ରୁଷଠାରୁ ୨୦୦ କୋଟିର ଆଣ୍ଟି ଟ୍ୟାଙ୍କ ମିସାଇଲ୍‌ କିଣିବ ଭାରତ

ନୂଆଦିଲ୍ଲୀ: ନିଜର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ ଓ ଶତ୍ରୁ ପକ୍ଷର ଯେକୌଣସି କାର୍ଯ୍ୟାନୁଷ୍ଠାନର ମୁକାବିଲା କରିବା ପାଇଁ ଆଜି ଭାରତ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଭାରତ ସରକାର ରୁଷ ଠାରୁ ଆଣ୍ଟି ଟ୍ୟାଙ୍କ ମିସାଇଲ୍‌ ‘ଷ୍ଟ୍ରମ ଆଟକା'(Strum Ataka)ପାଇଁ ଡିଲ୍‌ କରିଛନ୍ତି। ଜରୁରୀକାଳୀନ ବିଧି ଭିତ୍ତିରେ ଏହି ଡିଲ୍‌ ହୋଇଛି। ଅର୍ଥାତ ରୁଷ ମାତ୍ର ୩ ମାସ ମଧ୍ୟରେ ‘ଷ୍ଟ୍ରମ ଅଟକା’ ମିସାଇଲ ଭାରତକୁ ଯୋଗାଇ ଦେବ। ଏହି ଡିଲ୍‌ […]

wew

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 08:37 PM IST

ନୂଆଦିଲ୍ଲୀ: ନିଜର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ ଓ ଶତ୍ରୁ ପକ୍ଷର ଯେକୌଣସି କାର୍ଯ୍ୟାନୁଷ୍ଠାନର ମୁକାବିଲା କରିବା ପାଇଁ ଆଜି ଭାରତ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଭାରତ ସରକାର ରୁଷ ଠାରୁ ଆଣ୍ଟି ଟ୍ୟାଙ୍କ ମିସାଇଲ୍‌ 'ଷ୍ଟ୍ରମ ଆଟକା'(Strum Ataka)ପାଇଁ ଡିଲ୍‌ କରିଛନ୍ତି। ଜରୁରୀକାଳୀନ ବିଧି ଭିତ୍ତିରେ ଏହି ଡିଲ୍‌ ହୋଇଛି।

ଅର୍ଥାତ ରୁଷ ମାତ୍ର ୩ ମାସ ମଧ୍ୟରେ 'ଷ୍ଟ୍ରମ ଅଟକା' ମିସାଇଲ ଭାରତକୁ ଯୋଗାଇ ଦେବ। ଏହି ଡିଲ୍‌ ପାଇଁ ୨୦୦କୋଟି ଟଙ୍କାର ଚୁକ୍ତି ହୋଇଛି। 'ଷ୍ଟ୍ରମ ଆଟକା' ଭାରତୀୟ ବାୟୁସେନାରେ ଥିବା ଏମ୍‌ଆଇ-୩୫ ଆକ୍ରମଣକାରୀ ହେଲିକପ୍ଟରରେ ଖଞ୍ଜାଯିବ।

ଏହା ଆକାଶ ମାର୍ଗରୁ ସ୍ଥଳ ଭାଗରେ ବ୍ୟବହୃତ ହେଉଥିବା ଶତ୍ରୁ ପକ୍ଷର ଟ୍ୟାଙ୍କକୁ ନଷ୍ଟ କରିଦେବ। କେବଳ ଟ୍ୟାଙ୍କ ନୁହେଁ, ଶତ୍ରୁ ପକ୍ଷର ଯେ କୌଣସି ଯୁଦ୍ଧାସ୍ତ୍ର ବିରୋଧରେ ଏହାକୁ ବ୍ୟବହାର କରାଯାଇପାରେ।

ରୁଷ ଠାରୁ ଏସ୍‌-୪୦୦ ମିସାଇଲ୍‌ କିଣିବା ପାଇଁ ଭାରତ ପୂର୍ବରୁ ଡିଲ୍‌ କରିଥିଲା। ଏହାକୁ ନେଇ ଆମେରିକା ସରକାର ଆପତ୍ତି ଉଠାଇଥିଲେ। କିନ୍ତୁ ଏହାକୁ ଖାତିର ନ କରି ଭାରତ ସରକାର ପୁଣିଥରେ ରୁଷ ସହ 'ଷ୍ଟ୍ରମ ଆଟକା' ମିସାଇଲ କିଣିବା ପାଇଁ ଡିଲ୍‌ କରିଛନ୍ତି।

Related story