ବର୍ଷାର ‘ମହା’ ତାଣ୍ଡବ: ଗଲାଣି ୧୩୮ ଜଣଙ୍କ ଜୀବନ

ମୁମ୍ବାଇ: ଲଗାଣ ବର୍ଷା ମହାରାଷ୍ଟ୍ରରେ ଭୟଙ୍କର ତାଣ୍ଡବ ରଚିଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ବନ୍ୟା, ଭୂସ୍ଖଳନ ଓ ଅନ୍ୟାନ୍ୟ ଅଘଟଣ ଯୋଗୁ ୨ ଦିନ ମଧ୍ୟରେ ୧୩୮ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ରାଇଗଡ଼ରେ ଭୂସ୍ଖଳନ ଯୋଗୁ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ଏକାଧିକ ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ହେଉଛି।

ବିଶେଷ କରି କୋଙ୍କଣ ରିଜନରେ ବର୍ଷା ଯୋଗୁ ଲକ୍ଷାଧିକ ଲୋକ ବନ୍ୟା ଜଳ ମଧ୍ୟରେ ଫସି ରହିଛନ୍ତି। ବନ୍ୟାରେ ଫସି ରହିଥିବା ପ୍ରାୟ ୮୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। ହେଲେ ଏବେ ବି ଆହୁରି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

Maharashtra rain furyରିଲିଫ ଓ ପୁଃନ ଉଦ୍ଧାର ମନ୍ତ୍ରୀ ବିଜୟ ୱାଡେଟ୍ଟିୱର କହିଛନ୍ତି, ବର୍ଷା ଓ ଅନ୍ୟ ମୌସୁମୀ ସହ ଜଡ଼ିତ ଅଘଟଣରେ ଏଯାଏ ୧୩୮ ଜଣଙ୍କ ମୃତ୍ୟୁ ଘଟିଛି। ୱେଷ୍ଟର୍ଣ୍ଣ ମହାରାଷ୍ଟ୍ରର ସାତାରା ଜିଲ୍ଲାରେ ମଧ୍ୟ ବର୍ଷା ବ୍ୟାପକ କ୍ଷତି ଘଟାଇଛି। ଏଠାରେ ଅନେକ ଲୋକ ବନ୍ୟା ଜଳରେ ଭାସି ଯାଇଥିବା ରିପୋର୍ଟ ମିଳିଛି।

ସାତାରାରେ ଏଯାଏ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ନିଖୋଜ ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି। ଗୋଣ୍ଡିଆ ଓ ଚନ୍ଦ୍ରପୁର ଜିଲ୍ଲାରେ ମଧ୍ୟ ବର୍ଷା ଜନିତ ଅଘଟଣରୁ ଲୋକଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରୀ କହିଛନ୍ତି।


ଲଗାଣ ବର୍ଷା ଯୋଗୁ ସମୁଦ୍ରରେ ବଡ଼ବଡ଼ ଜୁଆର ଉଠିଥିବା ବେଳେ ଡ୍ୟାମରୁ ଜଳ ନର୍ଗତ ହେବାରୁ ବନ୍ୟା ସୃଷ୍ଟି ହୋଇଛି। ବନ୍ୟାରେ ଫସିଥିବା ୮୪,୪୫୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରେ କେବଳ କୋହ୍ଲାପୁରରୁ ୪୦ ହଜାର ଲୋକ ରହିଛନ୍ତି।

କୋହ୍ଲାପୁରର ୫୪ଟି ଗାଁ ସଂପୂର୍ଣ୍ଣ ଭାବେ ବନ୍ୟା ଦ୍ୱାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୮୨୧ଟି ଗାଁ ଆଂଶିକ ଭାବେ ପ୍ରଭାବିତ ହୋଇଛନ୍ତି। ଏହି ଜିଲ୍ଲା ଦେଇ ଯାଇଥିବା ପଞ୍ଚଗଙ୍ଗା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୨୦୧୯ ବନ୍ୟା ବେଳେ ନଦୀର ଜଳସ୍ତର ଯେତିକି ଉପରେ ରହିଥିଲା, ଏବେ ତା’ଠାରୁ ଉପରେ ରହିଛି। କୋହ୍ଲାପୁରରେ ବନ୍ୟା ଯୋଗୁ ୩୯ଟି ରାସ୍ତାରେ ଯାତାୟାତ ବନ୍ଦ କରି ଦିଆଯାଇଛି। ଏହା ମଧ୍ୟରେ ୧୦ଟି ରାଜ୍ୟ ରାଜପଥ ରହିଛି।


କୋହ୍ଲାପୁରରେ ବନ୍ୟା ମାଡ଼ି ଆସିବାରୁ ଗୋଟିଏ ବସ୍‌ ଭାସି ଯିବାକୁ ବସିଥିଲା। ଏହା ମଧ୍ୟରେ ୮ ଜଣ ନେପାଳ ଶ୍ରମିକଙ୍କୁ ମିଶାଇ ୧୧ ଜଣ ରହିଥିଲେ। ତେବେ ଶେଷ ମୁହୂର୍ତ୍ତରେ ସେମାନଙ୍କୁ ମରଣ ମୁହାଁରୁ ଉଦ୍ଧାରକାରୀ ଦଳ ରକ୍ଷା କରିଛନ୍ତି। ରାଇଗଡ଼ ବ୍ୟତୀତ ଗୁରୁବାର ରାତିରେ ସାତାରା ଜିଲ୍ଲାର ଆମ୍ବେଘର ଓ ମୀରଗାଓଁରେ ମଧ୍ୟ ଭୂସ୍ଖଳନ ହୋଇଛି।

ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟାନ୍ୟ ଏଜେନ୍ସି ନିୟୋଜିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ନୌସେନା ଓ ସ୍ଥଳ ସେନାର ୬ଟି ଟିମ୍‌କୁ ନିୟୋଜିତ କରାଯାଇଛି। ଭୂସ୍ଖଳନ ଓ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ହେଲିକପ୍ଟର ଜରିଆରେ ମଧ୍ୟ ଉଦ୍ଧାର କରାଯାଉଛି।

ବର୍ଷା ଯୋଗୁ ରାଇଗଡ଼, ରତ୍ନଗିରି, ପାଲଘର, ଥାଣେ, ସିଦ୍ଧୁଦୁର୍ଗ, କୋହ୍ଲାପୁର, ସଙ୍ଗଲୀ ଓ ସାତାରା ଜିଲ୍ଲାରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ସଙ୍ଗଲୀ ଜିଲ୍ଲାରେ ବନ୍ୟା ପାଣି ମାଡ଼ି ଯାଇଥିବାରୁ ୩୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
Heavy rain in Mumbai as monsoon arrives, 4 subways shut due to inundation  leaving motorists stuck- The New Indian Express
ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାର ବର୍ଷା ଜନିତ ଅଘଟଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।