ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ: ପ୍ରତି ୪ ଜଣରେ ଜଣଙ୍କୁ ଶୁଣିବାରେ ହେବ ସମସ୍ୟା

ଜେନେଭା: ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢ଼େଇ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ନୂଆ ବିପଦ ସମ୍ପର୍କରେ ସତର୍କ କରାଇଛି। ହୁ’ କହିଛି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ୱ ଜନସଂଖ୍ୟାର ଏକ ଚତୁର୍ଥାଂଶ ଲୋକ ଶୁଣିବା ଶକ୍ତି ହରାଇବା ଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏ ସଂପର୍କରେ ପ୍ରକାଶ ପାଇଥିବା ଗୋଟିଏ ରିପୋର୍ଟରେ, ହୁ’ କହିଛି ଯେ ସମ୍ଭାବ୍ୟ ବିପଦକୁ ସାମ୍ନା କରିବା ପାଇଁ ଆମକୁ ଚିକିତ୍ସା ଓ ସଚେତନତା […]

Hearing-Problem

Hearing-Problem

Hemant Lenka
  • Published: Tuesday, 02 March 2021
  • Updated: 02 March 2021, 05:39 PM IST

Sports

Latest News

ଜେନେଭା: ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢ଼େଇ କରୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ନୂଆ ବିପଦ ସମ୍ପର୍କରେ ସତର୍କ କରାଇଛି। ହୁ’ କହିଛି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ୱ ଜନସଂଖ୍ୟାର ଏକ ଚତୁର୍ଥାଂଶ ଲୋକ ଶୁଣିବା ଶକ୍ତି ହରାଇବା ଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏ ସଂପର୍କରେ ପ୍ରକାଶ ପାଇଥିବା ଗୋଟିଏ ରିପୋର୍ଟରେ, ହୁ’ କହିଛି ଯେ ସମ୍ଭାବ୍ୟ ବିପଦକୁ ସାମ୍ନା କରିବା ପାଇଁ ଆମକୁ ଚିକିତ୍ସା ଓ ସଚେତନତା ଉପରେ ଅଧିକ ଫୋକସ କରିବାକୁ ପଡ଼ିବ। ଏବେଠାରୁ ହିଁ ସମସ୍ୟାର ମୁକାବିଲା କରିବାକୁ ଆମକୁ ରଣନୀତି ପ୍ରସ୍ତୁତ କରିବାକୁ ହେବ। ନଚେତ ସ୍ଥିତି ଭୟଙ୍କର ହୋଇଯିବ ବୋଲି ହୁ’ ତା’ ରିପୋର୍ଟରେ କହିଛି।

ହୁ’ର ରିପୋର୍ଟ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱ ଜନସଂଖ୍ୟାର ଏକ ବୃହତ ଅଂଶ ଶୁଣିବା ଶକ୍ତି ହରାଇ ପାରନ୍ତି। ପ୍ରତି ୪ ଜଣରେ ଜଣେ  ଏହି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୭୦୦ ନିୟୁତ ଲୋକଙ୍କୁ ଭଲ ଭାବେ ଶୁଣିବା ପାଇଁ ବିଭିନ୍ନ ଯନ୍ତ୍ରର ବ୍ୟବହାର ଓ ଚିକିତ୍ସା ପଦ୍ଧତିକୁ ଅବଲମ୍ବନ କରିବାକୁ ପଡ଼ିବ। ତେଣୁ ବର୍ତ୍ତମାନଠାରୁ ଏଥିପ୍ରତି ସତର୍କ ରହିବା ଆବଶ୍ୟକ।

ହୁ’ ଶୁଣିବା ଜନିତ ପ୍ରସଙ୍ଗ ଉପରେ ପ୍ରଥମ ଥର ପାଇଁ ଏକ ରିପୋର୍ଟ ଜାରି କରିଛି। ଏଥିରେ କୁହାଯାଇଛି ଯେ ସଂକ୍ରମଣ, ରୋଗ, ଜନ୍ମଗତ ସମସ୍ୟା, ଶବ୍ଦ ପ୍ରଦୂଷଣ ଓ ଜୀବନ ବଞ୍ଚିବାର ଶୈଳୀରେ ସୃଷ୍ଟି ହେଉଥିବା ତ୍ରୁଟି ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇପାରେ। ହୁ’ ଚେତାବନୀ ଦେଇ କହିଛି ଯେ ଯଦି ଏହି ଦିଗରେ ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନିଆ ନ ଯାଏ, ତେବେ ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯିବ। ଏହି ସଙ୍କଟ ଦ୍ୱାରା ସ୍ୱାସ୍ଥ୍ୟକ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହେବ। ଖାଲି ସେତିକି ନୁହେଁ, କମ୍ୟୁନେକସନ, ଶିକ୍ଷା ଓ ରୋଜଗାର କ୍ଷେତ୍ର ମଧ୍ୟ କ୍ଷତିଗ୍ରସ୍ତ ହେବ।

ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ ୨୦% ଲୋକ ଶ୍ରବଣ ଶକ୍ତି ହରାଇବା ଜନିତ ସମସ୍ୟା ଦ୍ୱାରା ପୀଡ଼ିତ। ଆସନ୍ତା ତିନି ଦଶନ୍ଧି ମଧ୍ୟରେ ଏଭଳି ଲୋକଙ୍କ ସଂଖ୍ୟା ୧.୫ ଗୁଣ ବୃଦ୍ଧି ପାଇପାରେ। ୨୦୧୯ରେ ଏହି ସଂଖ୍ୟା ୧.୬ ବିଲିୟନ ଥିଲା। ୨୦୧୫୦ରେ ଏହା ୨.୫ ବିଲିୟନକୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି | ୨.୫ ବିଲିୟନ ଲୋକଙ୍କ ମଧ୍ୟରୁ ୭୦୦ ନିୟୁତ ଲୋକ ସାଂଘାତିକ ଶୁଣିବା ଜନିତ ସମସ୍ୟାରେ ପଡ଼ିବେ ଓ ସେମାନଙ୍କୁ ଚିକିତ୍ସା ଯୋଗାଇ ଯନ୍ତ୍ରର ବ୍ୟବହାର କରିବାକୁ ପଡ଼ିପାରେ।

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ Demographic and Population Trends ଯୋଗୁ ଲୋକଙ୍କ ଶରୀରରେ ଶ୍ରବଣ ଶକ୍ତି ହରାଇବା ଜନିତ ସମସ୍ୟା ସୃଷ୍ଟି ହେବାର ମୁଖ୍ୟ କାରଣ। ସେହିପରି ଚିକିତ୍ସା ସୁବିଧା ସମସ୍ତଙ୍କ ପାଖରେ ନ ପହଞ୍ଚିବା ମଧ୍ୟ ଏହି ସମସ୍ୟାର ଆଉ ଏକ କାରଣ। ବିଶେଷକରି ସ୍ୱଳ୍ପ ଆୟକାରୀ ଦେଶମାନଙ୍କରେ ଅଧିକାଂଶ ଲୋକ ଆବଶ୍ୟକ ସୁବିଧା ଓ ଠିକ୍ ସମୟରେ ଚିକିତ୍ସା ସୁବିଧା ପାଆନ୍ତି ନାହିଁ। ଏଭଳି ରାଷ୍ଟ୍ରରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୮୦% ଲୋକ ବସବାସ କରନ୍ତି। ଏଥିଯୋଗୁ ପରିସ୍ଥିତି ଅଧିକ ଖରାପ ହୋଇପାରେ।

ଏହି ସମସ୍ୟାକୁ ରୋକିବା ପାଇଁ ହୁ’ ପକ୍ଷରୁ କିଛି ପ୍ରସ୍ତାବ ମଧ୍ୟ ଦିଆଯାଇଛି। ହୁ’ କହିଛି ଯେ ସର୍ବସାଧାରଣ ସ୍ଥାନରେ ଲାଉଡ ସ୍ପିକରର ଶବ୍ଦ ହ୍ରାସ କରିବା ଓ ଶ୍ରବଣ ଶକ୍ତି ହ୍ରାସ କରୁଥିବା ରୋଗର ନିରାକରଣ ପାଇଁ ଟିକାର ବ୍ୟବସ୍ଥା କରାଯିବା ଉଚିତ। ଏଥିସହ ସମସ୍ୟା ଚିହ୍ନଟ କରିବାକୁ ହୁ’ ବ୍ୟବସ୍ଥିତ ସ୍କ୍ରିନିଂ ପାଇଁ ମଧ୍ୟ ପରାମର୍ଶ ଦେଇଛି।

ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରିୟସ କହିଛନ୍ତି ଯେ ଶ୍ରବଣ ଶକ୍ତି ହରାଇବା ସମସ୍ୟାର ମୁକାବିଲା କରିବାରେ ଆମର ସାମୂହିକ ବିଫଳତା ଯୋଗୁ ପ୍ରତିବର୍ଷ ଏକ ଟ୍ରିଲିୟନ ଆମେରିକୀୟ ଡଲାରର କ୍ଷତି ସହିବାକୁ ପଡ଼ୁଛି। ଏହି ସମ୍ଭାବ୍ୟ ବିପଦକୁ ଧ୍ୟାନରେ ରଖି ଆମକୁ ଏହା ବିରୋଧରେ ଅଭିଯାନ ଆରମ୍ଭ କରିବା ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story