୨୪ ଘଣ୍ଟାରେ ୧୫.୮ ପ୍ରତିଶତ ବଢ଼ିଲା କରୋନା ମାମଲା

ନୂଆଦିଲ୍ଲୀ: ବୁଧବାର ଭାରତରେ କରୋନାଭାଇରସ୍ ମାମଲା ପୁଣି ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୧.୯୪,୭୨୦ ରୋଗୀ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ତୁଳନାରେ ଆଜି ନୂଆ ମାମଲାରେ ୧୫.୮ ପ୍ରତିଶତ ବୃଦ୍ଧି ଘଟିଛି।  ମଙ୍ଗଳବାର ୧.୬୮ ଲକ୍ଷ କରୋନା ରୋଗୀ ଚିହ୍ନଟ ହୋଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୪୨ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହା ସହିତ କୋଭିଡ କାରଣରୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪,୮୪,୬୫୫କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ  ରୋଗୀଙ୍କ ସଂଖ୍ୟା ତୁଳନାରେ କମ୍ ସଂଖ୍ୟକ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟ ବୃଦ୍ଧି ପାଇଛି। ଦେଶରେ ୯ଲକ୍ଷରୁ ଅଧିକ ସକ୍ରିୟ ମାମଲା ରହିଛି। ଅର୍ଥାତ ଏବେ  ୯,୫୫,୩୧୯ ଜଣ ରୋଗୀ ଚିକିତସିତ ହେଉଛନ୍ତି। ଆକ୍ଟିଭ ମାମଲା ୨.୬୫ ପ୍ରତିଶତ ରହିଛି।

ସେହିପରି  ରିକଭରି ହାର ୯୬.୦୧ ପ୍ରତିଶତକୁ ଖସିଛି। ଗୋଟିଏ ଦିନରେ ୬୦,୪୦୫ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ଏପର୍ଯ୍ୟନ୍ତ ମୋଟ ୩,୪୬,୩୦,୫୩୬ ଜଣ କରୋନାକରୁ ପରାସ୍ତ କରିବା ସଫଳ ହୋଇଛନ୍ତି। ଦେଶରେ ଦୈନିତକ ସଂକ୍ରମଣ ହାର ୧୧.୦୫ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ସାମ୍ପାହିକ ସଂକ୍ରମଣ ହାର ୯.୮୨ ପ୍ରତିଶତ ରହିଛି। ଏପର୍ଯ୍ୟନ୍ତ ସମୁଦାୟ ୬୯.୫୨ କୋଟି ପରୀକ୍ଷା କରାଯାଇଛି। ଦେଶର ଟିକାକରଣ ଅଭିଯାନ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ  ୧,୫୩,୮୦,୦୮,୨୦୦ ଡୋଜ୍ ଲୋକଙ୍କୁ ଦିଆଯାଇଛି।

ଏଥିରେ ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଥିବା ୮୫,୨୬,୨୪୦ ଡୋଜ୍‌ ଅନ୍ତର୍ଭୁକ୍ତ । ବୁଧବାର ଭାରତରେ କରୋନାର ୪୦୭ଟି ଓମିକ୍ରନ୍ ଭ୍ୟାରିଆଣ୍ଟ ରେକର୍ଡ଼ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଓମିକ୍ରନ୍ ମାମଲା ୪୮୬୮କୁ ବୃଦ୍ଧି ପାଇଛି। ମଙ୍ଗଳବାର ୪୨୮ଟି ଏବଂ ସୋମବାର ୪୧୦ ଟି ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ, ମୋଟ ଓମିକ୍ରନ୍ ରୋଗୀଙ୍କ ମଧ୍ୟରୁ ୧୮,୫୦୫ ଜଣ  ସୁସ୍ଥ ହୋଇଛନ୍ତି।

ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସର୍ବାଧିକ ୧୨୮୧ଟି ଓମିକ୍ରନ୍ ମାମଲା ଅଛି। ଏଥିସହିତ ରାଜସ୍ତାନରେ ୬୪୫, ଦିଲ୍ଲୀରେ ୫୪୬, କର୍ଣ୍ଣାଟକରେ ୪୭୯ ଏବଂ କେରଳରେ ୩୫୦ରୋଗୀ ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।