ବୁଧବାର ଭାରତ-ପାକ୍ କର୍ତ୍ତାରପୁର କରିଡର ଚୁକ୍ତି, ଫି’ ଆଦାୟ ନିଷ୍ପତ୍ତିରେ ଇସ୍‌ଲାମାବାଦ ଅଟଳ

ନୂଆଦିଲ୍ଲୀ: ପାକିସ୍ତାନର ମନମାନୀ ସତ୍ତ୍ୱେ ଆସନ୍ତା ବୁଧବାର ଦିନ ଭାରତ ସରକାର କର୍ତ୍ତାରପୁର କରିଡର ପାଇଁ ଇସ୍‌ଲାମାବାଦ ସହ ଚୁକ୍ତି କରିବେ। ପାକିସ୍ତାନ ସରକାର କର୍ତ୍ତାରପୁରଠାରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଯାଉଥିବା ଶ୍ରଦ୍ଧାଳଙ୍କୁ ଠାରୁ ୨୦ ଡଲାର ଲେଖାଏ ଫି’ ଆଦାୟ କରିବାକୁ ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେଇଛି। ଭାରତ ଏହାର ପ୍ରତିବାଦ କରିଥିଲେ ହେଁ ପାକିସ୍ତାନ କୌଣସି ବୁଝାମଣା କରିନାହିଁ। ତଥାପି ଭାରତ ସରକାର ବୁଧବାର ଶ୍ରଦ୍ଧାଳୁଙ୍କ ଯିବା ଆସିବା ପାଇଁ ପାକିସ୍ତାନ […]

cb

cb

Hemant Lenka
  • Published: Monday, 21 October 2019
  • Updated: 21 October 2019, 05:40 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନର ମନମାନୀ ସତ୍ତ୍ୱେ ଆସନ୍ତା ବୁଧବାର ଦିନ ଭାରତ ସରକାର କର୍ତ୍ତାରପୁର କରିଡର ପାଇଁ ଇସ୍‌ଲାମାବାଦ ସହ ଚୁକ୍ତି କରିବେ। ପାକିସ୍ତାନ ସରକାର କର୍ତ୍ତାରପୁରଠାରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଯାଉଥିବା ଶ୍ରଦ୍ଧାଳଙ୍କୁ ଠାରୁ ୨୦ ଡଲାର ଲେଖାଏ ଫି’ ଆଦାୟ କରିବାକୁ ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେଇଛି।

ଭାରତ ଏହାର ପ୍ରତିବାଦ କରିଥିଲେ ହେଁ ପାକିସ୍ତାନ କୌଣସି ବୁଝାମଣା କରିନାହିଁ। ତଥାପି ଭାରତ ସରକାର ବୁଧବାର ଶ୍ରଦ୍ଧାଳୁଙ୍କ ଯିବା ଆସିବା ପାଇଁ ପାକିସ୍ତାନ ସହ ଅପରେସନାଲ ଚୁକ୍ତି କରିବାକୁ ରାଜି ହୋଇଛନ୍ତି।

ଜଣେ ଅଧିକାରୀ କହିଛନ୍ତି, ଗୁରୁ ନାନକଙ୍କ ୫୫୦ ତମ ଜନ୍ମଦିନରେ କର୍ତ୍ତାରପୁର କରିଡର ଉଦ୍‌ଘାଟନ ହେବ। ଭାରତର ଡେରା ବାବା ନାନକ ଠାରୁ ପାକିସ୍ତାନର କର୍ତ୍ତାରପୁରରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଶ୍ରଦ୍ଧାଳୁମାନେ ଯିବେ। ସବୁ କଥା ଚୂଡ଼ାନ୍ତ ହୋଇଥିଲେ ହେଁ ଭାରତ ସରକାର ପାକ୍‌ର ଫି’ ଆଦାୟ ନିଷ୍ପତ୍ତିରେ ଏକମତ ହୋଇ ନାହାନ୍ତି।

ଏହି ଗୋଟିଏ କଥାକୁ ନେଇ ପାକିସ୍ତାନ ସହ କର୍ତ୍ତାରପୁର କରିଡର ଚୁକ୍ତି ବିଳମ୍ବ ହେଉଛି। ୧୨ ନଭେମ୍ବରରେ ଗୁରୁ ନାନକଙ୍କ ଜନ୍ମଦିନ। ଏହାପୂର୍ବରୁ ହିଁ ଆମକୁ ସବୁ ବିବାଦର ସମାଧାନ କରିବାକୁ ପଡ଼ିବ। ପାକିସ୍ତାନ ଫ୍ରି ଭିସା ସର୍ଭିସ ଯୋଗାଇ ଦେବ। ହେଲେ ଫି’ ବାବଦରେ ଟଙ୍କା ଆଦାୟ କରିବ।

ଆମେ ପାକିସ୍ତାନକୁ ଏପରି ନ କରିବାକୁ କହିଥିଲୁ। ହେଲେ ପାକିସ୍ତାନ ନିଜ ଜିଦରେ ଅଟଳ। ତେଣୁ ଭାରତ ସରକାର ଶ୍ରଦ୍ଧାଳୁଙ୍କ ଗସ୍ତକୁ ଆଉ ବିଳମ୍ବିତ ନ କରି ଆସନ୍ତା ୨୩ ତାରିଖରେ ପାକିସ୍ତାନ ସହ ଚୁକ୍ତି ସ୍ୱାକ୍ଷର କରିବାକୁ ରାଜି ହୋଇଛନ୍ତି। କର୍ତ୍ତାରପୁର କରିଡର ଉଦ୍‌ଘାଟିତ ହେଲେ ମଧ୍ୟ କୌଣସି ଭାରତୀୟ ଅଧିକାରୀ ପାକିସ୍ତାନ ଯିବେ ନାହିଁ।

ଶ୍ରଦ୍ଧାଳୁଙ୍କ ପାଇଁ ପଞ୍ଜାବ ସରକାର ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ। ସେହିପରି ଶ୍ରଦ୍ଧାଳୁମାନେ ଲଞ୍ଚ ହେବାକୁ ଥିବା ୱେବସାଇଟ୍‌ ଜରିଆରେ ନିଜର ନାଁ ପଞ୍ଜୀକରଣ କରିପାରିବେ ବୋଲି ସେ କହିଛନ୍ତି।

କର୍ତ୍ତାରପୁର ସାହିବ ଗୁରୁଦ୍ୱାର ଯିବାକୁ ଥିବା ପ୍ରତିଟି ଶ୍ରଦ୍ଧାଳୁଙ୍କ ଠାରୁ ପାକିସ୍ତାନ ପ୍ରବେଶ ଫି’ ପାଇଁ ୧୪୨୮ ଟଙ୍କା ଆଦାୟ କରିବ। ଏଭଳି ଟଙ୍କା ଆଦାୟ  ନ କରିବାକୁ ଭାରତ ସରକାର ବାରମ୍ବାର ପାକିସ୍ତାନକୁ କହିଥିଲେ ହେଁ ଇସ୍‌ଲାମାବାଦ କୌଣସି କଥା ଶୁଣିନାହିଁ।

ପ୍ରବେଶ ଫି’ ବ୍ୟତୀତ ପାକିସ୍ତାନ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରସାଦ ବାବଦରେ ମଧ୍ୟ ୧୫୧ ଟଙ୍କା ନେବ। ୧୦୦ ଗ୍ରାମ ପ୍ରସାଦର ମୂଲ୍ୟ ୧୫୧ ଟଙ୍କା ରହିଛି। ଅନ୍ୟପକ୍ଷରେ ଗୁରୁଦ୍ୱାରରେ ମିଳୁଥିବା ପବିତ୍ର ପାଣି ଶ୍ରଦ୍ଧାଳୁ ନେଲେ, କୌଣସି ଫି’ ଆଦାୟ କରାଯିବ ନାହିଁ ବୋଲି ପାକିସ୍ତାନ ସରକାରଙ୍କ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story