ଟିକା ପ୍ରମାଣପତ୍ରରୁ ମୋଦିଙ୍କ ଫଟୋ ହଟାଇବାକୁ ଚାହୁଁଥିଲେ, କିନ୍ତୁ କୋର୍ଟ ଲଗାଇଲେ ଲକ୍ଷେ ଟଙ୍କାର ଫାଇନ୍‌

ଥିରୁଅନନ୍ତପୁରମ: ମହାମାରୀ କରୋନା ବିରୋଧରେ ଲୋକମାନେ ନେଉଥିବା ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ଏହାକୁ ହଟାଇବା ପାଇଁ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ହେଲେ ଏପରି ଆବେଦନ ତାଙ୍କୁ ମହଙ୍ଗା ପଡ଼ିଛି। କେରଳ ହାଇକୋର୍ଟ ଆବେଦନକୁ ଅଗ୍ରାହ୍ୟ କରିବା ସହ ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ରାଜନୀତିକ ଉଦ୍ଦେଶ୍ୟ ଓ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ବ୍ୟକ୍ତି ଜଣଙ୍କ ଆବେଦନପତ୍ର ଦାଖଲ କରିଥିବା କେରଳ ହାଇକୋର୍ଟ କହିଛନ୍ତି। ହାଇକୋର୍ଟ […]

modi

modi

Hemant Lenka
  • Published: Tuesday, 21 December 2021
  • Updated: 21 December 2021, 05:53 PM IST

ଥିରୁଅନନ୍ତପୁରମ: ମହାମାରୀ କରୋନା ବିରୋଧରେ ଲୋକମାନେ ନେଉଥିବା ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ଏହାକୁ ହଟାଇବା ପାଇଁ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ହେଲେ ଏପରି ଆବେଦନ ତାଙ୍କୁ ମହଙ୍ଗା ପଡ଼ିଛି। କେରଳ ହାଇକୋର୍ଟ ଆବେଦନକୁ ଅଗ୍ରାହ୍ୟ କରିବା ସହ ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି।

ରାଜନୀତିକ ଉଦ୍ଦେଶ୍ୟ ଓ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ବ୍ୟକ୍ତି ଜଣଙ୍କ ଆବେଦନପତ୍ର ଦାଖଲ କରିଥିବା କେରଳ ହାଇକୋର୍ଟ କହିଛନ୍ତି।
ହାଇକୋର୍ଟ ବିଚାରପତି ଜଷ୍ଟିସ ପିଭି କୁନ୍‌ହିକ୍ରିଷ୍ଣାନ କହିଛନ୍ତି, “କେହି ବି ଜଣେ ପ୍ରଧାନମନ୍ତ୍ରୀଙ୍କୁ ସେ କଂଗ୍ରେସର ପ୍ରଧାନମନ୍ତ୍ରୀ କିମ୍ବା ବିଜେପିର ପ୍ରଧାନମନ୍ତ୍ରୀ କହିପାରିବେ ନାହିଁ। ସେ କୌଣସି ରାଜନୀତିକ ଦଳର ପ୍ରଧାନମନ୍ତ୍ରୀ ନୁହନ୍ତି।

ଜଣେ ଯେତେବେଳେ ଆମ ସମ୍ବିଧାନ ଅନୁଯାୟୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଉଛନ୍ତି, ସେ ପୂରା ଦେଶର ପ୍ରଧାନମନ୍ତ୍ରୀ ଭାବେ ପରିଚୟ ହାସଲ କରୁଛନ୍ତି। ପ୍ରଧାନମନ୍ତ୍ରୀ ପଦବୀ ପାଇଁ ସବୁ ନାଗରିକ ଗର୍ବ କରିବା କଥା। ଲୋକମାନେ ସରକାରଙ୍କ ନୀତିକୁ ନେଇ ଏକମତ ହୋଇ ନପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ରାଜନୀତିକ ଆଦର୍ଶକୁ ବିରୋଧ କରାଯାଇପାରେ। କିନ୍ତୁ ଗୋଟିଏ ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗିବା ଘଟଣାକୁ ବିରୋଧ କରୁଥିବା ନାଗରିକ ଲଜ୍ଜାବୋଧ କରିବା ଦରକାର। ଏପରି ଆବେଦନ ଲଜ୍ଜାଜନକ।”

କୋର୍ଟ ଆବେଦନକୁ ଅଗ୍ରାହ୍ୟ କରିବା ସହ ଲକ୍ଷେ ଟଙ୍କା ଦାଖଲ କରିବାକୁ କହିଛନ୍ତି। ଆସନ୍ତା ୬ ସପ୍ତାହ ମଧ୍ୟରେ ଆବେଦନକାରୀ କେରଳ ଷ୍ଟେଟ ଲିଗାଲ ସର୍ଭିସ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ଜୋରିମାନା ଅର୍ଥ ଦାଖଲ କରିବେ। ଯଦି ସମୟସୀମା ମଧ୍ୟରେ ବ୍ୟକ୍ତି ଜଣଙ୍କ ଫାଇନ ଅର୍ଥ ନ ଦେବେ, ତା’ହେଲେ ତାଙ୍କ ସମ୍ପତ୍ତି ବିକ୍ରି କରି ଟଙ୍କା ଆଦାୟ କରିବାକୁ କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story