୧୦୪ ବର୍ଷ ବୟସରେ କରୋନା ଟିକା ନେଇ ଏମିତି କହିଲେ ବୃଦ୍ଧ

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଜଣେ ୧୦୪ ବର୍ଷୀୟ ବୃଦ୍ଧ କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ୍‌ ନେଇଛନ୍ତି। ତାଙ୍କୁ ଦିଲ୍ଲରେ ଥିବା ସାର ଗଙ୍ଗା ରାମ ହସ୍ପିଟାଲରେ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ୧୯୧୭ ମସିହା ନଭେମ୍ବର ୧ରେ ଜନ୍ମ ଗ୍ରହଣ କରିଥିବା ତୁଳସୀ ଦାସ ଚାୱଲା ଭାରତୀୟ ଫରେନ‌ ସର୍ଭିସରେ କାମ କରୁଥିଲେ। ସେ ୧୯୭୫ରେ ଚାକିରିରୁ ଅବସର ନେଇଛନ୍ତି। କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ଚାୱଲା ଆମେରିକା, ନେଦରଲ୍ୟାଣ୍ଡସ ପାକିସ୍ତାନ ଓ ଆଫ୍ରିକା ଭଳି ଦେଶରେ […]

Covid

Covid

Hemant Lenka
  • Published: Saturday, 06 March 2021
  • Updated: 06 March 2021, 10:07 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଜଣେ ୧୦୪ ବର୍ଷୀୟ ବୃଦ୍ଧ କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ୍‌ ନେଇଛନ୍ତି। ତାଙ୍କୁ ଦିଲ୍ଲରେ ଥିବା ସାର ଗଙ୍ଗା ରାମ ହସ୍ପିଟାଲରେ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ୧୯୧୭ ମସିହା ନଭେମ୍ବର ୧ରେ ଜନ୍ମ ଗ୍ରହଣ କରିଥିବା ତୁଳସୀ ଦାସ ଚାୱଲା ଭାରତୀୟ ଫରେନ‌ ସର୍ଭିସରେ କାମ କରୁଥିଲେ।

ସେ ୧୯୭୫ରେ ଚାକିରିରୁ ଅବସର ନେଇଛନ୍ତି। କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ଚାୱଲା ଆମେରିକା, ନେଦରଲ୍ୟାଣ୍ଡସ ପାକିସ୍ତାନ ଓ ଆଫ୍ରିକା ଭଳି ଦେଶରେ କାମ କରିଥିଲେ। ୧୦୪ ବର୍ଷ ବୟସରେ ମଧ୍ୟ ସେ ଆକ୍ଟିଭ ଅଛନ୍ତି ଓ କୌଣସି ବହୁବିଧ ରୋଗରେ ଆକ୍ରାନ୍ତ ହୋଇନାହାନ୍ତି। ତାଙ୍କର ଦୁଇଟି ପୁଅ, ୨ଟି ଝିଅ, ୫ ଜଣ ନାତିନାତୁଣି ଓ ଜଣେ ଅଣନାତି ରହିଛନ୍ତି।

କୋଭିସିଲ୍ଡର ଟିକା ନେବା ପରେ ସେ ଏହାକୁ ସଂପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ଓ ଅନ୍ୟମାନଙ୍କୁ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଟିକା ନେବାକୁ ଏହି ପର୍ଯ୍ୟାୟରେ ଯୋଗ୍ୟ ଥିବା ଲୋକମାନେ ଆଗକୁ ଆସନ୍ତୁ ଓ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ। ଏହା ସଂପୂର୍ଣ୍ଣ ସୁରକ୍ଷିତ। ଟିକା ନେବା ପରେ ମୁଁ କୌଣସି ପ୍ରକାରର ଅସୁସ୍ଥତା କିମ୍ବା ପାର୍ଶ୍ୱପ୍ରତିକ୍ରିୟାର ସମ୍ମୁଖୀନ ହୋଇନାହିଁ ବୋଲି ସେ କହିଛନ୍ତି।

ହସ୍ପିଟାଲର ଅଧ୍ୟକ୍ଷ ଡା ଡିଏସ୍‌ ରାଣା କହିଛନ୍ତି, ୬୦ ବର୍ଷ ବୟସରୁ ଅଧିକ ବୟସ୍କର ଲୋକମାନେ ଟିକା ନେବାକୁ ଅଧିକ ଆଗ୍ରହ ଦେଖାଉଥିବା ଆମେ ଦେଖିବାକୁ ପାଉଛୁ। ଶ୍ରୀ ଚାୱଲା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ସେ ମନରେ କୌଣସି ଦ୍ୱଧା ନ ରଖି ଟିକା ନେବାକୁ ଆଗେଇ ଆସିଥିଲେ। ଅନ୍ୟମାନେ ମଧ୍ୟ ଆଗକୁ ଆସିବା ଦରକାର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos