ଛତିଶଗଡ଼ରେ ବି ତେଜିଲା କଂଗ୍ରେସ କନ୍ଦଳ, ଦିଲ୍ଲୀ ପହଞ୍ଚିଲେ ୧୫ ବିଧାୟକ

ରାୟପୁର: ଗୋଟିଏ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟରେ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି। ପଞ୍ଜାବ କଂଗ୍ରେସ ମୁଖିଆ ପଦରୁ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେବା ପରେ ସୃଷ୍ଟି ହୋଇଥିବା ହଟଚମଟର ପ୍ରଭାବ ଛତିଶଗଡ଼ରେ ଦେଖିବାକୁ ମିଳିଛି। ସେଠାକାର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ କଂଗ୍ରେସର ଗୋଟିଏ ଗୋଷ୍ଠୀ ବିରୋଧ କରୁଛି। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ କିଛି ଦିନ ତଳେ ଦଳର ହାଇକମାଣ୍ଡ ଏହାର ସମାଧାନ କରିଥିଲେ। କିନ୍ତୁ ଏବେ ପୁଣି […]

CM

CM

Hemant Lenka
  • Published: Wednesday, 29 September 2021
  • Updated: 29 September 2021, 08:36 PM IST

Sports

Latest News

ରାୟପୁର: ଗୋଟିଏ ପରେ ଗୋଟିଏ କଂଗ୍ରେସ ଶାସିତ ରାଜ୍ୟରେ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି। ପଞ୍ଜାବ କଂଗ୍ରେସ ମୁଖିଆ ପଦରୁ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେବା ପରେ ସୃଷ୍ଟି ହୋଇଥିବା ହଟଚମଟର ପ୍ରଭାବ ଛତିଶଗଡ଼ରେ ଦେଖିବାକୁ ମିଳିଛି। ସେଠାକାର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ କଂଗ୍ରେସର ଗୋଟିଏ ଗୋଷ୍ଠୀ ବିରୋଧ କରୁଛି।

ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ କିଛି ଦିନ ତଳେ ଦଳର ହାଇକମାଣ୍ଡ ଏହାର ସମାଧାନ କରିଥିଲେ। କିନ୍ତୁ ଏବେ ପୁଣି ଦଳରେ ପୁରୁଣା ରୋଗ ବାହାରିଛି। ସ୍ଥିତି ଏପରି ହୋଇଛି ଯେ ୧୫ ଜଣ କଂଗ୍ରେସ ବିଧାୟକ ଦିଲ୍ଲୀରେ ପହଞ୍ଚିଛନ୍ତି। ଏଥିସହ ସେମାନେ ହାଇକମାଣ୍ଡଙ୍କୁ ଭେଟିବାକୁ ସମୟ ମଧ୍ୟ ମାଗିଛନ୍ତି।

ଏହି ୧୫ ଜଣ ବିଧାୟକ ମୁଖ୍ୟମନ୍ତ୍ରୀ ବାଘେଲଙ୍କ କ୍ୟାମ୍ପର। ସେମାନେ ଦୁଇଟି ଗ୍ରୁପ୍‌ରେ ଦିଲ୍ଲୀ ଆସିଛନ୍ତି। ପ୍ରଥମେ ଗୋଟିଏ ବିମାନରେ ୧୧ ଜଣ ଓ ଆଉ ଏହାର କିଛି ସମୟ ପରେ ଆଉ ୪ ଜଣ ବିଧାୟକ ଦିଲ୍ଲୀ ଆସିଛନ୍ତି। ସେମାନେ ହାଇକମାଣ୍ଡଙ୍କୁ ଭେଟି ରାଜ୍ୟର ରାଜନୀତିକ ସ୍ଥିତି ସମ୍ପର୍କରେ ଅବଗତ କରାଇବେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ଥିବା ଛତିଶଗଡ଼ ଭବନରେ ଏହି ବିଧାୟକମାନେ ରହିଛନ୍ତି। ବରିଷ୍ଠ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ବାଘେଲଙ୍କ ଅତ୍ୟନ୍ତ ଘନିଷ୍ଠ ବ୍ରହସ୍ପତ ସିଂହ ହିଁ ୧୫ ଜଣିଆ ଟିମର ନେତୃତ୍ୱ ନେଉଛନ୍ତି। ଏମାନେ ପ୍ରଥମେ ଛତିଶଗଡ଼ର କଂଗ୍ରେସ ଇନଚାର୍ଜ ପିଏଲ ପୁନିଆଙ୍କୁ ଭେଟିବେ। ଏହାପରେ ହାଇକମାଣ୍ଡଙ୍କୁ ଭେଟିବେ। ଏହି ସମୟରେ ସେମାନେ ବାଘେଲଙ୍କ ସପକ୍ଷରେ ୬୦ରୁ ଅଧିକ ବିଧାୟକ ରହିଥିବା କଥା ହାଇକମାଣ୍ଡଙ୍କୁ ଜଣାଇବେ।

କାରଣ ବାଘେଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ ସିଂହଦେଓ ଯୋଜନା କରୁଛନ୍ତି। ଏଥିପାଇଁ ସେ ଗତମାସାରେ ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ। ତାଙ୍କ ସହ କଥା ହେବା ପରେ ରାହୁଲ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ବାଘେଲ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ୫୫ ବିଧାୟକଙ୍କୁ ଦିଲ୍ଲୀ ଡକାଇଥିଲେ। ବାଘେଲଙ୍କ ସପକ୍ଷରେ ବିଧାୟକଙ୍କ ସମର୍ଥନ ଥିବା ହାଇକମାଣ୍ଡ ଜାଣିବା ପରେ ମୁଖ୍ୟମନ୍ତ୍ରୀ ପଦ ବଦଳିବନି ବୋଲି କହିଥିଲା।

କିନ୍ତୁ ଟିଏସ ସିଂହଦେଓଙ୍କୁ ଏହା ବାଧିଥିଲା। ଏବେ ସେ ପୁଣି ବାଘେଲଙ୍କ ବିରୋଧରେ ରଣନୀତି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବାଘେଲଙ୍କ କ୍ୟାମ୍ପର ୧୫ ବିଧାୟକ ଦିଲ୍ଲୀ ଆସିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story