ଚାଇନା-ପାକିସ୍ତାନ ସାମିଲ ହେଉଥିବାରୁ ରୁଷ ସମରାଭ୍ୟାସକୁ ଭାରତର ନା

ନୂଆଦିଲ୍ଲୀ: ରୁଷ ପକ୍ଷରୁ ଏକାଧିକ ରାଷ୍ଟ୍ରକୁ ନେଇ ଆୟୋଜନ ହେବାକୁ ଥିବା ସମରାଭ୍ୟାସରେ ଭାରତ ଯୋଗଦେବ ନାହିଁ। ଏହି ସମରାଭ୍ୟାସରେ ଚାଇନା ଓ ପାକିସ୍ତାନ ଯୋଗଦେବାକୁ ଥିବାରୁ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଓ ଚାଇନା ସହ ଭାରତର ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି। ଏହି କାରଣରୁ ଭାରତ ସରକାର ନିଜ ଦେଶର ସେନାକୁ ସମରାଭ୍ୟାସ ପାଇଁ ରୁଷକୁ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହି ଖବର ପୂର୍ବରୁ ଚାଇନା ଓ […]

dn

dn

Hemant Lenka
  • Published: Saturday, 29 August 2020
  • Updated: 29 August 2020, 07:51 PM IST

ନୂଆଦିଲ୍ଲୀ: ରୁଷ ପକ୍ଷରୁ ଏକାଧିକ ରାଷ୍ଟ୍ରକୁ ନେଇ ଆୟୋଜନ ହେବାକୁ ଥିବା ସମରାଭ୍ୟାସରେ ଭାରତ ଯୋଗଦେବ ନାହିଁ। ଏହି ସମରାଭ୍ୟାସରେ ଚାଇନା ଓ ପାକିସ୍ତାନ ଯୋଗଦେବାକୁ ଥିବାରୁ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଓ ଚାଇନା ସହ ଭାରତର ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି।

ଏହି କାରଣରୁ ଭାରତ ସରକାର ନିଜ ଦେଶର ସେନାକୁ ସମରାଭ୍ୟାସ ପାଇଁ ରୁଷକୁ ଛାଡ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହି ଖବର ପୂର୍ବରୁ ଚାଇନା ଓ ପାକିସ୍ତାନ ସହ ଭାରତୀୟ ଯବାନଙ୍କ ସହ ମିଶି ସାମରିକ କଳା ପ୍ରଦର୍ଶନ କରିବ ବୋଲି କୁହାଯାଉଥିଲା।

ଆସନ୍ତାମାସରେ ଏହି ମିଳିତ ସମରାଭ୍ୟାସ ରୁଷରେ ଆୟୋଜନ ହେବ। ଏହି ମିଳିତ ସମରାଭ୍ୟାସରେ ୩ ସେନାର ୧୫୦ ଟ୍ରୁପ୍ସକୁ ପଠାଇବା ପାଇଁ ରୁଷ ସରକାର ଭାରତକୁ ନିମନ୍ତ୍ରଣ ପତ୍ର ପଠାଇଥିଲେ। ସେପ୍ଟେମ୍ବର ୧୫ରୁ ୨୦ ଯାଏ Kavkaz 2020 ନାଁରେ ଏହି ସମରାଭ୍ୟାସ ହେବାର ଅଛି।

ମୋଟ ୧୮ଟି ଦେଶ ରୁଷ ତରଫରୁ ଆୟୋଜିତ ଡ୍ରିଲରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏବେ ଭାରତ ଏହି ମଲ୍ଟି ନ୍ୟାଶନାଲ ସମରାଭ୍ୟାସରେ ଯୋଗଦେବ ନାହିଁ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos