ରାଜଧାନୀକୁ ଡରାଇଲାଣି କରୋନା, ୧୪ ପିଲାଙ୍କ ସମେତ ୫୩ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀକୁ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା ଭାଇରସ। କ୍ରମାଗତ ଭାବେ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଛୋଟ ପିଲା ଏଥିରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ଶନିବାର ସକାଳ ସୁଦ୍ଧା ୧୪ ଜଣ ଛୋଟ ପିଲାଙ୍କ ସମେତ ୫୩ ଜଣ କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୪ ଜଣଙ୍କ ପିଲାଙ୍କ ମଧ୍ୟରୁ ଅଧିକାଂଶ ବହୁବିଧ ରୋଗରେ ପୀଡ଼ିତ। ଏମାନଙ୍କ […]

corona

corona

Hemant Lenka
  • Published: Saturday, 16 April 2022
  • Updated: 16 April 2022, 01:37 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଦେଶର ରାଜଧାନୀ ଦିଲ୍ଲୀକୁ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା ଭାଇରସ। କ୍ରମାଗତ ଭାବେ ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଛୋଟ ପିଲା ଏଥିରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ଶନିବାର ସକାଳ ସୁଦ୍ଧା ୧୪ ଜଣ ଛୋଟ ପିଲାଙ୍କ ସମେତ ୫୩ ଜଣ କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୪ ଜଣଙ୍କ ପିଲାଙ୍କ ମଧ୍ୟରୁ ଅଧିକାଂଶ ବହୁବିଧ ରୋଗରେ ପୀଡ଼ିତ। ଏମାନଙ୍କ ମଧ୍ୟରୁ ୧୨ ଜଣ ଦିଲ୍ଲୀର କଳାବତୀ ସାରନ ହସ୍ପିଟାଲରେ ଆଡମିଟ ହୋଇଛନ୍ତି।

ଶୁକ୍ରବାର ଦିଲ୍ଲୀରେ ୩୬୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ରାଜଧାନୀରେ ପଜିଟିଭିଟି ରେଟ୍ ୩.୯୫%କୁ ବୃଦ୍ଧି ପାଇଛି। ଏହା ଫେବୃଆରୀ ୩ ପରେ ସର୍ବାଧିକ। ବିଗତ କିଛି ଦିନ ହେଲା ଦିଲ୍ଲୀରେ ଦୈନିକ ସଂକ୍ରମଣ ବଢ଼ୁଥିଲେ ହେଁ ସରକାର ଆତଙ୍କିତ ନ ହେବା ପାଇଁ ଲୋକଙ୍କୁ କହିଛନ୍ତି।

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶିକ୍ଷା ବିଭାଗ ଗୋଟିଏ ଗାଇଡଲାଇନ ଜାରି କରିଛି। ଏଥିରେ ସ୍କୁଲ ବନ୍ଦକୁ ଶେଷ ବିକଳ୍ପ ଭାବେ ବାଛିବାକୁ କୁହାଯାଇଛି। କର୍ତ୍ତୃପକ୍ଷ ସ୍ଥିତିକୁ ଦେଖି ଆଶିଂକ ଭାବେ ସ୍କୁଲକୁ ବନ୍ଦ କରିପାରିବେ। କିନ୍ତୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ନ ହେବା ଯାଏ, ସ୍କୁଲକୁ ସଂପୂର୍ଣ୍ଣ ଛୁଟି ଘୋଷଣା କରିପାରିବେ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।

ଗୁରୁବାର ଦିଲ୍ଲୀରେ ୩୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟିପିଆର ୨.୩୯% ଥିଲା। ହେଲେ ଦିନକ ମଧ୍ୟରେ ସଂକ୍ରମଣ ସାଙ୍ଗକୁ ଟିପିଆର ମଧ୍ୟ ବୃଦ୍ଧି ପାଇଛି। ବିଶେଷ କରି ଦିଲ୍ଲୀରେ ଥିବା ସ୍କୁଲ ଗୁଡ଼ିକରେ ସଂକ୍ରମଣ ବଢ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos