ମାଲଗାଡ଼ିକୁ ପିଟିଲା ଏକ୍ସପ୍ରେସ୍‌, ୫୦ ଆହତ

ଗୋଣ୍ଡିଆ(ମହାରାଷ୍ଟ୍ର): ମହାରାଷ୍ଟ୍ରର ଗୋଣ୍ଡିଆ ଇଲାକାରେ ଗତକାଲି ଏକ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏଥିରେ ୫୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲ ନିଆଯାଇଥିବା ବ୍ୟବସ୍ଥା କରାଯାଇଛି।

ଏକ ପାସେଞ୍ଜର ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଯିବା ପରେ ଏହି ଘଟଣା ଘଟିଛି। ଏଥିରେ କହାରି ମୃତ୍ୟୁ ଘଟିଥିବା ଖବର ଆସି ନାହିଁ।  ଗତକାଲି  ରାତି ୨ଟା ୩୦ରେ ପାସେଞ୍ଜର ଟ୍ରେନଟି  ମାଲଗାଡ଼ିସହ ପିଟି ହୋଇଯିବା ପରେ ଲାଇନଚ୍ୟୁତ ହୋଇଥିଲା। ପାସେଞ୍ଜର ଟ୍ରେନ୍‌ଟି ଛତିଶଗଡ଼ର ବିଳାରସପୁରରୁ ରାଜସ୍ଥାନର ଜୋଧପୁର ଯାଉଥିଲା।  ସିଗନାଲ ଇସ୍ୟୁକୁ ନେଇ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପାସେଞ୍ଜର ଟ୍ରେନଟିର ଡ୍ରାଇଭର ଇମାରଜେନ୍ସି ବ୍ରେକ ମାରିଥିଲେ ମଧ୍ୟ ମାଲଗାଡ଼ି ସହ ଦୁର୍ଘଟଣାକୁ ଏଡ଼ାଇ ପାରି ନଥିଲେ। ଘଠଣାସ୍ଥଳରେ ରେଲୱେ ଅଧିକାରୀ ପହଞ୍ଚି ଯାଞ୍ଚ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।