ଆଇପିଏଲ ପାଇଁ ଭାରତ-ଇଂଲଣ୍ଡ ସିରିଜ୍‌ ୨୦୨୧ ଯାଏ ସ୍ଥଗିତ

ନୂଆଦିଲ୍ଲୀ: ବ୍ୟୟ ବହୁଳ ଆଇପିଏଲ ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର କ୍ରିକେଟ ସିରିଜ୍‌କୁ ବିସିସିଆଇ ୨୦୨୧ ଜାନୁଆରୀ ମାସ ଯାଏ ସ୍ଥଗିତ ରଖିଦେଇଛି। ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ ହେବାର ଥିଲା। କିନ୍ତୁ ଉଭୟ ବିସିସିଆଇ ଓ ଇଂଲଣ୍ଡ କ୍ରିକେଟ ବୋର୍ଡ ପରସ୍ପର ସହ ଆଲୋଚନା କରି ଏହାକୁ ସ୍ଥଗିତ କରାଯାଇଛି। ଇଂଲଣ୍ଡ ସେପ୍ଟେମ୍ବର଼-ଅକ୍ଟୋବର ମାସରେ ଭାରତ ଗସ୍ତରେ ଆସିଥାଆନ୍ତା। […]

up

up

Hemant Lenka
  • Published: Friday, 07 August 2020
  • Updated: 07 August 2020, 08:15 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟୟ ବହୁଳ ଆଇପିଏଲ ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସୀମିତ ଓଭର କ୍ରିକେଟ ସିରିଜ୍‌କୁ ବିସିସିଆଇ ୨୦୨୧ ଜାନୁଆରୀ ମାସ ଯାଏ ସ୍ଥଗିତ ରଖିଦେଇଛି। ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ ହେବାର ଥିଲା। କିନ୍ତୁ ଉଭୟ ବିସିସିଆଇ ଓ ଇଂଲଣ୍ଡ କ୍ରିକେଟ ବୋର୍ଡ ପରସ୍ପର ସହ ଆଲୋଚନା କରି ଏହାକୁ ସ୍ଥଗିତ କରାଯାଇଛି।

ଇଂଲଣ୍ଡ ସେପ୍ଟେମ୍ବର଼-ଅକ୍ଟୋବର ମାସରେ ଭାରତ ଗସ୍ତରେ ଆସିଥାଆନ୍ତା। ଏହି ସମୟରେ ଦୁଇ ଦେଶ ମଧ୍ୟରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ଖେଳାଯିବାର ଥିଲା। ଏହାପରେ ଉଭୟ ଟିମ ବିଶ୍ୱକପ ଟି-୨୦ ଖେଳିବାକୁ ଅଷ୍ଟ୍ରେଲିଆ ଯିବାର ଥିଲା।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିସି ବିଶ୍ୱକପ ଟି-୨୦କୁ ସ୍ଥଗିତ କରିଥିଲା। ଏହାପରେ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲ ଖେଳାଯିବ।

ଏବେ ଇଂଲଣ୍ଡ ୨୦୨୧ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଭାରତ ସହ ଟି-୨୦, ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବାକୁ ଆସିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos