ଆମ୍‌ନେଷ୍ଟି ଇଣ୍ଡିଆ ଲିଙ୍କ୍‌ରେ ୧.୫୪ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଇଣ୍ଟନ୍ୟାଶନାଲ ମାନବାଧିକାର ସଂଗଠନ ଆମ୍‌ନେଷ୍ଟି ଇଣ୍ଡିଆ ସହ ଜଡ଼ିତ ଗୋଟିଏ ଚ୍ୟାରିଟେବୁଲ ଟ୍ରଷ୍ଟର ୧.୫୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଣ୍ଟି ମନି ଲଣ୍ଡରିଂ ଆଇନ ଅନୁସାରେ ଏପରି ପଦକ୍ଷେପ ନିଆଯାଇଥିବା ଇଡି ଶୁକ୍ରବାର କହିଛି। ସମ୍ପତ୍ତି ଜବତ ସଂକ୍ରାନ୍ତରେ ଇଡି ପକ୍ଷରୁ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅଧୀନରେ ଗୋଟିଏ ବିଜ୍ଞପ୍ତି ଜାରି କରାଯାଇଛି। ସମ୍ପତ୍ତି ଜବତ କରାଯିବା ଅର୍ଥ ଏହାକୁ ଟ୍ରାନ୍ସଫର କିମ୍ବା ଅନ୍ୟତ୍ର […]

amensty

amensty

Hemant Lenka
  • Published: Friday, 07 October 2022
  • Updated: 07 October 2022, 10:02 PM IST

ନୂଆଦିଲ୍ଲୀ: ଇଣ୍ଟନ୍ୟାଶନାଲ ମାନବାଧିକାର ସଂଗଠନ ଆମ୍‌ନେଷ୍ଟି ଇଣ୍ଡିଆ ସହ ଜଡ଼ିତ ଗୋଟିଏ ଚ୍ୟାରିଟେବୁଲ ଟ୍ରଷ୍ଟର ୧.୫୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଣ୍ଟି ମନି ଲଣ୍ଡରିଂ ଆଇନ ଅନୁସାରେ ଏପରି ପଦକ୍ଷେପ ନିଆଯାଇଥିବା ଇଡି ଶୁକ୍ରବାର କହିଛି। ସମ୍ପତ୍ତି ଜବତ ସଂକ୍ରାନ୍ତରେ ଇଡି ପକ୍ଷରୁ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅଧୀନରେ ଗୋଟିଏ ବିଜ୍ଞପ୍ତି ଜାରି କରାଯାଇଛି। ସମ୍ପତ୍ତି ଜବତ କରାଯିବା ଅର୍ଥ ଏହାକୁ ଟ୍ରାନ୍ସଫର କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିବ ନାହିଁ।

ଏହି ନିର୍ଦ୍ଦେଶନାମା ଇଣ୍ଡିଆନ୍ସ ଫର ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଟ୍ରଷ୍ଟ(ଆଇଏଆଇଟି) ବିରୋଧରେ ଜାରି କରାଯାଇଛି। ଏହି ଟ୍ରଷ୍ଟ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ(ଏଫସିଆରଏ)କୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏହାର ଅର୍ଥ ବିଦେଶୀ ପାଣ୍ଠି ଗ୍ରହଣ କରିବା ବେଳେ ଏହା ଭାରତରେ ପ୍ରଚଳିତ ଆଇନକୁ ମାନି ନଥିବା ଇଡି କହିଛି। ପ୍ରକୃତରେ ଆମନେଷ୍ଟି ଇଣ୍ଡିଆ ବିରୋଧରେ ପୂର୍ବରୁ ସମାନ ଅଭିଯୋଗ ଆସିଥିଲା। ଏହି ମାମଲାରେ ଟ୍ରଷ୍ଟ ମଧ୍ୟ ଜଡ଼ିତ ଥିବା କହି ଇଡି ଏପରି ପଦକ୍ଷେପ ଗ୍ରହଣ କରିଛି।

ପ୍ରଥମେ ବିଦେଶୀ ପାଣ୍ଠି ଗ୍ରହଣ କରିବାରେ ହେରଫେର ହୋଇଥିବା ସିବିଆଇ କହିଥିଲା। ସିବିଆଇ ଆମନେଷ୍ଟି ଇଣ୍ଡିଆ ବିରୋଧରେ ତଦନ୍ତ କରୁଥିବା ବେଳେ ଇଡି ମଧ୍ୟ ଏଫଆଇଆର ରୁଜୁ କରିଥିଲା। ଇଡି କହିଛି ଯେ ଟ୍ରଷ୍ଟ ଏହାର ମୁଖ୍ୟ ସଂସ୍ଥା ଉପରେ ଲାଗିଥିବା କଟକଣାକୁ ବାଇପାସ୍‌ କରି ନିଜ କାର୍ଯ୍ୟ ଜାରି ରଖିଲା।
ସରକାରଙ୍କ ମାତ୍ରାଧିବ କାର୍ଯ୍ୟାନୁଷ୍ଠାନ ଯୋଗୁ ଭାରତରେ ଦୁଇ ବର୍ଷ ହେଲା ଏହି ମାନବାଧିକାର ସଂଗଠନ କାମ ବନ୍ଦ କରି ଦେଇଥିବା ଅଭିଯୋଗ କରିଛି।

ଦେଶରେ ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କରେ ମୁହଁ ଖୋଲିବାରୁ ଭାରତ ସରକାର ସଂଗଠନ ବ୍ୟାଙ୍କ ଆକାଉଣ୍ଟକୁ ଜବତ କରି ଦଣ୍ଡ ଦେଇଥିବା ଅଭିଯୋଗ ହୋଇଛି। ଆମନେଷ୍ଟି କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିଭିନ୍ନ ଆଳ ଦେଖାଇ ସଂଗଠନର ଆକାଉଣ୍ଟକୁ ବନ୍ଦ କରି ଦେଇଥିଲେ। ଏଥିପାଇଁ ସଂଗଠନ ସହ ଜଡ଼ିତ କର୍ମଚାରୀମାନେ ଭାରତରେ କାମ କରିବାକୁ ଅକ୍ଷମ ହୋଇଛନ୍ତି।

ସରକାର ସଂଗଠନ ଉଠାଉଥିବା ପ୍ରସଙ୍ଗ ସହ ଏକମତ ହେଉ ନଥିବାରୁ ପୂର୍ବାଗ୍ରହ ରଖି ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ଜାଣିଶୁଣି ଭାରତ ସରକାର ସଂଗଠନ ଓ ଏହାର ସହ ଜଡ଼ିତ ଲୋକଙ୍କୁ ହଇରାଣ କରୁଛନ୍ତି ବୋଲି ଆମନେଷ୍ଟି କହିଛି।

ଲଣ୍ଡନ ଭିତ୍ତିକ ଆମନେଷ୍ଟି ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ କଥା ଉଠାଇଥିଲା। ଏଥିସହ ୨୦୨୦ ଦିଲ୍ଲୀ ଦଙ୍ଗା ବେଳେ ପୁଲିସ୍‌ର ଉତ୍ତରଦାୟିତ୍ୱକୁ ଅଣଦେଖା କରାଯାଇଥିବା ମଧ୍ୟ କହିଥିଲା। ସମ୍ଭବତଃ ଏହି କାରଣ ପାଇଁ ସଂଗଠନ ବିରୋଧରେ ବିଦେଶୀ ପାଣ୍ଠି ହେରଫେର କରିଥିବା ଅଭିଯୋଗ ଅଣାଯାଇଛି ବୋଲି ଆମନେଷ୍ଟି ଆଶଙ୍କା କରିଛି।

ବିଦେଶୀ ପାଣ୍ଠି ସଂଗ୍ରହରେ ଅନିୟମିତତା ପାଇଁ ଚଳିତ ବର୍ଷ ଜୁଲାଇ ମାସରେ ଇଡି ଆମନେଷ୍ଟି ଇଣ୍ଡିଆ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିଃ ଓ ଏହାର ପୂର୍ବତନ ସିଇଓ ଆକାର ପଟେଲଙ୍କ ଉପରେ ଯଥାକ୍ରମେ ୫୧.୭୨ କୋଟି ଏବଂ ୧୦ କୋଟି ଟଙ୍କାର ଜୋରିମାନା ଲଗାଇଥିଲା। ଏହାପୂର୍ବରୁ ଏପ୍ରିଲ ମାସରେ ଆକାର ପଟେଲ ଆମେରିକା ଯାଉଥିବା ବେଳେ ତାଙ୍କୁ ସିବିଆଇର ନିର୍ଦ୍ଦେଶନାମା ବଳରେ ବିମାନରେ ଉଡ଼ାଣ ପାଇଁ ଅନୁମତି ଦିଆଯାଇ ନଥିଲା ବୋଲି ସେ ନିଜେ ଅଭିଯୋଗ କରିଥିଲେ।

ଏପ୍ରିଲ ୬ରେ ଆକାର ଟ୍ୱିଟ କରି କହିଥିଲେ ଯେ ବେଙ୍ଗାଲୁରୁ ଏୟାରପୋର୍ଟର ଇମିଗ୍ରେସନ କର୍ତ୍ତୃପକ୍ଷ ମୋତେ ଆମେରିକା ଯିବାକୁ ଅନୁମତି ଦେଇ ନାହାନ୍ତି। ସିବିଆଇ ମୋତେ ଏକଜିଟ କଣ୍ଟ୍ରୋଲ ଲିଷ୍ଟରେ ରଖିଥିବା ସେମାନେ ମୋତେ ଜଣାଇଥିଲେ। ମୋ ନାଁରେ ଲୁକ ଆଉଟ ସର୍କ୍ୟୁଲାର ଜାରି କରାଯାଇଥିବା କଥା କହିବା ପାଇଁ ମୋତେ ଜଣେ ସିବିଆଇ ଅଧିକାରୀ ଫୋନ କରିଥିଲେ।

ଆମନେଷ୍ଟି ଇଣ୍ଟିରନ୍ୟାଶଲ ଇଣ୍ଡିଆ ନାଁରେ ମୋଦି ସରକାର ମାମଲା କରିଥିବାରୁ ମୋ ବିରୋଧରେ ଏମିତି ପଦକ୍ଷେପ ନିଆଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ତେବେ ଗୁଜରାଟ କୋର୍ଟ ତାଙ୍କୁ ଆମେରିକା ଗସ୍ତ କରିବାକୁ ଅନୁମତି ଦେଇଛନ୍ତି। ଏଥିସହ କୋର୍ଟ ନିର୍ଦ୍ଦେଶରେ ସେ ପାସପୋର୍ଟ ପାଇଥିବା ମଧ୍ୟ ସୂଚନା ଦେଇଥିଲେ।

ସିବିଆଇ ଏଫଆଇଆର ଆଧାରରେ ଇଡି ଆମନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ନାଁରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ୨୦୧୯ରେ ଇଡି ଆମନେଷ୍ଟି ଇଣ୍ଟିରନ୍ୟାଶଲ ଇଣ୍ଡିଆକୁ ନୋଟିସ କରି ୫୧ କୋଟି ଟଙ୍କାର ବିଦେଶୀ ପାଣ୍ଠି ସଂଗ୍ରହ ସମ୍ପର୍କରେ ପକ୍ଷ ରଖିବାକୁ କହିଥିଲା।

ଏହି ସମୟରେ ଶ୍ରୀ ପଟେଲ ସୋଶାଲ ମିଡିଆରେ ପୋଷ୍ଟ କରି ନରେନ୍ଦ୍ର ମୋଦି ଓ ଆରଏସଏସ ବିରୋଧରେ ମତ ରଖିଥିଲେ। ତାଙ୍କ ପୋଷ୍ଟ ଦୁଇ ସଂପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରୁଥିବା ଅଭିଯୋଗ ହେବାରୁ ମାମଲା ମଧ୍ୟ ରୁଜୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story