କୁଆଡ଼େ ଗଲା ସିଏଏ? ନିରାଶ ହୋଇ ପାକିସ୍ତାନ ଫେରିଲେ ୧୫ଶହ ହିନ୍ଦୁ

ନୂଆଦିଲ୍ଲୀ: କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ମୁସଲିମଙ୍କୁ ଛାଡ଼ି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ସବୁ ଧର୍ମର ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଆଣିଥିଲେ। ବିଶେଷ କରି ବାହାର ରାଷ୍ଟ୍ରରେ ଧାର୍ମିକ ଆକ୍ରୋଶର ଶିକାର ହେଉଥିବା ହିନ୍ଦୁମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ସିଏଏ ଲାଗୁ କରାଯାଇଥିଲା। ୨୦୨୦ରୁ ସିଏଏ ଆଇନରେ ପରିଣତ ହୋଇଥିଲେ ମଧ୍ୟ ଏହାର ନିୟମ ଏଯାଏ ପ୍ରଣୟନ ହୋଇ ପାରୁନି। ଫଳରେ ଭାରତୀୟ ନାଗରିକତା ପାଇଁ ଆଶା ରଖିଥିବା […]

passport

passport

Hemant Lenka
  • Published: Monday, 22 August 2022
  • Updated: 22 August 2022, 10:06 AM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ମୁସଲିମଙ୍କୁ ଛାଡ଼ି ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ସବୁ ଧର୍ମର ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଆଣିଥିଲେ। ବିଶେଷ କରି ବାହାର ରାଷ୍ଟ୍ରରେ ଧାର୍ମିକ ଆକ୍ରୋଶର ଶିକାର ହେଉଥିବା ହିନ୍ଦୁମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ସିଏଏ ଲାଗୁ କରାଯାଇଥିଲା।

୨୦୨୦ରୁ ସିଏଏ ଆଇନରେ ପରିଣତ ହୋଇଥିଲେ ମଧ୍ୟ ଏହାର ନିୟମ ଏଯାଏ ପ୍ରଣୟନ ହୋଇ ପାରୁନି। ଫଳରେ ଭାରତୀୟ ନାଗରିକତା ପାଇଁ ଆଶା ରଖିଥିବା ବାହାର ଦେଶର ହିନ୍ଦୁ ସଂପ୍ରଦାୟର ଲୋକମାନେ ନିରାଶ ହେବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଛି ଯେ ସରକାରଙ୍କ ଉପରୁ ଭରସା ତୁଟାଇ ଗତ ୧୮ ମାସରେ ୧୫ଶହ ହିନ୍ଦୁ ଶରଣାର୍ଥୀ ପୁଣିଥରେ ପାକିସ୍ତାନକୁ ଫେରିଗଲେଣି।

ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ ପାଇଁ ସରକାରଙ୍କ ଲାଗୁ କରୁଥିବା କଠୋର ଆଇନ ଯୋଗୁ ସେମାନେ ପାକିସ୍ତାନ ଫେରିଛନ୍ତି। ପାକିସ୍ତାନରେ ଧାର୍ମିକ ନିର୍ଯାତନା ସହି ନ ପାରି ଏହି ହିନ୍ଦୁ ସଂପ୍ରଦାୟର ଲୋକମାନେ ଭାରତ ଆସିଥିଲେ। ସେମାନଙ୍କର ଆଶା ଥିଲା ଯେ ବିଜେପି ସରକାର ସେମାନଙ୍କୁ ବେଶ ସହଜରେ ନାଗରିକତା ପ୍ରଦାନ କରିବେ। ହେଲେ ଦୀର୍ଘ ବର୍ଷର ଅପେକ୍ଷା ସତ୍ତ୍ୱେ ସେମାନେ କୌଣସି ଲାଭ ନ ପାଇ ଏବେ ନିଜ ଭାଗ୍ୟକୁ ଓ ଭବିଷ୍ୟତକୁ ନେଇ ପୁଣି ପାକିସ୍ତାନ ଫେରିଛନ୍ତି। ସରକାରୀ ତଥ୍ୟ ଅନୁସାରେ, ୨୦୨୨ ଜାନୁଆରୀରୁ ଜୁଲାଇ ମଧ୍ୟରେ ୩୩୪ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ନିରାଶ ହୋଇ ପୁଣି ପାକିସ୍ତାନକୁ ଚାଲି ଯାଇଛନ୍ତି।

ସିମନ୍ତ ଲୋକ ସଂଗଠନ ସଭାପତି ହିନ୍ଦୁ ସିଂହ ସୋଧା କହିଛନ୍ତି, “ ୨୦୨୧ରୁ ଇତି ମଧ୍ୟରେ ପ୍ରାୟ ୧୫ଶହ ପାକିସ୍ତାନୀ ହିନ୍ଦୁ ପୁଣି ପାକିସ୍ତାନକୁ ଫେରି ଯାଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରର ଅବହେଳା ଯୋଗୁ ପାକିସ୍ତାନରୁ ଆସି ଏଠାରେ ଶରଣାର୍ଥୀ ଜୀବନ କାଟୁଥିବା ହିନ୍ଦୁମାନେ ହଇରାଣ ହେଉଛନ୍ତି। ସେମାନେ ସରକାରଙ୍କ ଠାରୁ ଅନେକ କିଛି ଆଶା କରିଥିଲେ ମଧ୍ୟ କୌଣସି ଲାଭ ପାଇ ନାହାନ୍ତି।

ଭାରତୀୟ ନାଗରିକତା ପ୍ରାପ୍ତ କରିବା ପାଇଁ ଅନେକ ପ୍ରକାରର କାଗଜପତ୍ର କାମ କରିବାକୁ ପଡ଼ୁଛି। ଏହି ସବୁ କାମ ପାଇଁ ଅଧିକାଂଶ ହିନ୍ଦୁ ଶରଣାର୍ଥୀଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ। ତେଣୁ ସେମାନେ ବାଧ୍ୟ ହୋଇ ପୁଣି ପାକିସ୍ତାନକୁ ଚାଲି ଯାଇଛନ୍ତି। ସେହିପରି ବିପୁଳ ଟଙ୍କା ଖର୍ଚ୍ଚ କରି ମଧ୍ୟ ସେମାନେ ନାଗରିକତା ପାଇବେ କି ନାହିଁ, ତା’କୁ ନେଇ ମଧ୍ୟ ଦ୍ୱନ୍ଦ୍ୱରେ ରହୁଛନ୍ତି। ପ୍ରାୟ ୨୫ ହଜାର ପାକିସ୍ତାନୀ ହିନ୍ଦୁ ଭାରତର ନାଗରିକତା ପାଇବାକୁ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ସେମାନେ ୧୦ରୁ ୧୫ ବର୍ଷ ହେଲା ଶରଣାର୍ଥୀ ଜୀବନ ମଧ୍ୟ କାଟୁଛନ୍ତି।”

୨୦୦୪ ଓ ୨୦୦୫ରେ ପାକିସ୍ତାନରୁ ଆସିଥିବା ହିନ୍ଦୁମାନଙ୍କୁ ନାଗରିକତା ପ୍ରଦାନ କରିବାକୁ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରାଯାଇଥିଲା। ଏହି ସମୟରେ ପ୍ରାୟ ୧୩ ହଜାର ହିନ୍ଦୁ ଭାରତର ନାଗରିକତା ପାଇଥିଲେ। କିନ୍ତୁ ଗଲା ୫ ବର୍ଷ ମଧ୍ୟରେ କେବଳ ୨ ହଜାର ପାକିସ୍ତାନୀ ହିନ୍ଦୁଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇ ପାରିଛି।

ଏଥିରୁ କେନ୍ଦ୍ର ସରକାରଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଲୋକମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ନିର୍ଯାତିତ ପାକିସ୍ତାନୀ ହିନ୍ଦୁମାନଙ୍କୁ ଭାରତର ନାଗରିକତା ପାଇଁ ମୋଟା ଅଙ୍କର ଟଙ୍କା ଦେବାକୁ ପଡ଼ୁଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିୟମ ଅନୁଯାୟୀ, ଭାରତର ନାଗରିକତା ଆବେଦନ କରିବା ପାଇଁ ପ୍ରଥମେ ପାକିସ୍ତାନୀମାନଙ୍କୁ ସେମାନଙ୍କ ପାସପୋର୍ଟ ପୁନଃନବୀକରଣ କରିବାକୁ ହେବ।

ସେହିପରି ସେମାନେ ପାକିସ୍ତାନ ଦୂତାବାସରେ ନିଜର ପାସପୋର୍ଟ ଦାଖଲ କରିଥିବା ଗୋଟିଏ ସତ୍ୟପାଠ ମଧ୍ୟ ଆଣିବେ। ଏହାକୁ ନାଗରିକତା ପାଇଁ ଆବେଦନ କରିବା ସମୟରେ ଦାଖଲ କରିବାର ପ୍ରାବଧାନ ରହିଛି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏପରି ନିୟମକୁ ଦୃଷ୍ଟିରେ ରଖି ପାକିସ୍ତାନ ଦୂତାବାସ ମଧ୍ୟ ନିଜର ଫି’କୁ ବୃଦ୍ଧି କରିଛି। ଶରଣାର୍ଥୀମାନଙ୍କୁ ପାସପୋର୍ଟ ନବୀକରଣ ପାଇଁ ୮ରୁ ୧୦ ହଜାର ଟଙ୍କାର ଫି’ ଆକାରରେ ଦେବାକୁ ପଡ଼ିବ ବୋଲି ପାକିସ୍ତାନ ଦୂତାବାସ କହିଛି। ଏହାବାଦ ଅନେକ କଷ୍ଟସାଧ୍ୟ ନିୟମ ମଧ୍ୟ ରହିଛି। ଆର୍ଥିକ ଚାପ ଓ କଠୋର ନିୟମ ଯୋଗୁ ପାକିସ୍ତାନୀ ହିନ୍ଦୁମାନେ ନାଗରିକତା ପାଇ ପାରୁ ନାହାନ୍ତି।

ସେମାନେ ବାଧ୍ୟ ହୋଇ ପାକିସ୍ତାନ ଫେରୁଛନ୍ତି। ତେଣୁ ଭାରତର ନାଗରିକତା ପାଇଁ ପାକିସ୍ତାନ ପାସପୋର୍ଟ ଫେରାଇବା ନିୟମକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତ୍ୟାହାର କରିବା ଦରକାର ବୋଲି ସୋଧା ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos