କରୋନାର ଦ୍ୱିତୀୟ ୱେଭ: ରାଜଧାନୀରେ ଜୁନରେ ଦିଆଯାଇଛି ୧୯ ହଜାର ମୃତ୍ୟୁ ପ୍ରମାଣପତ୍ର

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ୱେଭ ପିକ୍‌ରେ ଥିବା ବେଳେ ଜୁନ୍‌ ମାସରେ ସର୍ବାଧିକ ଲୋକ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିଲେ। ଏଥିପାଇଁ ସେମାନେ ମୃତ୍ୟୁର ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଚଳିତ ବର୍ଷ ଜୁନ୍‌ ମାସରେ ଦିଲ୍ଲୀର ୩ ପୌରପାଳିକା ଅଧିକାରୀ ୧୯,୩୬୬ଟି ମୃତ୍ୟୁ ପ୍ରମାଣପତ୍ର ଜାରି କରିଥିବା ବେଳେ ଗତବର୍ଷ ସମାନ ମାସରେ ୧୧,୬୪୨ଟି ପ୍ରମାଣପତ୍ର ଜାରି କରାଯାଇଥିଲା। ସେହିପରି ଚଳିତ ବର୍ଷ ଏପ୍ରିଲ, ମେ’ ଓ ଜୁନ୍‌ ମାସରେ ଲୋକଙ୍କୁ ଦିଆଯାଇଥିବା ମୋଟ ମୃତ୍ୟୁ […]

Corona

Corona

Hemant Lenka
  • Published: Saturday, 03 July 2021
  • Updated: 03 July 2021, 04:19 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ୱେଭ ପିକ୍‌ରେ ଥିବା ବେଳେ ଜୁନ୍‌ ମାସରେ ସର୍ବାଧିକ ଲୋକ ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିଲେ। ଏଥିପାଇଁ ସେମାନେ ମୃତ୍ୟୁର ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଚଳିତ ବର୍ଷ ଜୁନ୍‌ ମାସରେ ଦିଲ୍ଲୀର ୩ ପୌରପାଳିକା ଅଧିକାରୀ ୧୯,୩୬୬ଟି ମୃତ୍ୟୁ ପ୍ରମାଣପତ୍ର ଜାରି କରିଥିବା ବେଳେ ଗତବର୍ଷ ସମାନ ମାସରେ ୧୧,୬୪୨ଟି ପ୍ରମାଣପତ୍ର ଜାରି କରାଯାଇଥିଲା।

ସେହିପରି ଚଳିତ ବର୍ଷ ଏପ୍ରିଲ, ମେ’ ଓ ଜୁନ୍‌ ମାସରେ ଲୋକଙ୍କୁ ଦିଆଯାଇଥିବା ମୋଟ ମୃତ୍ୟୁ ପ୍ରମାଣପତ୍ରର ସଂଖ୍ୟା ୫୮,୮୩୯ ରହିଛି। ଏହି ସଂଖ୍ୟାରେ ନୂଆଦିଲ୍ଲୀ ପୌରପାଳିକା ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡ ଅଞ୍ଚଳ ପକ୍ଷରୁ ଜାରି ମୃତ୍ୟୁ ପ୍ରମାଣପତ୍ରକୁ ସାମିଲ କରାଯାଇ ନାହିଁ। ଏହାକୁ ମିଶାଇରେ ଏହି ସଂଖ୍ୟା ଆହୁରି ବଢ଼ିଯିବ। ଉଭୟ କୋଭିଡ ଓ ଅଣ କୋଭିଡ ମୃତ୍ୟୁକୁ ଆଧାର କରି ପ୍ରମାଣପତ୍ର ସଂଖ୍ୟା ଜାରି କରାଯାଇଛି।

ରିପୋର୍ଟ ଅନୁସାରେ, ଉତ୍ତର କର୍ପୋରେସନ ୧୦,୭୧୫, ଦକ୍ଷିଣ କର୍ପୋରେସନ ୬,୮୩୨ ଓ ପୂର୍ବ କର୍ପୋରେସନ ୧୮୧୯ଟି ମୃତ୍ୟୁ ପ୍ରମାଣପତ୍ର ଚଳିତ ବର୍ଷ ଜୁନ ମାସରେ ଜାରି କରିଛି। ଏହି ୩ କର୍ପୋରେସନ ଚଳିତ ବର୍ଷ ମେ’ ମାସରେ ୨୯,୨୩୨ଟି ପ୍ରମାଣପତ୍ର ଇସ୍ୟୁ କରିଥିବା ବେଳେ ଗତବର୍ଷ ଏହି ମାସରେ ୫,୪୮୦ଟି ପ୍ରମାଣପତ୍ର ଦେଇଥିଲେ। ମେ’ ମାସରେ ଦକ୍ଷିଣ କର୍ପୋରେସନ ୧୦,୨୦୯, ଉତ୍ତର କର୍ପୋରେସନ ୧୩,୫୮୬ ଓ ପୂର୍ବ କର୍ପୋରେସନ ୫,୪୩୭ଟି ପ୍ରମାଣପତ୍ର ବିଭିନ୍ନ ଲୋକଙ୍କୁ ଦେଇଛି।

ଏପ୍ରିଲ ମାସରେ ମଧ୍ୟରେ ସମାନ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଚଳିତ ବର୍ଷ ଏପ୍ରିଲ ମାସରେ ୧୦,୨୪୧ଟି ପ୍ରମାଣପତ୍ର ଜାରି କରାଯାଇଥିବା ବେଳେ ଗତବର୍ଷ ଏପ୍ରିଲରେ ୪,୪୩୯ଟି ପ୍ରମାଣପତ୍ର ଜାରି କରାଯାଇଥିଲା।

ଗତବର୍ଷ ଏପ୍ରିଲ, ମେ’ ଓ ଜୁନ୍‌ରେ ମୋଟ ୨୧, ୫୬୧ଟି ମୃତ୍ୟୁ ପ୍ରମାଣପତ୍ର ଜାରି କରାଯାଇଥିବା ବେଳେ ୨୦୨୧ର ଏହି ୩ ମାସରେ ୫୮,୮୩୯ଟି ପ୍ରମାଣପତ୍ର ଜାରି କରାଯାଇଛି। ଗତବର୍ଷ ତୁଳନାରେ ଏହା ୨.୭ ଗୁଣ ଅଧିକ। ସେହିପରି ୨୦୧୯ରେ ୨୬,୯୭୫ଟି ମୃତ୍ୟୁ ପ୍ରମାଣପତ୍ର ଲୋକଙ୍କୁ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story