ବର୍ଷକରେ ୧୦୦ ଅପରେସନ, ୧୮୨ ଆତଙ୍କୀ ଖତମ

ଜମ୍ମୁ: ଆଉ କିଛି ଘଣ୍ଟା ପରେ ସମସ୍ତଙ୍କ ପାଖରୁ ବିଦାୟ ନେବ ବର୍ଷ ୨୦୨୧। ବିଦାୟୀ ବର୍ଷରେ ଆତଙ୍କବାଦୀଙ୍କ ବିରୋଧରେ ଏକାଧିକ ଅପରେସନ କରିଥିଲେ ସୁରକ୍ଷାକର୍ମୀ। ବର୍ଷର ଶେଷ ଦିନରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ-ଇ-ମହମ୍ମଦର ୩ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି। ଯଦି ପୂରା ବର୍ଷର କଥାକୁ ବିଚାରକୁ ନେବା, ତା’ହେଲେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ୧୦୦ଟି ଆତଙ୍କୀ ବିରୋଧୀ ଅପରେସନ କରାଯାଇଛି। ଏଥିରେ ୧୮୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏହି ନିହତଙ୍କ ମଧ୍ୟରେ ୪୪ […]

Terrorist

Terrorist

Hemant Lenka
  • Published: Friday, 31 December 2021
  • Updated: 31 December 2021, 03:30 PM IST

Sports

Latest News

ଜମ୍ମୁ: ଆଉ କିଛି ଘଣ୍ଟା ପରେ ସମସ୍ତଙ୍କ ପାଖରୁ ବିଦାୟ ନେବ ବର୍ଷ ୨୦୨୧। ବିଦାୟୀ ବର୍ଷରେ ଆତଙ୍କବାଦୀଙ୍କ ବିରୋଧରେ ଏକାଧିକ ଅପରେସନ କରିଥିଲେ ସୁରକ୍ଷାକର୍ମୀ। ବର୍ଷର ଶେଷ ଦିନରେ ମଧ୍ୟ ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ-ଇ-ମହମ୍ମଦର ୩ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି।

ଯଦି ପୂରା ବର୍ଷର କଥାକୁ ବିଚାରକୁ ନେବା, ତା’ହେଲେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ୧୦୦ଟି ଆତଙ୍କୀ ବିରୋଧୀ ଅପରେସନ କରାଯାଇଛି। ଏଥିରେ ୧୮୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏହି ନିହତଙ୍କ ମଧ୍ୟରେ ୪୪ ଜଣ କୁଖ୍ୟାତ ଆତଙ୍କବାଦୀ ମଧ୍ୟ ରହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି। ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂହ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶୁକ୍ରବାର ସୁଦ୍ଧା ସୁରକ୍ଷାକର୍ମୀମାନେ ବେଶ ସଫଳତାର ସହ ୧୦୦ଟି ଅପରେସନ କରିଛନ୍ତି। ଏହି ଅପରେସନରେ ୧୮୨ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କୀଙ୍କ ଆକ୍କା ସାଜିଥିବା ୪୪ ଜଣ କୁଖ୍ୟାତ କମାଣ୍ଡର ମଧ୍ୟ ରହିଛନ୍ତି।

ଚଳିତ ବର୍ଷ ଉପତ୍ୟକାର ୧୩୪ ଜଣ ଯୁବକ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭୨ ଜଣ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ୨୨ ଜଣଙ୍କୁ ଜୀବନ୍ତ ଗିରଫ କରାଯାଇଛି। ଚଳିତ ବର୍ଷ ସୁରକ୍ଷାକର୍ମୀଙ୍କ ଅପରେସନ ଯୋଗୁ ଅନୁପ୍ରବେଶ ଘଟଣା ହ୍ରାସ ପାଇଛି।

ବର୍ଷକ ମଧ୍ୟରେ କେବଳ ୩୪ ଜଣ ଆତଙ୍କବାଦୀ ସଫଳତାର ସହ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି। ଏହାବାଦ ପଠାନ ଚୌକରେ ପୁଲିସ୍‌ ବସ୍‌ ଉପରେ ହମଲା କରିଥିବା ଆତଙ୍କୀଙ୍କ ମଧ୍ୟରୁ ୯ ଜଣଙ୍କୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଖତମ କରାଯାଇଛି। ଏମାନେ ସମସ୍ତେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନର ସଦସ୍ୟ ଭାବେ କାମ କରୁଥିଲେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story