କୋଭିଡ ହସ୍ପିଟାଲରେ ଭୟଙ୍କର ନିଆଁ, ୧୦ ରୋଗୀ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଅହମଦନଗରର ଜିଲ୍ଲା ହସ୍ପିଟାଲରେ ଥିବା କୋଭିଡ ୱାର୍ଡରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୦ ଜଣ ରୋଗୀ ପ୍ରାଣ ହରାଇଥିବା ପ୍ରାଥମିକ ସ୍ତରରେ ଖବର ମିଳିଛି। କିଛି ରିପୋର୍ଟରେ ଏମାନେ ପୋଡ଼ି ହୋଇ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା ଦାବି କରାଯାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ମୃତ୍ୟୁର କାରଣ ସମ୍ପର୍କରେ କିଛି ବି କୁହାଯାଇନି। ପ୍ରାଣ ହରାଇଥିବା ସମସ୍ତ ରୋଗୀ କୋଭିଡ୍‌ […]

hospital

hospital

Hemant Lenka
  • Published: Saturday, 06 November 2021
  • Updated: 06 November 2021, 01:48 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ଅହମଦନଗରର ଜିଲ୍ଲା ହସ୍ପିଟାଲରେ ଥିବା କୋଭିଡ ୱାର୍ଡରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୦ ଜଣ ରୋଗୀ ପ୍ରାଣ ହରାଇଥିବା ପ୍ରାଥମିକ ସ୍ତରରେ ଖବର ମିଳିଛି। କିଛି ରିପୋର୍ଟରେ ଏମାନେ ପୋଡ଼ି ହୋଇ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଜୀବନ ଯାଇଥିବା ଦାବି କରାଯାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ମୃତ୍ୟୁର କାରଣ ସମ୍ପର୍କରେ କିଛି ବି କୁହାଯାଇନି।

ପ୍ରାଣ ହରାଇଥିବା ସମସ୍ତ ରୋଗୀ କୋଭିଡ୍‌ ଆଇସିୟୁ ୱାର୍ଡରେ ଥିଲେ। ଚିକିତ୍ସା ଚାଲିଥିବା ବେଳେ ହଠାତ୍‌ ଆଇସିୟୁ ୱାର୍ଡରେ ନିଆଁ ଲାଗି ଯାଇଥିଲା। ଫଳରେ ଏଠାରେ ଥିବା ରୋଗୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ବିସ୍ତୃତ ସୂଚନା ମିଳିଛି। ସାମ୍ନାକୁ ଆସିଥିବା ଫଟୋରେ ହସ୍ପିଟାଲରୁ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଛି। ସେହିପରି କୋଭିଡ ୱାର୍ଡଟି ନିଆଁ ଲାଗିବା ଯୋଗୁ ଛିନଛତ୍ର ହୋଇଯାଇଛି।

ହସ୍ପିଟାଲରେ ଲାଗିଥିବା ନିଆଁର କାରଣ ଜଣାପଡ଼ି ନଥିଲେ ମଧ୍ୟ ଶଟସର୍କିଟ ଯୋଗୁ ଏପରି ହୋଇଥିବା କୁହାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀର ଏକାଧିକ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। କୋଭିଡ୍‌ ୱାର୍ଡଟି ଜିଲ୍ଲା ହସ୍ପିଟାଲ ରହିଥିଲା। ତେଣୁ ଅନ୍ୟାନ୍ୟ ୱାର୍ଡରେ ମଧ୍ୟ ଅଗ୍ନିକାଣ୍ଡ ବେଳେ ଅନେକ ଲୋକ ରହିଥିଲେ। ତେଣୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos