ଦେଶ ସହ ଧୋକା! ତଥ୍ୟ ଲିକ୍‌ କରୁଥିଲେ ୨ ନୌସେନା କମାଣ୍ଡରଙ୍କ ସମେତ ୬ ଜଣ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ସହ ଜଡ଼ିତ ତଥ୍ୟକୁ ଲିକ୍‌ କରିବା ଅଭିଯୋଗରେ ସିବିଆଇ ୬ ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ କାର୍ଯ୍ୟରତ ନୌସେନା କମାଣ୍ଡର ଓ ଦୁଇ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀ ରହିଛନ୍ତି। ସମସ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା କରାଯାଇଛି। ଅଭିଯୁକ୍ତମାନେ ଭାରତର କିଲୋ କ୍ଲାସ୍ ବୁଡ଼ାଜାହାଜଗୁଡ଼ିକର ମଧ୍ୟମ ରିଫିଟ୍ ଲାଇଫ୍ ସାର୍ଟିଫିକେଟ୍ (MRLC) କାର୍ଯ୍ୟକ୍ରମ ବିଷୟରେ ସୂଚନା ଅନାଧିକୃତ […]

submarien

submarien

Hemant Lenka
  • Published: Tuesday, 02 November 2021
  • Updated: 02 November 2021, 08:10 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସୁରକ୍ଷା ସହ ଜଡ଼ିତ ତଥ୍ୟକୁ ଲିକ୍‌ କରିବା ଅଭିଯୋଗରେ ସିବିଆଇ ୬ ଜଣଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ କାର୍ଯ୍ୟରତ ନୌସେନା କମାଣ୍ଡର ଓ ଦୁଇ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀ ରହିଛନ୍ତି। ସମସ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା କରାଯାଇଛି।

ଅଭିଯୁକ୍ତମାନେ ଭାରତର କିଲୋ କ୍ଲାସ୍ ବୁଡ଼ାଜାହାଜଗୁଡ଼ିକର ମଧ୍ୟମ ରିଫିଟ୍ ଲାଇଫ୍ ସାର୍ଟିଫିକେଟ୍ (MRLC) କାର୍ଯ୍ୟକ୍ରମ ବିଷୟରେ ସୂଚନା ଅନାଧିକୃତ ବ୍ୟକ୍ତିଙ୍କ ନିକଟକୁ ପଠାଉଥିଲେ। ସେପ୍ଟେମ୍ବର ୩ରେ ସିବିଆଇ ଅବସରପ୍ରାପ୍ତ ନୌସେନା ଅଧିକାରୀ ରଣଦୀପ ସିଂହ ଓ ଏସଜେ ସିଂହଙ୍କୁ ଗିରଫ କରିଥିଲା। ଏହାର ଯାଞ୍ଚ କରିବା ବେଳେ ନୌସେନାରେ କାର୍ଯ୍ୟରତ ଦୁଇ କମାଣ୍ଡରଙ୍କ ଧୋକାଦାରୀ ବିଷୟରେ ଜାଣିବାକୁ ପାଇଥିଲା।

ରଣଦୀପଙ୍କ ବିଭିନ୍ନ ଠକିଣାରେ ସିବିଆଇ ରେଡ୍‌ କରି ପ୍ରାୟ ୨ କୋଟିର ନଗଦ ଟଙ୍କା ଜବତ କରିଥିଲା। ଉକ୍ତ ତଦନ୍ତକୁ ଭିତ୍ତି କରି ସିବିଆଇ ପଶ୍ଚିମ ନାଭାଲ କମାଣ୍ଡ ମୁଖ୍ୟାଳୟରେ ପୋଷ୍ଟିଂ ହୋଇଥିବା କମାଣ୍ଡର ଅଜିତ କୁମାର ପାଣ୍ଡେଙ୍କୁ ଗିରଫ କରିଥିଲା। ସେଠାରୁ ପାଣ୍ଡେଙ୍କ ଅଧୀନରେ କାମ କରୁଥିବା ଆଉ ଜଣେ କମାଣ୍ଡର ମଧ୍ୟ ଗିରଫ ହୋଇଥିଲେ।

ସିବିଆଇ ସୂତ୍ର ଅନୁଯାୟୀ, ଦୁଇ ଜଣ କାର୍ଯ୍ୟରତ କମାଣ୍ଡର ବିଦେଶୀ କମ୍ପାନୀ ସହ କାମ କରୁଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀମାନଙ୍କୁ କିଲୋ ଶ୍ରେଣୀ ବୁଡ଼ାଜାହାଜ ପ୍ରକଳ୍ପ ସମ୍ପର୍କିତ ସୂଚନା ଦେଉଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଅବସର ନେଇଥିବା କମାଣ୍ଡର ଏସଜେ ସିଂହ ଗୋଟିଏ କୋରିଆନ କମ୍ପାନୀରେ କାମ କରୁଛନ୍ତି। ଉକ୍ତ କମ୍ପାନୀ ଭାରତର ନୌସେନା ପ୍ରକଳ୍ପ ଗୁଡ଼ିକ ଉପରେ ବେଶ ଆଗ୍ରହ ଦେଖାଉଥିଲା।

ଏପରି ଗିରଫଦାରୀ ପୂର୍ବରୁ ସିବିଆଇ ଅନେକ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଜେରା କରିଥିଲା। ଅଭିଯୁକ୍ତମାନେ ଯେମିତି ଜାମିନ ନ ପାଇବେ, ସେଥିପାଇଁ ସିବିଆଇ ପ୍ରାଥମିକ ଅନୁସନ୍ଧାନ ଭିତ୍ତିରେ ଚାର୍ଜଶିଟ୍‌ ଦାଖଲ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos