ପୁଣି ଏନକାଉଣ୍ଟର: ୨ ଆତଙ୍କୀ ସଫା, ୩ ଯବାନ ଆହତ

ଶ୍ରୀନଗର: ପୁଣିଥରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ବାନ୍ଦିପୋରା ଅନ୍ତର୍ଗତ ସୁମଲାର ସ୍ଥିତ ଶୋକବାବା ଠାରେ ଏହି ଏନକାଉଣ୍ଟର ଘଟିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି। ଶୋକବାବା ଜଙ୍ଗଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ […]

Encounter

Encounter

Hemant Lenka
  • Published: Saturday, 24 July 2021
  • Updated: 24 July 2021, 06:43 PM IST

Sports

Latest News

ଶ୍ରୀନଗର: ପୁଣିଥରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ବାନ୍ଦିପୋରା ଅନ୍ତର୍ଗତ ସୁମଲାର ସ୍ଥିତ ଶୋକବାବା ଠାରେ ଏହି ଏନକାଉଣ୍ଟର ଘଟିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ଜଣାପଡ଼ିଛି।

ଶୋକବାବା ଜଙ୍ଗଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଅନେକ ଥର ଏନକାଉଣ୍ଟର ହୋଇଥିବାରୁ ସୁରକ୍ଷାକର୍ମୀମାନେ ବେଶ ସତର୍କତା ସହ ଅପରେସନ କରିଥିଲେ।

ଜଙ୍ଗଲ ନିକଟରେ ପହଞ୍ଚିବା କ୍ଷଣି ଆତଙ୍କବାଦୀମାନେ ଗୁଳିମାଡ଼ କରିବା ଆରମ୍ଭ କରିଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିୟରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି। ତେବେ ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ। ସେହିପରି ଆତଙ୍କୀଙ୍କ ଗୁଳିରେ ୩ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଅପରେସନରେ ଜମ୍ମୁ-କଶ୍ମୀର ପୁଲିସ ସହ, ଆର୍ମିର ୧୩ ଆରଆର, ୧୪ ଆରଆର ଓ ସିଆରପିଏଫ ଯବାନମାନେ ସାମିଲ ହୋଇଥିଲେ। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନାଯୋଗ୍ୟ, ଗତ ୫ ଦିନ ମଧ୍ୟରେ ଏହା ତୃତୀୟ ଏନକାଉଣ୍ଟର। ଶୁକ୍ରବାର ସୋପରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ସୋମବାର ସୋପିଆନରେ ମଧ୍ୟ ୨ ଜଣ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos