ଶରଦ ପାୱାରଙ୍କ ବଡ଼ ବୟାନ, ସମାଜବାଦୀ ପାର୍ଟିରେ ମିଶିବେ ୧୩ ବିଧାୟକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା କ୍ଷଣି ଦଳବଦଳ ରାଜନୀତି ଆରମ୍ଭ ହୋଇଯାଇଛି। ଆଜି କ୍ଷମତାସୀନ ବିଜେପିକୁ ଝଟକା ଦେଇ ରାଜ୍ୟର ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୪ ଜଣ ବିଧାୟକ ଦଳ ଛାଡ଼ିଛନ୍ତି। ସେହିପରି ଦଳ ଛାଡ଼ି ପରେ ଶ୍ରୀ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ମିଶିଛନ୍ତି। ବିଧାୟକ ରୋଶନ ଲାଲ ବର୍ମା ମଧ୍ୟ ସପାରେ ମିଶିବେ ବୋଲି କହିଛନ୍ତି। ଆଗକୁ ଆହୁରି ୧୩ ଜଣ ବିଧାୟକ ସମାଜବାଦୀ ପାର୍ଟିରେ […]

NCP

NCP

Hemant Lenka
  • Published: Tuesday, 11 January 2022
  • Updated: 11 January 2022, 06:21 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା କ୍ଷଣି ଦଳବଦଳ ରାଜନୀତି ଆରମ୍ଭ ହୋଇଯାଇଛି। ଆଜି କ୍ଷମତାସୀନ ବିଜେପିକୁ ଝଟକା ଦେଇ ରାଜ୍ୟର ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୪ ଜଣ ବିଧାୟକ ଦଳ ଛାଡ଼ିଛନ୍ତି। ସେହିପରି ଦଳ ଛାଡ଼ି ପରେ ଶ୍ରୀ ମୌର୍ଯ୍ୟ ସମାଜବାଦୀ ପାର୍ଟିରେ ମିଶିଛନ୍ତି। ବିଧାୟକ ରୋଶନ ଲାଲ ବର୍ମା ମଧ୍ୟ ସପାରେ ମିଶିବେ ବୋଲି କହିଛନ୍ତି।

ଆଗକୁ ଆହୁରି ୧୩ ଜଣ ବିଧାୟକ ସମାଜବାଦୀ ପାର୍ଟିରେ ମିଶିବେ ବୋଲି ଆଜି ଏନସିପି ସୁପ୍ରିମୋ ଶରଦ ପାୱାର ଦାବି କରିଛନ୍ତି। ପାୱାରଙ୍କ ଏନସିପି ଚଳିତ ନିର୍ବାଚନରେ ଅଖିଲେଶ ଯାଦବଙ୍କ ସପା ସହ ମିଶି ନିର୍ବାଚନ ଲଢ଼ିବ। ସେ ଆଜି ଏକଥା ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି।

ସେ କହିଛନ୍ତି, “ଉତ୍ତର ପ୍ରଦେଶରେ ଆମେ ସମାଜବାଦୀ ପାର୍ଟି ସହ ମେଣ୍ଟ କରି ନିର୍ବାଚନ ଲଢ଼ିବୁ। ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟ ଆମ ସହ ସାମିଲ ହେବେ। ଉତ୍ତର ପ୍ରଦେଶ ଲୋକ ପରିବର୍ତ୍ତନ ଚାହୁଁଛନ୍ତି। ଆମେ ରାଜ୍ୟରେ ନିଶ୍ଚିତ ପରିବର୍ତ୍ତନ ଦେଖିବା। ବିଧାନସଭା ନିର୍ବାଚନ ପୂର୍ବରୁ ସାଂପ୍ରଦାୟିକ ଧ୍ରୁବୀକରଣ କରାଯାଉଛି। ଏହାକୁ ଉତ୍ତର ପ୍ରଦେଶବାସୀ ନିଶ୍ଚିତ କଡ଼ା ଜବାବ ଦେବେ। ଆଜି ଉତ୍ତର ପ୍ରଦେଶର ମନ୍ତ୍ରୀ ଓ ୩ ଜଣ ବିଧାୟକ ଦଳ ଛାଡ଼ିଛନ୍ତି। ଆଗକୁ ଆହୁରି ୧୩ ଜଣ ବିଧାୟକ ସପାରେ ମିଶିବେ।”

ଉତ୍ତର ପ୍ରଦେଶ ବ୍ୟତୀତ ଏନସିପି ଗୋଆରେ ମଧ୍ୟ ନିର୍ବାଚନ ଲଢ଼ିବ ବୋଲି ଶ୍ରୀ ପାୱାର ସୂଚନା ଦେଇଛନ୍ତି। ଏଥିପାଇଁ ଦଳ କଂଗ୍ରେସ ଓ ଟିଏମସି ସହ ମେଣ୍ଟ କରିବା ସମ୍ପର୍କରେ ଆଲୋଚନା କରୁଛି। ଏହି ଦୁଇ ଦଳଙ୍କ ମଧ୍ୟରୁ ଜଣଙ୍କ ସହ ମେଣ୍ଟ କରି ଏନସିପି ଗୋଆରେ ନିଜର ଭାଗ୍ୟ ପରୀକ୍ଷା କରିବ।

ସୂଚନାଯୋଗ୍ୟ, ଆଜି ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦଳ ଓ ପଦ ଛାଡ଼ିଥିଲେ। ଏହାପରେ ସେ ଅଖିଲେଶ ଯାଦବଙ୍କୁ ଭେଟି ସପାରେ ଯୋଗଦେଇଛନ୍ତି। ତାଙ୍କ ଇସ୍ତଫା ପରେ ବିଜେପିର ଆଉ ୩ ଜଣ ବିଧାୟକ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ତିଲହର ବିଧାୟକ ରୋଶନ ଲାଲ ବର୍ମା, ବିଲହାଉର ବିଧାୟକ ଭଗବତୀ ପ୍ରସାଦ ସାଗର ଓ ତିଣ୍ଡୱାରୀ ବିଧାୟକ ବ୍ରିଜେଶ ପ୍ରଜାପତି ରହିଛନ୍ତି।

ଶ୍ରୀ ମୌର୍ଯ୍ୟଙ୍କ ପରି ବିଧାୟକ ବର୍ମା ସମାଜବାଦୀ ପାର୍ଟିରେ ଯୋଗଦେବ ବୋଲି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story