ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ହମଲା

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଛାନାପୋରାରେ ଆଜି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ହମଲା କରିଛନ୍ତି। ଏହି ଘଟଣାରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥବା ଜଣାପଡ଼ିଛି। ଆତଙ୍କବାଦୀମାନେ ମାଡ଼ କରିଥିବା ଗୁଳି ଉକ୍ତ ଯବାନଙ୍କ ଗୋଡ଼ରେ ମାଡ଼ ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଛାନାପୋରାରେ ୨୯ ବାଟାଲିୟନର ସିଆରପିଏଫ ଯବାନମାନେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର […]

d

d

Hemant Lenka
  • Published: Saturday, 06 February 2021
  • Updated: 06 February 2021, 05:42 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଛାନାପୋରାରେ ଆଜି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ହମଲା କରିଛନ୍ତି। ଏହି ଘଟଣାରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥବା ଜଣାପଡ଼ିଛି। ଆତଙ୍କବାଦୀମାନେ ମାଡ଼ କରିଥିବା ଗୁଳି ଉକ୍ତ ଯବାନଙ୍କ ଗୋଡ଼ରେ ମାଡ଼ ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଛାନାପୋରାରେ ୨୯ ବାଟାଲିୟନର ସିଆରପିଏଫ ଯବାନମାନେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଆତଙ୍କବାଦୀମାନେ ଗ୍ରେନେଡ ଓ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା। ଏବେ ସେନା ପକ୍ଷରୁ ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos