୧୨ ଦିନ ତଳେ ବିବାହ କରିଥିଲେ, କିନ୍ତୁ ନାଗାଲାଣ୍ଡ ଅପରେସନରେ ଚାଲିଗଲେ ସ୍ୱାମୀ

କୋହିମା: ମାତ୍ର ୧୨ ଦିନ ତଳେ ବେଶ ହସଖୁସିରେ ବିବାହ କରିଥିଲେ। ହେଲେ ୧୨ ଦିନ ପରେ ସବୁ କିଛି ଶେଷ ହୋଇଯାଇଛି। ସବୁଦିନ ପାଇଁ ମହିଳାଙ୍କୁ ଏକା କରି ପରପାରିକୁ ଚାଲି ଯାଇଇଛନ୍ତି ତାଙ୍କ ସ୍ୱାମୀ। ସ୍ୱାମୀଙ୍କ ଅବର୍ତ୍ତମାନରେ କେବଳ କାନ୍ଦିବା ମହିଳାଙ୍କ ପାଖରେ ଆଉ କିଛି ନାହିଁ। ବାପା ମଧ୍ୟ ଜଣେ କର୍କଟ ରୋଗୀ। ବୃଦ୍ଧାବସ୍ଥାରେ ପୁଅ ସାହା ହେବ ବୋଲି ରୋଗିଣା ମା’ ଆଶା କରିଥିଲା। ହେଲେ ବିଧିର ବିଧାନରେ କିଛି ଅଲଗା […]

Nagaland

Nagaland

Hemant Lenka
  • Published: Tuesday, 07 December 2021
  • Updated: 07 December 2021, 08:17 PM IST

Sports

Latest News

କୋହିମା: ମାତ୍ର ୧୨ ଦିନ ତଳେ ବେଶ ହସଖୁସିରେ ବିବାହ କରିଥିଲେ। ହେଲେ ୧୨ ଦିନ ପରେ ସବୁ କିଛି ଶେଷ ହୋଇଯାଇଛି। ସବୁଦିନ ପାଇଁ ମହିଳାଙ୍କୁ ଏକା କରି ପରପାରିକୁ ଚାଲି ଯାଇଇଛନ୍ତି ତାଙ୍କ ସ୍ୱାମୀ। ସ୍ୱାମୀଙ୍କ ଅବର୍ତ୍ତମାନରେ କେବଳ କାନ୍ଦିବା ମହିଳାଙ୍କ ପାଖରେ ଆଉ କିଛି ନାହିଁ।

ବାପା ମଧ୍ୟ ଜଣେ କର୍କଟ ରୋଗୀ। ବୃଦ୍ଧାବସ୍ଥାରେ ପୁଅ ସାହା ହେବ ବୋଲି ରୋଗିଣା ମା’ ଆଶା କରିଥିଲା। ହେଲେ ବିଧିର ବିଧାନରେ କିଛି ଅଲଗା ଲେଖାଥିଲା। ଆତଙ୍କବାଦୀ ଭାବି ସାଧାରଣ ଲୋକଙ୍କ ଉପରେ ସୁରକ୍ଷାକର୍ମୀମାନେ କରିଥିବା ଗୁଳିମାଡ଼ରେ ମୋନଲଙ୍ଗଙ୍କ ପରିବାର ଛାରଖାର ହୋଇଯାଇଛି।

ବାହାଘରର ୧୨ ଦିନ ପରେ ସ୍ୱାମୀଙ୍କୁ ହରାଇଥିବା ମୋନଲଙ୍ଗଙ୍କ ପାଇଁ ନାଗାଲାଣ୍ଡର ଓଟିଙ୍ଗ ଗାଁ ସ୍ତବ୍ଧ ହୋଇଯାଇଛି। ଶନିବାର ରାତିରେ ଶ୍ରମିକମାନେ କୋଇଲା ଖଣିରୁ ଫେରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଆତଙ୍କବାଦୀ ଭାବିଥିଲେ। ଏହାପରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଏଥିରେ ୧୩ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି।

ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଲୋକଙ୍କୁ ରାଜଧାନୀ କୋହିମା ଠାରୁ ୩୦୦ କିମି ଦୂରରେ ସମୁହ ବିଦାୟ ଦିଆଯାଇଛି। ମୋନ ସହରରେ ହୋଇଥିବା ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ବେଳେ ହଜାର ହଜାର ଲୋକଙ୍କ ସମେତ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଏନ ରିଓ ମଧ୍ୟ ଉପସ୍ଥିତ ରହିଥିଲେ। ସେଠାରୁ ସମସ୍ତଙ୍କ ମରଶରୀରକୁ ସେମାନଙ୍କ ଜନ୍ମ ସ୍ଥାନ ଓଟିଙ୍ଗ ନିଆ ଯାଇ ସମାଧି ଦିଆଯାଇଛି।

ତେବେ ଏହି ସମୟରେ ଗୋଟିଏ କଫିନକୁ ଧରି କାନ୍ଦୁଥିବା ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା। ଆଉ ସେହି ମହିଳା ଜଣଙ୍କ ଥିଲେ ମୋନଲଙ୍ଗ। ନଭେମ୍ବର ୨୫ରେ ସେ ହୋକୁପଙ୍କୁ ବିବାହ କରିଥିଲେ। ବାହାଘର ବେଳେ ପୂରା ଗାଁ ଖୁସି ମନାଇଥିଲା। ଏବେ ୧୨ ଦିନ ପରେ ହୋକୁପ ପତ୍ନୀ ମୋନଲଙ୍ଗ ଓ ପୂରା ଗାଁକୁ ଛାଡ଼ି ଚାଲି ଯାଇଛନ୍ତି।

ମୋନଲଙ୍ଗ କାନ୍ଦି କାନ୍ଦି କହିଛନ୍ତି, “ମୋ ସ୍ୱାମୀ ମୋତେ ବହୁତ ଭଲ ପାଉଥିଲେ। ଓଟିଙ୍ଗରେ ମୁଁ ନଭେମ୍ବର ୨୫ରେ ବାହା ହୋଇଥିଲି। ଗାଁ ଲୋକମାନେ ମଧ୍ୟ ମୋତେ ଭଲ ପାଇବା ଦେଇଥିଲେ। ବାହାଘର ପରେ ଆମେ ପରସ୍ପର ସହ ବହୁତ କମ ସମୟ ବିତାଇଥିଲୁ। ମୁଁ ଚର୍ଚ୍ଚ ପାଇଁ କାମ କରୁଥିବା ବେଳେ ସେ ତାଙ୍କ କାମକୁ ଫେରି ଯାଇଥିଲେ। ଏବେ ସେ ମୋତେ ସବୁ ଦିନ ପାଇଁ ଛାଡ଼ି ଚାଲିଗଲେ।”

ଏହାପରେ ହୋକୁପଙ୍କ କଫିନକୁ ସେ ଜୋରରେ ଜାବୁଡ଼ି ଧରି ପୁଣି କାନ୍ଦିବାରେ ଲାଗିଥିଲେ। ବାହାଘର ପାଇଁ ବନ୍ଧା ଯାଇଥିବା ବାଉଁଶ ଏବେ ବି ରହିଛି। ହେଲେ ବାହାଘର ହୋଇଥିବା ସ୍ଥାନ ଠାରୁ କିଛି ଦୂରରେ ହୋକୁପଙ୍କ ସହ ଅନ୍ୟମାନଙ୍କୁ ସମାଧି ଦିଆଯାଇଛି।
ମୃତକଙ୍କ ମଧ୍ୟରେ ନଗମଲେମଙ୍କ ସ୍ୱାମୀ ଲାଙ୍ଗଟୁନ ମଧ୍ୟ ରହିଛନ୍ତି। ସେ ପ୍ରାୟ ୧୪ ମାସ ତଳେ ବିବାହ କରିଥିଲେ। ଏବେ ଲାଙ୍ଗଟୁନ ତାଙ୍କ ପତ୍ନୀ ଓ ୨ ମାସର ଶିଶୁକୁ ଛାଡ଼ି ଚାଲି ଯାଇଛନ୍ତି।

ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କ ପାଇଁ ୨୧ ପାରା ସ୍ପେଶାଲ ଫୋର୍ସ ପ୍ରସ୍ତୁତ କରିଥିବା ଆମ୍ବୁସରେ ସାଧାରଣ ଲୋକ ଶନିବାର ଫସି ଯାଇଥିଲେ। ଶ୍ରମିକଙ୍କୁ ନେଇ ଗୋଟିଏ ଛୋଟ ଟ୍ରକ୍‌ ଆସୁଥିବା ବେଳେ ସୁରକ୍ଷାକର୍ମୀମାନେ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁଳିମାଡ଼ ଶବ୍ଦ ଶୁଣି ଗାଁ ଲୋକ ସେଠାରେ ପହଞ୍ଚିବାରୁ ଉତ୍ତେଜନା ଦେଖାଯାଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀମାନେ ଗାଁ ଲୋକଙ୍କୁ ମଧ୍ୟ ଗୁଳି କରିଥିଲେ। ଏଥିରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଲୋକଙ୍କ ଆକ୍ରମଣରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ।

ନାଗାଲାଣ୍ଡ ପୁଲିସ ଏବେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story