ଔଷଧ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୨ ମୃତ ଏବଂ ୪ ଆହତ

ଅମରାବତୀ: ମହାଶିବରାତ୍ରୀର ଅଭାବନୀୟ ଘଟଣା। ଏକ ଔଷଧ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହେବାରୁ ଦୁଇ କର୍ମୀଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର କାକାନାଡାର ସରପାଭାରାମରେ ଏହି ଔଷଧ ଫ୍ୟାକ୍ଟ୍ରି ରହିଛି। ଅପରାହ୍ନ ୩ଟା ୧୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।

ଗୁରୁତରଙ୍କୁ ପାଖରେ ଥିବା ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ଆସି ତଦନ୍ତ ଆରମ୍ଭ କରିଛି। ଏଥିସହ ଦୁଇ ମୃତକଙ୍କୁ ଚିହ୍ନଟ କରିଛି। ଦୁଇ ଜଣଙ୍କ ନାଁ ହେଲା ଟି ଭେଙ୍କାଟା ରମଣ ଏବଂ କେ ସୁବ୍ରମଣ୍ୟମ। ଔଷଧ ଫ୍ୟାକ୍ର୍ଟିରେ ବିସ୍ଫୋରଣରେ ପଛରେ ଅଗ୍ନିକାଣ୍ଡ ବୋଲି ଜଣାପଡ଼ିଛି। ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ହସ୍ପିଟାଲ ଯାଇ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ।

ଆନ୍ଧ୍ରପ୍ରଦେଶର ଶିଳ୍ପ ମନ୍ତ୍ରୀ ଏମ ଗୁଥାମ ରେଡ୍ଡୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାର କାରଣ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।