ପୁଣି ବଢ଼ିଲା: ଦିଲ୍ଲୀରେ ୧୭ ହଜାର ଓ ମୁମ୍ବାଇରେ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ସହର ମୁମ୍ବାଇ ଓ ଦିଲ୍ଲୀରେ କରୋନା ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ମୁମ୍ବାଇରେ ଆକ୍ରାନ୍ତ ସଂଖ୍ୟା ପୁଣି ୨୦ ହଜାର ପାର କରିଛି। ସେହିପରି ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୭ ହଜାର ଡେଇଁଛି। ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ଦୈନିକ ସଂକ୍ରମଣ ପ୍ରାୟ ୧୫% ବଢ଼ିଛି। ସଂକ୍ରମଣ ହାର ଏପରି ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି। ଗୁରୁବାର ମୁମ୍ବାଇରେ ଦୈନିକ ସଂକ୍ରମଣ […]

Delhi

Delhi

Hemant Lenka
  • Published: Friday, 07 January 2022
  • Updated: 07 January 2022, 08:47 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଦୁଇ ପ୍ରମୁଖ ସହର ମୁମ୍ବାଇ ଓ ଦିଲ୍ଲୀରେ କରୋନା ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି। ସ୍ଥିତି ଏପରି ହୋଇଛି ଯେ ମୁମ୍ବାଇରେ ଆକ୍ରାନ୍ତ ସଂଖ୍ୟା ପୁଣି ୨୦ ହଜାର ପାର କରିଛି। ସେହିପରି ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୭ ହଜାର ଡେଇଁଛି। ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀର ଦୈନିକ ସଂକ୍ରମଣ ପ୍ରାୟ ୧୫% ବଢ଼ିଛି। ସଂକ୍ରମଣ ହାର ଏପରି ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି।

ଗୁରୁବାର ମୁମ୍ବାଇରେ ଦୈନିକ ସଂକ୍ରମଣ ସର୍ବକାଳୀନ ରେକର୍ଡ କରିଥିଲା। ଦିନକରେ ୨୦,୧୮୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ୨୪ ଘଣ୍ଟା ମଧ୍ୟରେ ଏହି ରେକର୍ଡ ଭାଙ୍ଗିଛି। ଏବେ ଆଉ ୨୦,୯୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୭୪,୭୮୦ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ଆଉ ୬ ଜଣଙ୍କ ମୁଣ୍ଡ ନେଇଛି।

ନୂଆ କରି ଚିହ୍ନଟ ହୋଇଥିବା ୨୦,୯୭୧ ଜଣଙ୍କ ମଧ୍ୟରୁ ୮୪% ଲୋକଙ୍କ ଠାରେ କୌଣସି ପ୍ରକାରର କରୋନା ଲକ୍ଷଣ ନାହିଁ। ଗତକାଲି ଏହା ୮୫% ଥିଲା। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮ ଜଣକୁ ଅମ୍ଳଜାନ ସହାୟତାରେ ରଖାଯାଇଛି।

ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଏବେ ଲକଡାଉନର ଆବଶ୍ୟକତା ନଥିବା ମୁମ୍ବାଇ ମ୍ୟୁନସିପାଲ କମିଶନର ଇକବାଲ ଚହଲ କହିଛନ୍ତି। ସେ କହିଛନ୍ତି, ତୁରନ୍ତ ଲକଡାଉନ କିମ୍ବା ଅତିରିକ୍ତ କଟକଣାର ଆବଶ୍ୟକତା ନାହିଁ। କାରଣ ହସ୍ପିଟାଲରେ ଭର୍ତ୍ତି ହେଉଥିବା, ଅମ୍ଳଜାନ ଦରକାର କରୁଥିବା ଓ କରୋନା ଯୋଗୁ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ବହୁତ କମ। ଆଜି ସୁଦ୍ଧା କେବଳ ୧୮.୩% ବେଡ୍‌ରେ କରୋନା ଆକ୍ରାନ୍ତ ରହିଛନ୍ତି।

ପ୍ରଥମ ଓ ଦ୍ୱିତୀୟ ୱେଭ ବେଳେ କେସ୍‌ ପଜିଟିଭିଟି ରେଟ୍‌କୁ ଆଧାର କରି ଲକଡାଉନ ଲାଗୁ କରାଯାଉଥିଲା। ହେଲେ ଏବେ ଗୁରୁତର ସ୍ଥିତିକୁ ଦେଖି ଲକଡାଉନ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବଢ଼ୁଛି। ୨୪ ଘଣ୍ଟାରେ ଆଉ ୧୭,୩୩୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହି ସମୟ ସୀମାରେ କରୋନା ୯ ଜଣଙ୍କ ଜୀବନ ନେଇଛି। ବୁଧବାର ଦିଲ୍ଲୀରେ ଦୈନିକ ସଂକ୍ରମଣ ୮ ମାସର ରେକର୍ଡ ଭାଙ୍ଗିଥିଲା। ସେଦିନ ୧୦, ୬୬୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଦିଲ୍ଲୀରେ ଏବେ ପଜିଟିଭିଟି ରେଟ୍‌ ୧୭.୭୩% ରହିଛି। ୨୪ ଘଣ୍ଟାରେ ୯୭,୭୬୨ ନମୁନା ପରୀକ୍ଷା କରାଯାଇଥିଲା ଓ ଏହା ମଧ୍ୟରୁ ୧୭,୩୩୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story