ବିରୋଧୀଙ୍କ ମହାମେଳି, କେନ୍ଦ୍ରକୁ ଘେରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ: ପେଗାସସ୍‌ ଗୁଇନ୍ଦାଗିରି ଝଡ଼ ଭିତରେ ସରକାରଙ୍କୁ ଘେରିବାକୁ ମହାମେଳି କରିଛନ୍ତି ଦେଶର ୧୪ଟି ରାଜନୀତିକ ଦଳ। କଂଗ୍ରେସ ନେତୃତ୍ୱରେ ଆୟୋଜନ କରାଯାଇଥିବା ବିରୋଧୀଙ୍କ ଏହି ମହାମେଳିର ଫୋକସରେ ଥିଲା ପେଗାସସ୍‌ ରିପୋର୍ଟ। ପେଗାସସ୍‌ ଘଟଣାରେ କେମିତି ସରକାରଙ୍କୁ ଘେରିବାକୁ ହେବ ଓ ସଂସଦରେ ରଣନୀତି କ’ଣ ରହିବ, ସେ ବିଷୟରେ ବିରୋଧୀ ଦଳଗୁଡ଼ିକ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସଂସଦ ବାହାରେ ମଧ୍ୟ ପେଗାସସ୍‌ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଯେଉଁ […]

Rahul-Gandhi

Rahul-Gandhi

Hemant Lenka
  • Published: Wednesday, 28 July 2021
  • Updated: 28 July 2021, 04:01 PM IST

Sports

Latest News

ନୂଆଦିଲ୍ଲୀ: ପେଗାସସ୍‌ ଗୁଇନ୍ଦାଗିରି ଝଡ଼ ଭିତରେ ସରକାରଙ୍କୁ ଘେରିବାକୁ ମହାମେଳି କରିଛନ୍ତି ଦେଶର ୧୪ଟି ରାଜନୀତିକ ଦଳ। କଂଗ୍ରେସ ନେତୃତ୍ୱରେ ଆୟୋଜନ କରାଯାଇଥିବା ବିରୋଧୀଙ୍କ ଏହି ମହାମେଳିର ଫୋକସରେ ଥିଲା ପେଗାସସ୍‌ ରିପୋର୍ଟ। ପେଗାସସ୍‌ ଘଟଣାରେ କେମିତି ସରକାରଙ୍କୁ ଘେରିବାକୁ ହେବ ଓ ସଂସଦରେ ରଣନୀତି କ’ଣ ରହିବ, ସେ ବିଷୟରେ ବିରୋଧୀ ଦଳଗୁଡ଼ିକ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ସଂସଦ ବାହାରେ ମଧ୍ୟ ପେଗାସସ୍‌ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଯେଉଁ ପର୍ଯ୍ୟନ୍ତ ସରକାର ପେଗାସସ୍‌ ରିପୋର୍ଟ ସମ୍ପର୍କରେ ଗୃହରେ ଆଲୋଚନା କରିନାହାନ୍ତି, ସେ ପର୍ଯ୍ୟନ୍ତ ବିରୋଧୀ ପଛକୁ ହଟିବେ ନାହିଁ ବୋଲି ଆଜିର ବୈଠକରେ ସ୍ଥିର କରିଛନ୍ତି।

ଏହାବାଦ୍‌ ଚାଷୀଙ୍କ ସମସ୍ୟା ଓ ଦରଦାମ ବୃଦ୍ଧି ସମ୍ପର୍କରେ ମଧ୍ୟ ବିରୋଧୀ ଦଳର ନେତାମାନେ ଆଲୋଚନା। ଏହି ବୈଠକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଯୋଗଦେଇଥିଲେ। ବୈଠକ ଶେଷ ହେବା ପରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆମ ମାନଙ୍କ ଫୋନରେ ଗୋଟିଏ ଅସ୍ତ୍ର ଖଞ୍ଜି ଦେଇଛନ୍ତି। ଏହାକୁ ବ୍ୟବହାର କରି ସେ ଭାରତୀୟ ଗଣତନ୍ତ୍ରର ଆତ୍ମା ଉପରେ ପ୍ରହାର କରିଛନ୍ତି। ଏବେ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଚୁପ୍ କରାଇବା ପାଇଁ ସଂସଦର ମୌସୁମୀ ଅଧିବେଶନରେ ଆଲୋଚନା କରିବାକୁ ଚାହୁଁନାହାନ୍ତି।

ଆଜି ସବୁ ବିରୋଧୀ ଦଳ ଏଠି ଅଛନ୍ତି। ଆମ ସ୍ୱରକୁ ସଂସଦରେ ଚାପି ଦିଆଯାଉଛି। ଆମେ କେବଳ ଏତିକି ଜାଣିବାକୁ ଚାହୁଁଛୁ ଯେ ପେଗାସସ୍‌ ସ୍ପାଇୱେୟାର ଭାରତ କିଣିଛି କି ନାହିଁ? ଏହା ଭାରତର କିଛି ବ୍ୟକ୍ତିଙ୍କ ବିରୋଧରେ ବ୍ୟବହାର ହୋଇଛି କି ନାହିଁ? ମୁଁ ଦେଶର ଲୋକମାନଙ୍କୁ ପଚାରିବାକୁ ଚାହୁଁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ଫୋନରେ ଗୋଟିଏ ଅସ୍ତ୍ର ଖଞ୍ଜିଛନ୍ତି। ବିରୋଧୀ ଦଳର ନେତାଙ୍କ ଠାରୁ ଆରମ୍ଭ କରି ସାମାଜିକ କର୍ମୀ, ସାମ୍ବାଦିକ ଓ ସାମ୍ବିଧାନିକ ପଦପଦବୀରେ ଥିବା ଲୋକଙ୍କ ବିରୋଧରେ ଏହି ଅସ୍ତ୍ରକୁ ବ୍ୟବହାର କରାଯାଇଛି।

କ’ଣ ଏହି ପ୍ରସଙ୍ଗ ସଂସଦରେ ଆଲୋଚନା ହେବା କଥା ନୁହେଁ କି? ଯେଉଁ ପର୍ଯ୍ୟନ୍ତ ପେଗାସସ୍‌ ପ୍ରସଙ୍ଗ ସଂସଦରେ ଆଲୋଚନା ହୋଇ ନାହିଁ, ଆମେ କେଉଁ ଆଡ଼େ ବି ଯିବୁନି ବୋଲି ସେ କହିଛନ୍ତି।

ଆଜିର ବୈଠକରେ ଉପସ୍ଥିତ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ରାହୁଲ ଗାନ୍ଧି ଯେଉଁ କଥା କହିଲେ, ଆମେ ମଧ୍ୟ ଠିକ୍‌ ସେହି କଥା କହୁଛୁ। ସରକାର ଗୋଟିଏ ଅସ୍ତ୍ରକୁ ଗଣତନ୍ତ୍ର ବିରୋଧରେ ତୀର ଭାବେ ବ୍ୟବହାର କରୁଛନ୍ତି। ଏହି ଘଟଣା ସଂସଦରେ ଆଲୋଚନା ହେବା ଜରୁରୀ। ଆମେ ସମସ୍ତେ ଜାତୀୟ ସୁରକ୍ଷା, ଚାଷୀଙ୍କ ସମସ୍ୟା ଓ ଗଣତନ୍ତ୍ର ସହ ଏକାଠି ହୋଇ ରହିଛୁ ବୋଲି ସେ କହିଛନ୍ତି।

ଆଜି ବିରୋଧୀଙ୍କ ମହାମେଳିରେ କଂଗ୍ରେସ ଓ ଶିବସେନା ବ୍ୟତୀତ ସିପିଆଇ, ସିପିଏମ, ଆରଜେଡି, ଆପ, ଡିଏମକେ, ଏନସିପି, ନ୍ୟାଶନାଲ କନଫରେନ୍ସ ଓ ସମାଜବାଦୀ ପାର୍ଟିର ନେତା ଉପସ୍ଥିତ ରହିଥିଲେ। ଏମାନଙ୍କ ବ୍ୟତୀତ ମୁସଲିମ ଲିଗ, ଆରଏସ୍‌ପି, କେରଳ କଂଗ୍ରେସ ଓ ଭିସିକେ ଭଳି ଛୋଟ ଛୋଟ ରାଜନୀତି ଦଳର ନେତାମାନେ ଏହି ମହାମେଳିରେ ଯୋଗଦେଇଥିଲେ।

ପେଗାସସ୍‌ ରିପୋର୍ଟ ପ୍ରସଙ୍ଗରେ ଦେଶର ପ୍ରଥମ ରାଜ୍ୟ ଭାବେ ତଦନ୍ତ ନିର୍ଦ୍ଦେଶ ଦେଇଥିବା ମମତା ବାନାର୍ଜୀଙ୍କ ଟିଏମସି ଏହି ବୈଠକରେ ଯୋଗ ଦେଇ ନଥିଲା। ତେବେ ଦଳର ସାଂସଦ ଡିରେକ ଓବ୍ରାଇନ କହିଛନ୍ତି, ସବୁ ବିରୋଧୀ ଦଳ ଶତପ୍ରତିଶକ ଏକାଠି ଅଛନ୍ତି। ଆମେ ଆଜି ଅନୁପସ୍ଥିତ ରହିବା ପ୍ରସଙ୍ଗରେ କଂଗ୍ରେସକୁ ଆଗୁଆ ଜଣାଇ ଦେଇଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos