ବଡ଼ ଖବର: ଡିସେମ୍ବର ସୁଦ୍ଧା ଭାରତକୁ ମିଳିବ ୧୦୦ ମିଲିୟନ କରୋନା ଟିକା

ନୂଆଦିଲ୍ଲୀ: କରୋନା ଆତଙ୍କ ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଡିସେମ୍ବର ସୁଦ୍ଧା ଭାରତକୁ ୧୦୦ ମିଲିୟନ କରୋନା ଟିକା ମିଳିବ। ଅକ୍ସଫୋର୍ଡ ଓ ଆଷ୍ଟ୍ରେଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାର ୧୦୦ ମିଲିୟନ ଡୋଜ୍ ଭାରତରେ ରହିଥିବ ଓ ପରୀକ୍ଷା ମୂଳକ ଭାବେ ସାରା ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଆଜି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦର ପୋନାୱାଲା କହିଛନ୍ତି। ସେ କହିଛନ୍ତି, ଶେଷ ପର୍ଯ୍ୟାୟ ଟ୍ରାଏଲ ବେଳେ […]

yh

yh

Hemant Lenka
  • Published: Friday, 13 November 2020
  • Updated: 13 November 2020, 06:59 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଆତଙ୍କ ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଡିସେମ୍ବର ସୁଦ୍ଧା ଭାରତକୁ ୧୦୦ ମିଲିୟନ କରୋନା ଟିକା ମିଳିବ। ଅକ୍ସଫୋର୍ଡ ଓ ଆଷ୍ଟ୍ରେଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାର ୧୦୦ ମିଲିୟନ ଡୋଜ୍ ଭାରତରେ ରହିଥିବ ଓ ପରୀକ୍ଷା ମୂଳକ ଭାବେ ସାରା ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଆଜି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ ଅଦର ପୋନାୱାଲା କହିଛନ୍ତି।

ସେ କହିଛନ୍ତି, ଶେଷ ପର୍ଯ୍ୟାୟ ଟ୍ରାଏଲ ବେଳେ ଆଷ୍ଟ୍ରେଜେନେକା କରୋନା ଟିକା ପ୍ରଭାବ ଦେଖାଇବାକୁ ସକ୍ଷମ ହୋଇଛି। ମୋଟ ଉପରେ ଆମକୁ ୧ ବିଲିୟନ ଡୋଜ ଟିକା ପ୍ରସ୍ତୁତ କରିବାକୁ ଅନୁମତି ମିଳିଛି। ସମ୍ଭବତଃ ଡିସେମ୍ବର ସୁଦ୍ଧା ଭାରତ ପାଇଁ ଆମେ ୧୦୦ ମିଲିୟନ ଡୋଜ୍‌ ପ୍ରସ୍ତୁତ କରିନେବୁ।

ଭାରତ ସରକାର ଡିସେମ୍ବର ମାସରେ କରୋନା ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇ ପାରନ୍ତି। ପ୍ରାଥମିକ ଅବସ୍ଥାରେ ସେରମ ପ୍ରସ୍ତୁତ କରୁଥିବା କରୋନା ଟିକା ଭାରତକୁ ଦେବ। ଆସନ୍ତା ବର୍ଷ ଆରମ୍ଭରୁ ପୂର୍ଣ୍ଣ ଅନୁମତି ମିଳିଲେ ୫୦:୫୦ରେ କରୋନା ଟିକା ଭାରତ ଓ ବିଶ୍ୱ ପାଇଁ ପ୍ରସ୍ତୁତ କରାଯିବ।

ସେରମ ଏବେଠାରୁ ୪୦ ମିଲିୟନ ଡୋଜ କରୋନା ଟିକା ପ୍ରସ୍ତୁତ କରିସାରିଛି ଓ ଆସନ୍ତାମାସରେ ନୋଭାକ୍ସ କରୋନା ଟିକାର ପ୍ରସ୍ତୁତି ଆରମ୍ଭ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos