କରୋନା ହଟସ୍ପଟ ପାଲଟୁଛି ଶିକ୍ଷାନୁଷ୍ଠାନ, ୧୦୦ ଶିକ୍ଷାର୍ଥୀ ପଜିଟିଭ

ଚଣ୍ଡିଗଡ଼: ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ କରୋନା ମହାମାରୀର ହଟସ୍ପଟ ପାଲଟିବା ଆରମ୍ଭ କଲେଣି। କାରଣ ଏଠାରୁ ଦୈନିକ ପୁଳାପୁଳା କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ବିହାର ପରେ ପଞ୍ଜାବରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ପଞ୍ଜାବର ପଟିଆଲାରେ ଥିବା ଗୋଟିଏ ସରକାରୀ ମେଡିକାଲ କଲେଜର ୧୦୦ ଜଣ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ଜରୁରୀ କାଳୀନ ବୈଠକ କରିଥିଲେ। ଏହାପରେ […]

college

college

Hemant Lenka
  • Published: Tuesday, 04 January 2022
  • Updated: 04 January 2022, 10:08 AM IST

Sports

Latest News

ଚଣ୍ଡିଗଡ଼: ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ କରୋନା ମହାମାରୀର ହଟସ୍ପଟ ପାଲଟିବା ଆରମ୍ଭ କଲେଣି। କାରଣ ଏଠାରୁ ଦୈନିକ ପୁଳାପୁଳା କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ବିହାର ପରେ ପଞ୍ଜାବରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ପଞ୍ଜାବର ପଟିଆଲାରେ ଥିବା ଗୋଟିଏ ସରକାରୀ ମେଡିକାଲ କଲେଜର ୧୦୦ ଜଣ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ଜରୁରୀ କାଳୀନ ବୈଠକ କରିଥିଲେ। ଏହାପରେ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଏହାକୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଜାବର ଦ୍ୱିତୀୟ କଲେଜରେ ଏପରି କରୋନାର ହଟସ୍ପଟ ସ୍ଥିତି ସୃଷ୍ଟି ହୋଇଛି। ଗତ ସପ୍ତାହରେ ପଟିଆଲାରେ ଥିବା ଥାପର ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ ଓ ଟେକ୍ନୋଲଜିର ୯୩ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

କେବଳ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବଢ଼ୁନି, ପୂରା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ୁଛି। ଡିସେମ୍ବର ୨୮ରେ ପଞ୍ଜାବରେ ମାତ୍ର ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ସୋମବାର ରାଜ୍ୟରୁ ୪୧୯ ଜଣ ନୂଆ କରୋନା ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି। ପଞ୍ଜାବ ଏବେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି। ଏସବୁ ଭିତରେ ସଂକ୍ରମଣ ବୃଦ୍ଧି ପାଇବା ସରକାରଙ୍କ ଚିନ୍ତା ବଢ଼ାଇଛି। ପଞ୍ଜାବରେ ବହୁତ କମ ଟେଷ୍ଟିଂ ମଧ୍ୟ ହେଉଛି। ଏହି କାରଣରୁ ପଜିଟିଭିଟି ରେଡ୍‌ ଢେର ଅଧିକ ରହିଛି।

ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଥିବା ପଞ୍ଜାବର ମେଡିକାଲ ଏଡୁକେସନ ଆଣ୍ଡ ରିସର୍ଚ୍ଚ ମନ୍ତ୍ରୀ ରାଜ କୁମାର ଭେରକା କହିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ସମସ୍ତ ପ୍ରକାରର ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାର୍ଥୀମାନଙ୍କ କରୋନା ଟେଷ୍ଟ ସ୍ୱାସ୍ଥ୍ୟ କର୍ମୀମାନେ ନିୟମିତ କରୁଛନ୍ତି। ସମସ୍ତ ଜିଲ୍ଲାର କରୋନା ସ୍ଥିତିର ସମୀକ୍ଷା କରିବାକୁ ଆଜି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଜରୁରୀ ବୈଠକ ଡାକିଛନ୍ତି। ସମସ୍ତେ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos