ପୁଣି ୧୦ ଜଣ ଟିଏମସି ନେତା ବିଜେପିରେ ମିଶିଲେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି କ୍ଷମତାସୀନ ଟିଏମସିରୁ ସେତିକି ନେତା, କର୍ମୀ ଓ ବିଧାୟକମାନେ ବିଜେପିରେ ମିଶିବାରେ ଲାଗିଛନ୍ତି। ଏହି କ୍ରମରେ ଆଜି ଟିଏମସିର ଏକାଧିକ କର୍ମୀ ଓ ନେତା ପଦ୍ମ ଧରିଛନ୍ତି। ଏଥିରେ ୫ ଜଣ ଟିଏମସିର ଦୃଢ଼ ସମର୍ଥକ ଓ ୩ ଜଣ କାଉନସିଲର ରହିଛନ୍ତି।

ଗତ ସପ୍ତାହରେ ଟିଏମସିର ୫ ବିଧାୟକ ବିଜେପିରେ ମିଶିଥିଲେ। ସେହିପରି ମାଲଦା ଜିଲ୍ଲା ପରିଷଦ ମଧ୍ୟ ଟିଏମସି ହରାଇଥିଲା। କାରଣ ଜିଲ୍ଲାର ପରିଷଦର ସଦସ୍ୟମାନେ ବିଜେପିକୁ ସମର୍ଥନ ଘୋଷଣା କରିଥିଲେ।

ଆଜି ହଲଦିଆ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଶ୍ୟାମଲ କୁମାର, କାଉନସିଲର ସ୍ୱପ୍ନ ଦାସ, ସୁପ୍ରିଓ ମାଇତି, ଜିଲ୍ଲା ପରିଷଦର କାର୍ଯ୍ୟକାରୀ ସଭାପତି ଏ. ଅଧିକାରୀ, ଟିଏମସି ସମର୍ଥକ କୋଙ୍କଣ ଭୂୟାଁ, ରବୀନ୍ଦ୍ରନାଥ ଅଦାକ, ମାନସ ଭୂୟାଁ, ସୋମେନ ବେରା, ପୂର୍ବତନ କାଉନସିଲର ପାର୍ଥ ବୋଷ ଓ ପ୍ରଦୀପ ଚକ୍ରବର୍ତ୍ତୀ।

ଗତବର୍ଷ ଡିସେମ୍ବର ମାସରୁ ଟିଏମସିର ନେତା ଓ ମନ୍ତ୍ରୀମାନେ ବିଜେପିରେ ମିଶିବାରେ ଲାଗିଛନ୍ତି। ପ୍ରଥମେ ଶୁଭେନ୍ଦୁ ଅଧିକାରୀ ଦଳ ଛାଡ଼ିଥିଲେ। ତାଙ୍କ ପରେ ଏକାଧିକ ନେତା, ବିଧାୟକ, ମନ୍ତ୍ରୀ ଓ କର୍ମୀ ବିଜେପିରେ ମିଶିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।