ଆଇସିଏମଆରର ବଡ଼ ଦାବି: ଜୁଲାଇ ମଧ୍ୟ ଭାଗରୁ ଦୈନିକ ୧ କୋଟି କରୋନା ଟିକା

ନୂଆଦିଲ୍ଲୀ: ଜୁଲାଇ ମଧ୍ୟ ଭାଗ ଯାଏ ଦେଶରେ କରୋନା ଟିକାର ସଙ୍କଟ ଦେଖାଯିବ। ବର୍ତ୍ତମାନ ଯେଉଁଭଳି ଭାବେ ଟିକାର ଅଭାବ ବିଭିନ୍ନ ରାଜ୍ୟରୁ ଆସୁଛି। ସମ୍ଭବତଃ ଏଭଳି ପ୍ରକ୍ରିୟା ଜୁଲାଇ ମଧ୍ୟଭାଗ କିମ୍ବା ଅଗଷ୍ଟ ପ୍ରଥମ ଭାଗ ଯାଏ ଦେଖିବାକୁ ମିଳିପାରେ। କାରଣ ଜୁଲାଇ ମଧ୍ୟ ଭାଗ କିମ୍ବା ଅଗଷ୍ଟ ପ୍ରଥମରୁ ହିଁ ଦେଶରେ ଦୈନିକ ୧ କୋଟି ଟଙ୍କା ଉପଲବ୍ଧ ହେବ ବୋଲି ଆଜି ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବ ଦାବି କରିଛନ୍ତି। ଏହାର ଅର୍ଥ […]

Vaccine

Vaccine

Hemant Lenka
  • Published: Tuesday, 01 June 2021
  • Updated: 01 June 2021, 09:05 PM IST

Sports

Latest News

ନୂଆଦିଲ୍ଲୀ: ଜୁଲାଇ ମଧ୍ୟ ଭାଗ ଯାଏ ଦେଶରେ କରୋନା ଟିକାର ସଙ୍କଟ ଦେଖାଯିବ। ବର୍ତ୍ତମାନ ଯେଉଁଭଳି ଭାବେ ଟିକାର ଅଭାବ ବିଭିନ୍ନ ରାଜ୍ୟରୁ ଆସୁଛି। ସମ୍ଭବତଃ ଏଭଳି ପ୍ରକ୍ରିୟା ଜୁଲାଇ ମଧ୍ୟଭାଗ କିମ୍ବା ଅଗଷ୍ଟ ପ୍ରଥମ ଭାଗ ଯାଏ ଦେଖିବାକୁ ମିଳିପାରେ। କାରଣ ଜୁଲାଇ ମଧ୍ୟ ଭାଗ କିମ୍ବା ଅଗଷ୍ଟ ପ୍ରଥମରୁ ହିଁ ଦେଶରେ ଦୈନିକ ୧ କୋଟି ଟଙ୍କା ଉପଲବ୍ଧ ହେବ ବୋଲି ଆଜି ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବ ଦାବି କରିଛନ୍ତି।

ଏହାର ଅର୍ଥ ଜୁଲାଇ ମଧ୍ୟ ଭାଗ ଯାଏ ଦେଶରେ ଟିକା ଅଭାବ ଦେଖାଯାଇ ପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। କେନ୍ଦ୍ର ସରକାର ଡିସେମ୍ବର ଶେଷ ସୁଦ୍ଧା ୧୦୮ କୋଟି ଲୋକଙ୍କର ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଭାର୍ଗବ ଏପରି ବୟାନ ଦେଇଛନ୍ତି। ଏଥିସହ ବର୍ତ୍ତମାନ ଦେଶରେ ଟିକା ଉତ୍ପାଦନ କ୍ଷମତାକୁ ବୃଦ୍ଧି କରାଯାଉଥିବାରୁ ସେ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି। ଭବିଷ୍ୟତରେ ଟିକାର କୌଣସି ପ୍ରକାରର ଅଭାବ ଦେଖାଯିବ ନାହିଁ ବୋଲି ମଧ୍ୟ ସେ ସମସ୍ତଙ୍କୁ ପୁଣିଥରେ କହିଛନ୍ତି।

ସେ କହିଛନ୍ତି, ଦେଶରେ ଟିକାର କୌଣସି ଅଭାବ ନାହିଁ। ମାସକ ମଧ୍ୟରେ ସାରା ଦେଶର ଟିକାକରଣ କଥା ଆମେ ଚିନ୍ତା କରୁଥିବାରୁ ଅଭାବ ଅନୁଭତ ହେଉଛି। କିନ୍ତୁ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଆମ ଦେଶର ଜନସଂଖ୍ୟା ଆମେରିକା ଠାରୁ ୪ ଗୁଣ ଅଧିକ। ତେଣୁ ଆମକୁ ଧୈର୍ଯ୍ୟ ରଖିବାକୁ ହେବ।

ଜୁଲାଇ ମଧ୍ୟ ଭାଗ କିମ୍ବା ଅଗଷ୍ଟ ପ୍ରଥମରୁ ଆମ ପାଖରେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ହେବ। ଦୈନିକ ୧ କୋଟି ଟଙ୍କା ଆମକୁ ମିଳିବ। ଏଥିସହ ଡିସେମ୍ବର ସୁଦ୍ଧା ସାରା ଦେଶର ଟିକାକରଣ ସରିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ଏହାପୂର୍ବରୁ ଦୁଇ କେନ୍ଦ୍ରମନ୍ତ୍ରୀ ସମାନ କଥା କହିଥିଲେ। କେନ୍ଦ୍ର ସରକାର ମଧ୍ୟ ଡିସେମ୍ବର ସୁଦ୍ଧା ସମସ୍ତଙ୍କର ଟିକାକରଣ ସରିବ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos