ମଝି ଆକାଶରେ ପରସ୍ପରକୁ ଧକ୍କା ଦେଲେ ଦୁଇ ବିମାନ

ସିଓଲ: ମଝି ଆକାଶରେ ଘଟିଛି ବଡ଼ ଅଘଟଣ। ଦକ୍ଷିଣ କୋରିଆ ବାୟୁସେନାର ଦୁଇଟି ବିମାନ ଟ୍ରେନିଂ କରୁଥିବା ବେଳେ ପରସ୍ପରକୁ ଧକ୍କା ଦେଇଛନ୍ତି। ଦୁର୍ଘଟଣା ପରେ ଦୁଇଟି ଯାକ ବିମାନ ପାହାଡ଼ିଆ ଅଞ୍ଚଳରେ ଖସି ପଡ଼ିଛି। ଏହି ଘଟଣାରେ ଟ୍ରେନିଂ ବିମାନରେ ଥିବା ୪ ପାଇଲଟ ପ୍ରାଣ ହରାଇଛନ୍ତି। ଦକ୍ଷିଣ କୋରିଆର ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, କେଟି-୧ ଟ୍ରେନର ଜେଟସ ସାଚେଓନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଅଞ୍ଚଳଟି ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଠାରୁ ୩୦୦ […]

Flight

Flight

Hemant Lenka
  • Published: Friday, 01 April 2022
  • Updated: 01 April 2022, 03:56 PM IST

Sports

Latest News

ସିଓଲ: ମଝି ଆକାଶରେ ଘଟିଛି ବଡ଼ ଅଘଟଣ। ଦକ୍ଷିଣ କୋରିଆ ବାୟୁସେନାର ଦୁଇଟି ବିମାନ ଟ୍ରେନିଂ କରୁଥିବା ବେଳେ ପରସ୍ପରକୁ ଧକ୍କା ଦେଇଛନ୍ତି। ଦୁର୍ଘଟଣା ପରେ ଦୁଇଟି ଯାକ ବିମାନ ପାହାଡ଼ିଆ ଅଞ୍ଚଳରେ ଖସି ପଡ଼ିଛି। ଏହି ଘଟଣାରେ ଟ୍ରେନିଂ ବିମାନରେ ଥିବା ୪ ପାଇଲଟ ପ୍ରାଣ ହରାଇଛନ୍ତି।

ଦକ୍ଷିଣ କୋରିଆର ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, କେଟି-୧ ଟ୍ରେନର ଜେଟସ ସାଚେଓନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଅଞ୍ଚଳଟି ଦକ୍ଷିଣ କୋରିଆର ରାଜଧାନୀ ସିଓଲ ଠାରୁ ୩୦୦ କିମି ଦୂର। ସାଚେଓନ ଏୟାର ବେସ୍‌ରୁ ଆଜି ଟ୍ରେନିଂ ପାଇଁ ଦୁଟି କେଟି-୧ ବିମାନ ଉଡ଼ାଣ ଭରିଥିଲେ।

ମଝି ଆକାଶରେ ଉଡ଼ୁଥିବା ବେଳେ ବିମାନ ଦୁଇଟି ପରସ୍ପରକୁ ଧକ୍କା ଦେଇଥିଲେ। ଏହାପରେ ଦୁଇଟି ଯାକ ବିମାନ କ୍ରାଶ ହୋଇ ଯାଇଛି। ଏହି ଘଟଣାରେ ବିମାନ ଦ୍ୱୟରେ ଥିବା ୪ ଜଣ ପାଇଲଟ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ବାୟୁସେନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେଉଁ କାରଣରୁ ଘଟଣାର ସେକଥା ଜଣାପଡ଼ିନି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ ବିମାନ ଦ୍ୱୟ କ୍ରାଶ ହୋଇଥିବା ସ୍ଥାନରେ ନିଆଁ ଲାଗି ଯାଇଛି। ଏହାକୁ ଆୟତ୍ତ କରିବା ପାଇଁ ୩୦ରୁ ଅଧିକ ଅଗ୍ନିଶମ ଗାଡ଼ି ଓ ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ ଯାଇଛନ୍ତି। ସୂଚନାଯୋଗ୍ୟ, ଏହାପୂର୍ବରୁ ଜାନୁଆରୀ ମାସରେ ଏଫ-୫ ଯୁଦ୍ଧ ବିମାନ ଦକ୍ଷିଣ କୋରିଆରେ କ୍ରାଶ କରିବାରୁ ଜଣେ ପାଇଲଟଙ୍କ ଜୀବନ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos