ପାକ୍‌ର ଡେପୁଟି ହାଇକମିଶନର ସୟିଦ ହାଇଦର ଶାହ ଅପରାହ୍ନରେ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ହାଜର ହୋଇଛନ୍ତି। ସାଉଥ ବ୍ଲକରେ ଥିବା ବୈଦେଶିକ ମନ୍ତ୍ରଣାଳୟରେ ଶାହ ହାଜର ହେବା ପରେ ଭାରତ ନିଜର ପ୍ରତିବାଦ ତାଙ୍କୁ ଜଣାଇଛି।

ଏଥିସହ ପାକିସ୍ତାନ ଯେଉଁ ଭାରତୀୟ ବାୟୁସେନା ପାଇଲଟଙ୍କୁ ଗିରଫ କରିଛି ବୋଲି କହୁଛି, ସେ ସମ୍ପର୍କରେ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଶାହଙ୍କ ସହ ଆଲୋଚନା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos