ଆତ୍ମଘାତୀ ହମଲାର ମସୁଧା କରିଥିଲେ ନିହତ ୨ ଆତଙ୍କୀ! ଆହତଙ୍କ ମଧ୍ୟରେ ଓଡ଼ିଆ ଯବାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ଆଜି ସୁଞ୍ଜୱାନ ଅଞ୍ଚଳରେ ବଡ଼ଧରଣର ଏନକାଉଣ୍ଟର ହୋଇଛି। ଏହି ଘଟଣାରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ସେହିପରି ଆହତ ହୋଇଥିବା ୯ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ପ୍ରମୋଦ ପାତ୍ର ରହିଛନ୍ତି। ପ୍ରମୋଦ ସିଆଇଏସଏଫରେ କାମ କରନ୍ତି। ଆତଙ୍କବାଦୀଙ୍କ ମୁକାବିଲା କରି ସେ ଗୁଳିମାଡ଼ର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କୁ ଅନ୍ୟ ଯବାନଙ୍କ ସହ ସ୍ଥାନୀୟ ସେନା ହସ୍ପିଟାଲରେ […]

Terrorist

Terrorist

Hemant Lenka
  • Published: Friday, 22 April 2022
  • Updated: 22 April 2022, 10:27 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ଆଜି ସୁଞ୍ଜୱାନ ଅଞ୍ଚଳରେ ବଡ଼ଧରଣର ଏନକାଉଣ୍ଟର ହୋଇଛି। ଏହି ଘଟଣାରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ସେହିପରି ଆହତ ହୋଇଥିବା ୯ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ପ୍ରମୋଦ ପାତ୍ର ରହିଛନ୍ତି। ପ୍ରମୋଦ ସିଆଇଏସଏଫରେ କାମ କରନ୍ତି। ଆତଙ୍କବାଦୀଙ୍କ ମୁକାବିଲା କରି ସେ ଗୁଳିମାଡ଼ର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କୁ ଅନ୍ୟ ଯବାନଙ୍କ ସହ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ନିହତ ଦୁଇ ଆତଙ୍କବାଦୀ ବଡ଼ଧରଣର ହମଲା କରିବାକୁ ଯୋଜନା କରିଥିଲେ। ସେମାନେ ଆତ୍ମଘାତୀ ହମଲା ଦ୍ୱାରା ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ସେମାନଙ୍କ ସବୁ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି। ନିହତ ଦୁଇ ଆତଙ୍କୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ସମୟରେ ଜଲାଲାବାଦ ସୁଞ୍ଜୱାନ ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ଗତକାଲି ବିଳମ୍ବିତ ରାତିରୁ ହିଁ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଉପସ୍ଥିତିର ଖବର ପାଇ ସର୍ଚ୍ଚ ଅପରେସନ କରିଥିଲେ। ଭୋର ସମୟରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ୫ ଜଣ ଯବାନ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ଥିବା ସିଆଇଏସଏଫର ଆସିସଷ୍ଟାଣ୍ଟ ସବ୍‌ ଇନସପେକ୍ଟର ଏସ୍‌ପି ପଟେଲ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଅଣ୍ଡର ବାରେଲ ଗ୍ରେନେଡ ଲଞ୍ଚର୍‌ରୁ ଗ୍ରେନେଡ ମାଡ଼ କରିବାରୁ ଆଉ ୫ ଜଣ ଯବାନ ଆହତ ହୋଇଛନ୍ତି।

ଆତଙ୍କବାଦୀଙ୍କ ସହ ଲଢ଼େଇ କରି ଆହତ ହୋଇଥିବା ଯବାନଙ୍କ ମଧ୍ୟରେ କାଠୁଆର ପୁଲିସ ହେଡକନଷ୍ଟେବଲ ବରାଜ ସିଂହ, ଅଖନୋର୍‌ର ଏସ୍‌ପିଓ ସାହିଲ ଶର୍ମା, ସିଆଇଏସ୍‌ଏଫରେ କାମ କରୁଥିବା ଓଡ଼ିଆ ପୁଅ ପ୍ରମୋଦ ପାତ୍ର ଓ ଆସାମର ଆମୀର ସୋରାନ ରହିଛନ୍ତି।

ପୁଲିସ୍‌ର ସୂଚନା ଅନୁଯାୟୀ, ନିହତ ଦୁଇ ଆତଙ୍କୀ ବିଦେଶୀ ନାଗରିକ। ସେମାନେ ବଡ଼ଧରଣର ଆତଙ୍କୀ ହମଲା କରିବାକୁ ଆସିଥିଲେ। ସେମାନେ ନିଜ ସହ ବିପୁଳ ପରିମାଣର ବିସ୍ଫୋରକ ଆଣିଥିଲେ। ତେଣୁ ଫିଦାୟିନ ବା ଆତ୍ମଘାତୀ ହମଲାର ଯୋଜନା ସେମାନଙ୍କର ଥିଲା। ଏବେ ବି ସେନା ଯବାନମାନେ ଘଟଣାସ୍ଥଳରେ ରହିଛନ୍ତି। ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଆତଙ୍କୀଙ୍କ ପରିଚୟ ସାର୍ବଜନୀନ କରାଯାଇନି।

ଅନ୍ୟପକ୍ଷରେ ସିଆଇଏସଏଫ ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନକୁ ୧୫ ଜଣ ସିଆଇଏସଏଫ ଯବାନ ଗୋଟିଏ ଗାଡ଼ିରେ ଯାଉଥିଲେ। ଅଧା ରାସ୍ତାରେ ହିଁ ଗାଡ଼ିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିଲେ। ଭୋର ପ୍ରାୟ ୪.୨୫ରେ ଜମ୍ମୁର ଚାଧା ଠାରେ ଏପରି ଘଟଣା ଘଟିଥିଲା।

ଗ୍ରେନେଡ ମାଡ଼ ପରେ ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା। ଶେଷରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ପରେ ସିଆଇଏସଏଫର ଏଏସ୍ଆଇ ଏସପି ପଟେଲଙ୍କ ଜୀବନ ଯାଇଛି। ସେହିପରି ଦୁଇ ଜଣ ଯବାନ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲାକୁ ଗସ୍ତ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଉଛି। ଏହି ସମୟରେ ହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story