ମା’ ହେଲେ ୧୭ ବର୍ଷର ଝିଅ, ଦୁଷ୍କର୍ମ ପାଇଁ ୧୨ ବର୍ଷର ବାଳକ ଗିରଫ

ମଦୁରାଇ: ଜଣେ ୧୭ ବର୍ଷୀୟ ଝିଅଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ଘଟଣାରେ ତାମିଲନାଡୁର ତାଞ୍ଜାଭୁର ମହିଳା ପୁଲିସ୍‌ ଜଣେ ୧୨ ବର୍ଷୀୟ ବାଳକଙ୍କୁ ଗିରଫ କରିଛି। ୧୭ ବର୍ଷୀୟ ବାଳିକା ଜଣଙ୍କ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବା ପରେ ହିଁ ଏପରି ଗିରଫଦାରୀ କରାଯାଇଛି। ପୀଡ଼ିତାଙ୍କ ବୟାନକୁ ଭିତ୍ତିକରି ପୁଲିସ୍ ନାବାଳକଙ୍କୁ ଗିରଫ କରିଛି। କିନ୍ତୁ ଏହା ପଛରେ ଆଉ କେଉଁମାନେ ରହିଛନ୍ତି କି ନାହିଁ, ତା’ର ଯାଞ୍ଚ କରାଯାଉଛି। ପୁଲିସ୍‌ର ସୂଚନା ଅନୁଯାୟୀ, ଉଭୟ […]

Arrest

Arrest

Hemant Lenka
  • Published: Friday, 22 April 2022
  • Updated: 22 April 2022, 12:24 PM IST

ମଦୁରାଇ: ଜଣେ ୧୭ ବର୍ଷୀୟ ଝିଅଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ କରିବା ଘଟଣାରେ ତାମିଲନାଡୁର ତାଞ୍ଜାଭୁର ମହିଳା ପୁଲିସ୍‌ ଜଣେ ୧୨ ବର୍ଷୀୟ ବାଳକଙ୍କୁ ଗିରଫ କରିଛି। ୧୭ ବର୍ଷୀୟ ବାଳିକା ଜଣଙ୍କ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବା ପରେ ହିଁ ଏପରି ଗିରଫଦାରୀ କରାଯାଇଛି। ପୀଡ଼ିତାଙ୍କ ବୟାନକୁ ଭିତ୍ତିକରି ପୁଲିସ୍ ନାବାଳକଙ୍କୁ ଗିରଫ କରିଛି। କିନ୍ତୁ ଏହା ପଛରେ ଆଉ କେଉଁମାନେ ରହିଛନ୍ତି କି ନାହିଁ, ତା’ର ଯାଞ୍ଚ କରାଯାଉଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଉଭୟ ପୀଡ଼ିତା ଓ ଅଭିଯୁକ୍ତ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଉଭୟ ପଡ଼ୋଶୀ ଭାବେ ରୁହନ୍ତି। ଏପ୍ରିଲ ୧୬ରେ ନାବାଳିକା ଜଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିପାଇଁ ପରିବାର ଲୋକ ତାଙ୍କୁ ରାଜା ମୀରାସୁଦାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ହସ୍ପିଟାଲରେ ଡାକ୍ତରମାନେ ପରୀକ୍ଷା କରିବା ବେଳେ ନାବାଳିକା ଜଣଙ୍କ ୯ମାସର ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ଏପରି କି ସେହି ଦିନ ହିଁ ସେ ଗୋଟିଏ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ପରେ ତାଞ୍ଜାଭୁର ମହିଳା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ପଚରାଉଚରା ବେଳେ ସେ ୧୨ ବର୍ଷର ବାଳକ ଆଡ଼କୁ ଇଙ୍ଗିତ କରିଥିଲେ। ଏହାପରେ ପୁଲିସ୍‌ ବିଭିନ୍ନ ପ୍ରକାରର ଦଫାରେ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି।

ଏବେ ଗିରଫ ଅଭିଯୁକ୍ତଙ୍କ ପ୍ରକୃତ ବୟସ କେତେ, ତା’ର ଯାଞ୍ଚ କରାଯାଉଛି। ସେ କେଉଁଭଳି ପରିସ୍ଥିତିରେ ଏମିତି କାଣ୍ଡ ଘଟାଇଲେ, ତା’ର ମଧ୍ୟ ଯାଞ୍ଚ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos