ଯେସାକୁ ତେସା, ବ୍ରିଟେନରୁ ଭାରତ ଆସିଲେ ୧୦ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ମହମାରୀ କରୋନା ସଂକ୍ରମଣକୁ ନେଇ ଭାରତ ସହ ଚାଲବାଜୀ କରୁଥିବା ବ୍ରିଟେନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ବ୍ରିଟେନକୁ ଯେସାକୁ ତେସା ନୀତିରେ ଭାରତ ସରକାର ଜବାବ ଦେଇଛନ୍ତି। ଭାରତରୁ ଯାଉଥିବା ଲୋକଙ୍କ ଉପରେ ବ୍ରିଟେନ ବିଭିନ୍ନ ପ୍ରକାରର କଟକଣା ଲାଗୁ କରିଥିବାରୁ ଏବେ ନୂଆଦିଲ୍ଲୀ ସମାନ ପଦକ୍ଷେପ ନେଇଛି। ଏଣିକି ବ୍ରିଟେନ ନାଗରିକ ଭାରତ ଆସିଲେ ୧୦ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବେ। ଏହି ନିୟମ ଆସନ୍ତା ୪ […]

UK

UK

Hemant Lenka
  • Published: Friday, 01 October 2021
  • Updated: 01 October 2021, 06:09 PM IST

Sports

Latest News

ନୂଆଦିଲ୍ଲୀ: ମହମାରୀ କରୋନା ସଂକ୍ରମଣକୁ ନେଇ ଭାରତ ସହ ଚାଲବାଜୀ କରୁଥିବା ବ୍ରିଟେନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ବ୍ରିଟେନକୁ ଯେସାକୁ ତେସା ନୀତିରେ ଭାରତ ସରକାର ଜବାବ ଦେଇଛନ୍ତି। ଭାରତରୁ ଯାଉଥିବା ଲୋକଙ୍କ ଉପରେ ବ୍ରିଟେନ ବିଭିନ୍ନ ପ୍ରକାରର କଟକଣା ଲାଗୁ କରିଥିବାରୁ ଏବେ ନୂଆଦିଲ୍ଲୀ ସମାନ ପଦକ୍ଷେପ ନେଇଛି।

ଏଣିକି ବ୍ରିଟେନ ନାଗରିକ ଭାରତ ଆସିଲେ ୧୦ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବେ। ଏହି ନିୟମ ଆସନ୍ତା ୪ ତାରିଖରୁ ଲାଗୁ ହେବ। ଟିକା ନେଇ ଥିଲେ ବି କ୍ୱାରେଣ୍ଟିନ ନିୟମ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ବୋଲି ଭାରତ ସରକାର କହିଛନ୍ତି।

ସରକାର କହିଛନ୍ତି ଯେ ଅକ୍ଟୋବର ୪ରୁ ଭାରତ ଆସୁଥିବା ବ୍ରିଟେନ ନାଗରିକଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟିନ ବାଧ୍ୟତାମୂଳକ। ସେମାନେ ଟିକା ନେଇଥିଲେ ମଧ୍ୟ ନିୟମରେ କୌଣସି ପରିବର୍ତ୍ତନ ହେବନି। ଯାତ୍ରାର ୭୨ ଘଣ୍ଟା ପୂର୍ବରୁ, ଭାରତର ଏୟାରପୋର୍ଟରେ ପହଞ୍ଚିବା ପରେ ଓ ଭାରତରେ ରହିବାର ୮ମ ଦିନରେ ସମସ୍ତେ ଆରଟିପିସିଆର ଟେଷ୍ଟ କରିବାକୁ ବାଧ୍ୟ। ଏହାର ଅର୍ଥ ଜଣେ ବ୍ରିଟେନ ନାଗରିକଙ୍କୁ ୩ ଥର ଆରଟିପିସିଆର ଟେଷ୍ଟ କରିବାକୁ ପଡ଼ିବ।

ସେହିପରି ବ୍ରିଟେନ ନାଗରିକମାନେ ଭାରତକୁ ଆସିବା ପରେ ନିଜ ଘରେ କିମ୍ବା ନିଜ ଠିକଣାରେ ୧୦ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବେ ବୋଲି କେନ୍ଦ୍ର ସରକାର ସଫାସଫା ଶୁଣାଇ ଦେଇଛନ୍ତି।

ଟିକାର ଡବଲ ଡୋଜ୍‌ ନେଇଥିବା ଆମେରିକା, ଇସ୍ରାଏଲ ଓ ଅଷ୍ଟ୍ରେଲିଆ ଭଳି ଦେଶର ଲୋକମାନେ ବ୍ରିଟେନ ଗଲେ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବନି ବୋଲି ୟୁକେ ସରକାର କହିଛନ୍ତି। ଅକ୍ଟୋବର ୪ରୁ ଏହି ନିୟମ ଲାଗୁ ହେବ। କିନ୍ତୁ ଭାରତ ପାଇଁ ବ୍ରିଟେନ ସରକାର ଅଲଗା ନିୟମ ପ୍ରଣୟନ କରିଛନ୍ତି।

ଭାରତରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଟିକାକୁ ବ୍ରିଟେନ ଅନୁମୋଦନ ଦେଇଛି। ହେଲେ ଏହାର ଡବଲ ଡୋଜ୍‌ ନେଇ ଯଦି କେହି ଭାରତୀୟ ବ୍ରିଟେନ ଯାଆନ୍ତି, ତା’ହେଲେ ବି ସେମାନଙ୍କୁ ୧୦ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି ସେଠାକାର ସରକାର କହିଛନ୍ତି।

ଏହାକୁ ନେଇ ଭାରତ ଆପତ୍ତି ଉଠାଇଥିଲା। ଏହା ଉପରେ ବ୍ରିଟେନ ସରକାର ଅଜବ ଯୁକ୍ତି ରଖିଥିଲେ। ଭାରତରେ ଉପଲବ୍ଧ ହେଉଥିବା ଟିକାକରଣ ପ୍ରମାଣପତ୍ର ଉପରେ ସନ୍ଦେହ ପ୍ରକାଶ ପାଇଥିବାରୁ ଭାରତୀୟଙ୍କ ପାଇଁ ନିୟମକୁ ବ୍ରିଟେନ କଡ଼କାଡ଼ି କରିଥିବା କହିଥିଲା। ଏବେ ଭାରତ ସରକାର ଯେସାକୁ ତେସା ନୀତି ଅବଲମ୍ବନ କରି ବ୍ରିଟେନ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story