ଦେଶର ୭୪.୧୫% ସଂକ୍ରମିତ ଏହି ୧୦ ରାଜ୍ୟରୁ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହୁଛି। ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରି ଚାଲିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ତେବେ ଦେଶର ୧୦ଟି ରାଜ୍ୟରୁ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୪.୧୫% ଚିହ୍ନଟ ହେଉଥିବା ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ୧୦ ରାଜ୍ୟରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ଦିଲ୍ଲୀ ସବୁଠାରୁ ଆଗରେ ରହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶର ୧୨ଟି ପ୍ରଦେଶରେ କରୋନା ସଂକ୍ରମଣ କ୍ରାମଗତ […]

Corona1

Corona1

Hemant Lenka
  • Published: Saturday, 24 April 2021
  • Updated: 24 April 2021, 04:33 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହୁଛି। ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରି ଚାଲିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ତେବେ ଦେଶର ୧୦ଟି ରାଜ୍ୟରୁ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୪.୧୫% ଚିହ୍ନଟ ହେଉଥିବା ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏହି ୧୦ ରାଜ୍ୟରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ଦିଲ୍ଲୀ ସବୁଠାରୁ ଆଗରେ ରହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶର ୧୨ଟି ପ୍ରଦେଶରେ କରୋନା ସଂକ୍ରମଣ କ୍ରାମଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ରାଜ୍ୟଗୁଡ଼ିକ ହେଲା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକା, ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ତାମିଲନାଡୁ, ରାଜସ୍ଥାନ, ବିହାର ଓ ପଶ୍ଚିମବଙ୍ଗ।

ଆଜି ଭାରତରେ ୩,୪୬,୭୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୬୬,୧୦,୪୮୧କୁ ବୃଦ୍ଧି ପାଇଛି। ସେହିପରି ଆକ୍ଟିଭ କେସ୍‌ ସଂଖ୍ୟା ମଧ୍ୟ ୨୫ ଲକ୍ଷ ପାର କରିଯାଇଛି। ଦେଶରେ ରେକର୍ଡ ୨,୬୨୪ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ କରୋନା ଦେଶରେ ୧,୮୯,୫୪୪ ଜଣଙ୍କ ଜୀବନ ନେଇସାରିଲାଣି।

ମନ୍ତ୍ରଣାଳୟ ଆହୁରି କହିଛି, ୧୦ଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକା, ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ତାମିଲନାଡୁ ଓ ରାଜସ୍ଥାନରୁ ଦେଶର ମୋଟ ସଂକ୍ରମଣର ୭୪.୧୪% ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ଆକ୍ଟିଭ କେସ୍‌ ମଧ୍ୟରୁ ୬୬.୬୬% କେବଳ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକା, ରାଜସ୍ଥାନ, ଗୁଜରାଟ ଓ କେରଳରେ ରହିଛି।

ମୋଟ ଉପରେ ଏଯାଏ ଦେଶରେ ୧୩.୮୩ କୋଟି ଲୋକଙ୍କୁ କରୋନା ଟିକାର ଡୋଜ ଦିଆଯାଇଛି। ଏମାନଙ୍କ ମଧ୍ୟରେ ୯୨,୬୮,୦୨୭ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୧,୧୮,୫୧,୬୫୫ ଜଣ ସମ୍ମୁଖଯୋଦ୍ଧା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ସେହିପରି ୫୯,୫୧,୦୭୬ ଜଣ ସ୍ୱାସ୍ଥ୍ୟକର୍ମୀ ଓ ୬୧,୯୪,୮୫୧ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଇ ସାରିଛି।

ବିରଷ୍ଠ ନାଗରିକଙ୍କ କଥା ଦେଖିଲେ ୪,୯୧,୪୫,୨୬୫ ଜଣ ପ୍ରଥମ ଡୋଜ୍‌ ଓ ୭୧,୬୫,୩୩୮ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷରୁ କମ ବୟସ୍କଙ୍କ ମଧ୍ୟରେ ୪,୬୬,୭୧,୫୪୦ ଜଣ ଟିକାର ପ୍ରଥମ ଡୋଜ୍‌ ଓ ୨୧,୩୨,୦୮୦ ଜଣ ଲୋକ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story