ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ପିକନିକ ବସ୍‌ ଓଲଟି ପଡ଼ିଲା, ଚାଲିଗଲା ୨ ଜଣଙ୍କ ଜୀବନ

ଡେରାଡୁନ: ଉତ୍ତରାଖଣ୍ଡର ସୀତାରଗଞ୍ଜ ଅଞ୍ଚଳରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଏକାଧି ପିଲା ଓ ବସ୍‌ରେ ଥିବା ଶିକ୍ଷକ/ଶିକ୍ଷୟିତ୍ରୀମାନେ ଆହତ ହୋଇଛି। ସେମାନଙ୍କ ମଧ୍ୟ କିଛି ପିଲାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି।

ଆଜି ଶିଶୁ ଦିବସ ଥିବାରୁ ପିଲାମାନେ ବସ୍‌ ଯୋଗେ ଗୋଟିଏ ପିକନିକ ସ୍ପଷ୍ଟକୁ ଯାଉଥିଲେ। ବସ୍‌ରେ ମୋଟ ୫୧ ଜଣ ପିଲା ଥିଲେ। ତେବେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଛାତ୍ରୀ ଓ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ବେଶ କିଛି ସମୟ ଧରି ପିଲାମାନେ ବସ୍‌ ମଧ୍ୟରେ ଫସି ରହିଥିଲେ। ସେମାନଙ୍କ କାନ୍ଦ ଶୁଣି ସ୍ଥାନୀୟ ଲୋକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ପ୍ରଶାସନ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ପୁଲିସ୍‌ କହିଛି ଯେ ଉଦ୍ଧାରକାରୀ ଟିମ୍‌ ପହଞ୍ଚିଲା ବେଳକୁ ଜଣେ ଛାତ୍ରୀ ଓ ଜଶେ ଶିକ୍ଷକଙ୍କ ମୃତ୍ୟୁ ଘଟି ସାରିଥିଲା। ଅନ୍ୟମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଶୋକ ପ୍ରକାଶ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।