ଦିନକରେ ରାଜଧାନୀର ୧୮୧ ପୁଲିସ୍‌ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣରୁ ବର୍ତ୍ତି ପାରିନାହାନ୍ତି ରାଜଧାନୀ ଦିଲ୍ଲୀର ପୁଲିସ୍‌ କର୍ମଚାରୀ। ସାଧାରଣ ଲୋକଙ୍କ ଭଳି ପୁଲିସ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀର ୧୮୧ ଜଣ ପୁଲିସ୍‌ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଏକାଧିକ ବରିଷ୍ଠ ଅଧିକାରୀ ମଧ୍ୟ ରହିଛନ୍ତି। ଗତବର୍ଷ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ଇତି ମଧ୍ୟରେ ୧୨ ହଜାରରୁ ଅଧିକ ଦିଲ୍ଲୀ […]

Police

Police

Hemant Lenka
  • Published: Wednesday, 05 May 2021
  • Updated: 05 May 2021, 08:17 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣରୁ ବର୍ତ୍ତି ପାରିନାହାନ୍ତି ରାଜଧାନୀ ଦିଲ୍ଲୀର ପୁଲିସ୍‌ କର୍ମଚାରୀ। ସାଧାରଣ ଲୋକଙ୍କ ଭଳି ପୁଲିସ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀର ୧୮୧ ଜଣ ପୁଲିସ୍‌ କର୍ମଚାରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଏକାଧିକ ବରିଷ୍ଠ ଅଧିକାରୀ ମଧ୍ୟ ରହିଛନ୍ତି।

ଗତବର୍ଷ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ଇତି ମଧ୍ୟରେ ୧୨ ହଜାରରୁ ଅଧିକ ଦିଲ୍ଲୀ ପୁଲିସ୍‌ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ହଜାର ପୁଲିସ୍‌ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ୬୦ରେ ରହିଛି। ମଙ୍ଗଳବାର ଦିଲ୍ଲୀ ପୁଲିସ୍‌ କମିଶନର ଏସ୍ଏନ୍ ଶ୍ରୀବାସ୍ତବ ସଂକ୍ରମିତ ପୁଲିସ୍‌ କର୍ମଚାରୀ ଓ ଅଧିକାରୀଙ୍କ ସହ ଗୋଟିଏ ୱେଲନେସ୍‌ ୱେବନାରରେ ଆଲୋଚନା କରିଥିଲେ। ଏହି ସମୟରେ ଘରେ ରହି ଚିକିତ୍ସିତ ହେଉଥିବା ପୁଲିସ୍ କର୍ମଚାରୀମାନେ ସେମାନଙ୍କ ଅଭିଜ୍ଞତା ଶେୟାର କରିଥିଲେ।

ଦିଲ୍ଲୀ ପୁଲିସ୍‌ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲାରେ କୋଭିଡ ସେଲ୍‌ ନିଜର କର୍ମଚାରୀଙ୍କ ପାଇଁ ତିଆରି କରିଛି। ବରିଷ୍ଠ ଅଧିକାରୀଙ୍କ ସୁପରଭିଜନରେ କୋଭିଡ୍‌ ସେଲ୍‌ ପକ୍ଷରୁ ସଂକ୍ରମିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। କର୍ମଚାରୀଙ୍କୁ ମେସେଜ ମାଧ୍ୟମରେ ଆବଶ୍ୟକ ସୂଚନା ମଧ୍ୟ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos