କରୋନାକୁ ଫୁ’, ମାଙ୍କଡ଼ର ଅନ୍ତିମ ଯାତ୍ରାରେ ସାମିଲ ହେଲେ ଶହଶହ ଲୋକ

ଭୋପାଲ: କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ମଧ୍ୟପ୍ରଦେଶର ଭୋପାଲରେ ସବୁ କଟକଣାର ଧଜିଆ ଉଡ଼ିଛି। ଏଠାରେ ଥିବା ଗୋଟିଏ ଗାଁରେ ୧୫ଶହ ଲୋକ ଗୋଟିଏ ମାଙ୍କଡ଼ର ମୃତ୍ୟୁ ପରେ ଆୟୋଜିତ ଭୋଜିରେ ସାମିଲ ହୋଇଛନ୍ତି। ଏଥିସହ ମାଙ୍କର  ଅନ୍ତିମ ଯାତ୍ରାରେ ଶହଶହ ଲୋକ ସାମିଲ ହେବାର ଭିଡିଓ ସାମ୍ନାକୁ ଆସିଛି। ଲୋକମାନେ କରୋନା କଟକଣାକୁ ଉଲ୍ଲଙ୍ଘନ କରିଥିବାରୁ ପୁଲିସ୍‌ ଭିଡିଓ ସାମ୍ନାକୁ ଆସିବା ପରେ ୨ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, […]

Monkey

Monkey

Hemant Lenka
  • Published: Tuesday, 11 January 2022
  • Updated: 11 January 2022, 05:14 PM IST

ଭୋପାଲ: କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବା ବେଳେ ମଧ୍ୟପ୍ରଦେଶର ଭୋପାଲରେ ସବୁ କଟକଣାର ଧଜିଆ ଉଡ଼ିଛି। ଏଠାରେ ଥିବା ଗୋଟିଏ ଗାଁରେ ୧୫ଶହ ଲୋକ ଗୋଟିଏ ମାଙ୍କଡ଼ର ମୃତ୍ୟୁ ପରେ ଆୟୋଜିତ ଭୋଜିରେ ସାମିଲ ହୋଇଛନ୍ତି। ଏଥିସହ ମାଙ୍କର  ଅନ୍ତିମ ଯାତ୍ରାରେ ଶହଶହ ଲୋକ ସାମିଲ ହେବାର ଭିଡିଓ ସାମ୍ନାକୁ ଆସିଛି। ଲୋକମାନେ କରୋନା କଟକଣାକୁ ଉଲ୍ଲଙ୍ଘନ କରିଥିବାରୁ ପୁଲିସ୍‌ ଭିଡିଓ ସାମ୍ନାକୁ ଆସିବା ପରେ ୨ ଜଣଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଡିସେମ୍ବର ୨୯ରେ ଡାଲୁପୁରା ଗାଁରେ ଗୋଟିଏ ମାଙ୍କଡ଼ର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଗାଁର ଲୋକମାନେ ବେଶ ମର୍ମାହତ ହୋଇଥିଲେ। ଗାଁର ଜଣେ ସାଧାରଣ ଲୋକ ପ୍ରାଣ ହରାଇବା ପରେ ଯେଉଁଭଳି ଅନ୍ତିମ ଯାତ୍ରା ହୁଏ, ମାଙ୍କଡ଼ ପାଇଁ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଇଥିଲା।

ଶହଶହ ଲୋକ ମାଙ୍କଡ଼ର ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ। ସମସ୍ତେ ମାଙ୍କର ମୃତଦେହକୁ କୋକେଇରେ ବାଜା ବଜାଇ ଶ୍ମଶାନକୁ ନେଇଥିଲେ। ଏହାପରେ ସେଠାରେ ହିନ୍ଦୁ ରୀତିନୀତି ଅନୁସାରେ ତା’ର ସଂସ୍କାର କରିଥିଲେ। ହରି ସିଂହ ନାମକ ଜଣେ ଯୁବକ ମାଙ୍କଡ଼ ପାଇଁ ମଧ୍ୟ ଲଣ୍ଡା ହୋଇଛନ୍ତି।

ପ୍ରାଣ ହରାଇଥିବା ମାଙ୍କଡ଼କୁ କେହି ପୋଷି ନଥିଲେ। କିନ୍ତୁ ସେ ସବୁବେଳେ ଗାଁକୁ ଆସି ଲୋକଙ୍କ ଠାରୁ ଖାଦ୍ୟ ଖାଇଥାଏ। ଗାଁର ପ୍ରତିଟି ଲୋକ ମାଙ୍କଡ଼କୁ ବହୁତ ଭଲ ପାଉଥିଲେ। ଏଥିପାଇଁ ତା’ ମୃତ୍ୟୁ ପରେ ବିଶାଳ ଶୋଭଯାତ୍ରା କରାଯାଇଥିଲା।

ଅନ୍ତିମ ସଂସ୍କାର ପରେ ଗାଁ ଲୋକମାନେ ଅର୍ଥ ସଂଗ୍ରହ କରିଥିଲେ। ଏହି ଅର୍ଥରେ ୧୫ ଶହ ଲୋକଙ୍କ ପାଇଁ ଗୋଟିଏ ବିରାଟ ଭୋଜିର ଆୟୋଜନ କରାଯାଇଥିଲା। ସାମ୍ନାକୁ ଆସିଥିବା ଭିଡିଓରେ ଶହଶହ ଲୋକ ଗୋଟିଏ ସ୍ଥାନରେ ଏକାଠି ଧାଡ଼ିରେ ବସି ଖାଉଥିବା ଦେଖିବାକୁ ମିଳୁଛି। ଏଥିରେ ବୟସ୍କଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ଯାଏ ସମସ୍ତେ ସାମିଲ ଥିଲେ।

କୋଭିଡ ଗାଇଡଲାଇନ ଅନୁସାରେ, ରାଜ୍ୟ ସରକାର ଭିଡ଼ ଉପରେ ରୋକ ଲଗାଇଛନ୍ତି। ତଥାପି ଏତେ ସଂଖ୍ୟକ ଲୋକ କେମିତି ଏକାଠି ହେଲେ, ତା’କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ୍‌ ଭିଡିଓକୁ ଆଧାର କରି ମାମଲା ରୁଜୁ କରିଛି। ଏଥିସହ ପ୍ରାଥମିକ ଅବସ୍ଥାରେ ୨ ଜଣଙ୍କୁ ଗିରଫ କରିଛି। ଗାଁର କିଛି ଲୋକ କାର୍ଯ୍ୟାନୁଷ୍ଠାନ ଭୟରେ ଅନ୍ୟତ୍ର ଚାଲି ଯାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story