ବିଧାନସଭା ଚଳାଇବେ ୨୦୦ ସ୍କୁଲ ପିଲା

ଜୟପୁର: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କେମିତି ସ୍କୁଲ ପିଲା ବିଧାନସଭା ଭଳି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଗୃହକୁ ପରିଚାଳନା କରିବେ? ହେଲେ ନଭେମ୍ବର ୧୪ ଶିଶୁ ଦିବସରେ ରାଜସ୍ଥାନ ବିଧାନସଭାରେ ଏପରି ଘଟଣା ଘଟିବାକୁ ଯାଉଛି। ବିଧାନସଭାକୁ ପରିଚାଳନା କରିବାକୁ ୨୦୦ ଜଣ ସ୍କୁଲ ପିଲାଙ୍କୁ ବଛା ଯାଇଛି। ସେମାନେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଭାଗ ନେଇ ରାଜନେତାଙ୍କ ଭଳି ଗୃହକୁ ପରିଚାଳନା କରିବେ। ବିଧାନସଭା କେମିତି ଚାଲିଥାଏ ସେ ସମ୍ପର୍କରେ ଅଭିଜ୍ଞତା ହାସଲ […]

Class Room

Class Room

Hemant Lenka
  • Published: Thursday, 11 November 2021
  • Updated: 11 November 2021, 09:35 PM IST

Sports

Latest News

ଜୟପୁର: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କେମିତି ସ୍କୁଲ ପିଲା ବିଧାନସଭା ଭଳି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଗୃହକୁ ପରିଚାଳନା କରିବେ? ହେଲେ ନଭେମ୍ବର ୧୪ ଶିଶୁ ଦିବସରେ ରାଜସ୍ଥାନ ବିଧାନସଭାରେ ଏପରି ଘଟଣା ଘଟିବାକୁ ଯାଉଛି। ବିଧାନସଭାକୁ ପରିଚାଳନା କରିବାକୁ ୨୦୦ ଜଣ ସ୍କୁଲ ପିଲାଙ୍କୁ ବଛା ଯାଇଛି। ସେମାନେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଭାଗ ନେଇ ରାଜନେତାଙ୍କ ଭଳି ଗୃହକୁ ପରିଚାଳନା କରିବେ।

ବିଧାନସଭା କେମିତି ଚାଲିଥାଏ ସେ ସମ୍ପର୍କରେ ଅଭିଜ୍ଞତା ହାସଲ କରିବା ପାଇଁ ସ୍କୁଲ ପିଲାଙ୍କ ପାଇଁ ସ୍ୱତନ୍ତ୍ର ଅଧିବେଶ ଡକା ଯାଇଛି। ଏହି ଅଧିବେଶନରେ କୌଣସି ରାଜନେତା ଭାଗ ନେବେନି। କେବଳ ସ୍କୁଲ ପିଲାମାନେ ହିଁ ବିଧାୟକଙ୍କ ଭଳି ଗୃହରେ ରହିବେ।

ସେମାନଙ୍କ ମଧ୍ୟରୁ ବାଚସ୍ପତି, ଉପ ବାଚସ୍ପତି, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ଚିଫ ହ୍ୱିପ ଓ ଡେପୁଟି ଚିଫ ହ୍ୱିପ ଇତ୍ୟାଦି ପଦ ପାଇଁ ସଦସ୍ୟଙ୍କୁ ମନୋନୀତ କରାଯିବ। ଏହାପରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ପ୍ରଶ୍ନ କାଳ ଓ ଶୂନ୍ୟ କାଳ ରହିବ। ପିଲାମାନେ ଏହି ସମୟରେ ବିଭିନ୍ନ ବିଷୟରେ ପ୍ରଶ୍ନ କରିବେ।

ମନ୍ତ୍ରୀ ଭୂମିକାରେ ଥିବା ପିଲାମାନେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେବେ। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଲୋକସଭା ବାଚସ୍ପତି ଓମ ବିର୍ଲା, ବିଧାନସଭା ବାଚସ୍ପତି ସିପି ଯୋଶୀ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କଟାରିଆ ପ୍ରମୁଖ ଉପସ୍ଥିତ ରହିବେ। ଗୃହ କାର୍ଯ୍ୟର ସିଧାପ୍ରସାରଣ ରାଜସ୍ଥାନ ବିଧାନସଭାର ୟୁଟ୍ୟୁବ ଚ୍ୟାନେଲରେ ହେବ। ପିଲାମାନେ ନେତାମାନଙ୍କ ଭଳି କୁର୍ତ୍ତା-ପାଇଜାମା ପିନ୍ଧିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos