ଦୁଇ ଯାତ୍ରୀବାହୀ ଡଙ୍ଗା ମଧ୍ୟରେ ମୁହାଁମୁହିଁ ଧକ୍କା, ଥିଲେ ୧୦୦ରୁ ଅଧିକ ଲୋକ

ଗୌହାଟୀ: ଆସାମର ଜୋରହାଟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ଆଜି ଭୟଙ୍କର ଦୁର୍ଘଟଣା ଘଟିଛି। ନଦୀରେ ଦୁଇଟି ଯାତ୍ରୀବାହୀ ଡଙ୍ଗା ଯାଉଥିବା ବେଳେ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ବେଳେ ଉଭୟ ଡଙ୍ଗାରେ ୧୦୦ରୁ ଅଧିକ ଲୋକ ରହିଥିଲେ। ଦୁର୍ଘଟଣା ପରେ ଦୁଇଟି ଯାକ ଡଙ୍ଗା ଓଲଟି ପଡ଼ିବାରୁ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ସେହିପରି କିଛି ଲୋକ ପହଁରି କୂଳକୁ ଆସିଥିବା ଜଣାପଡ଼ିଛି। ନିଖୋଜଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି। […]

Boat

Boat

Hemant Lenka
  • Published: Wednesday, 08 September 2021
  • Updated: 08 September 2021, 06:31 PM IST

Sports

Latest News

ଗୌହାଟୀ: ଆସାମର ଜୋରହାଟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ଆଜି ଭୟଙ୍କର ଦୁର୍ଘଟଣା ଘଟିଛି। ନଦୀରେ ଦୁଇଟି ଯାତ୍ରୀବାହୀ ଡଙ୍ଗା ଯାଉଥିବା ବେଳେ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ବେଳେ ଉଭୟ ଡଙ୍ଗାରେ ୧୦୦ରୁ ଅଧିକ ଲୋକ ରହିଥିଲେ।

ଦୁର୍ଘଟଣା ପରେ ଦୁଇଟି ଯାକ ଡଙ୍ଗା ଓଲଟି ପଡ଼ିବାରୁ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ସେହିପରି କିଛି ଲୋକ ପହଁରି କୂଳକୁ ଆସିଥିବା ଜଣାପଡ଼ିଛି। ନିଖୋଜଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଜୋରହାଟର ନିମତି ଘାଟରେ ଡଙ୍ଗା ଦୁଇଟି ପରସ୍ପରକୁ ଧକ୍କା ଦେଇଛନ୍ତି। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଗୋଟିଏ ଡଙ୍ଗାରେ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ଡିର୍ପାଟମେଣ୍ଟର ସରକାରୀ ଅଧିକାରୀମାନେ ରହିଥିଲେ। ସେମାନେ ମଜୁଲି ଦ୍ୱୀପରୁ କୂଳକୁ ଫେରୁଥିଲେ। ସେହିପରି ଆଉ ଗୋଟିଏ ଡଙ୍ଗା ନିମତି ଘାଟରୁ ବିପରୀତ ଦିଗକୁ ଯାଉଥିଲା। ଏହି ସମୟରେ ହିଁ ଡଙ୍ଗା ଦୁଇଟି ପରସ୍ପରକୁ ମୁହାଁମୁହିଁ ଧକ୍କା ଦେଇଥିଲେ।

ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ଦୁର୍ଘଟଣା ପରେ ଡଙ୍ଗା ବୁଡ଼ିବା ଆରମ୍ଭ କରିଥିଲା। କିଛି ଲୋକ ଏଥିରେ ଝୁଲି ରହିଥିବା ବେଳେ ଆଉ କିଛି ଲୋକ ଜୀବନ ବିକଳରେ ପାଣିକୁ ଡେଇଁ ପଡ଼ିଥିଲେ। ଡଙ୍ଗାରେ ଥିବା ଲୋକଙ୍କ ଆସବାବପତ୍ର ଓ ବାଇକ ନଦୀ ଜଳରେ ଭାସି ଯାଇଛି। ଅନେକ ଲୋକ ମଧ୍ୟ ନିଖୋଜ ରହିଛନ୍ତି।

ଖବର ପାଇ ଏସ୍‌ଡିଆରଏଫ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଉଭୟ ମଜୁଲି ଓ ଜୋରହାଟ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେ ମନ୍ତ୍ରୀ ବିମଲ ବୋରାଙ୍କ ତୁରନ୍ତ ମଜୁଲି ଯାଇ ସ୍ଥିତି ଯାଞ୍ଚ କରିବାକୁ କହିଛନ୍ତି।

ପୂରା ଉଦ୍ଧାର କାର୍ଯ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ସମୀର କୁମାର ସିହ୍ନା ନଜର ରଖିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିମତି ଘାଟ ଯିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story