ବିଷାକ୍ତ ମଦ ପିଇ ୨୨ ଜଣଙ୍କ ମୃତ୍ୟୁ, ୫ ଅଧିକାରୀ ନିଲମ୍ବିତ

ଆଲିଗଡ଼: ବିଷାକ୍ତ ମଦର ଆଉ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାରେ ବିଷାନ୍ତ ମଦ ପିଇ ଶୁକ୍ରବାର ସକାଳ ଠାରୁ ଇତି ମଧ୍ୟରେ ୨୨ ଜଣ ଲୋକଙ୍କ ଜୀବନ ଗଲାଣି। ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। କାରଣ ବ୍ୟବଚ୍ଛେଦ ଗୃହରେ ଅନେକ ଲୋକଙ୍କ ଶବ ପଡ଼ି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ସେମାନଙ୍କ ମୃତ୍ୟୁର କାରଣ ବିଷାକ୍ତ ମଦ ନା ଆଉ କିଛି ଜଣାପଡ଼ିବ। ଏହି ବିଷାନ୍ତ ମଦ […]

toxic-liquor

toxic-liquor

Hemant Lenka
  • Published: Saturday, 29 May 2021
  • Updated: 29 May 2021, 03:38 PM IST

Sports

Latest News

ଆଲିଗଡ଼: ବିଷାକ୍ତ ମଦର ଆଉ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲାରେ ବିଷାନ୍ତ ମଦ ପିଇ ଶୁକ୍ରବାର ସକାଳ ଠାରୁ ଇତି ମଧ୍ୟରେ ୨୨ ଜଣ ଲୋକଙ୍କ ଜୀବନ ଗଲାଣି। ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। କାରଣ ବ୍ୟବଚ୍ଛେଦ ଗୃହରେ ଅନେକ ଲୋକଙ୍କ ଶବ ପଡ଼ି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ପରେ ସେମାନଙ୍କ ମୃତ୍ୟୁର କାରଣ ବିଷାକ୍ତ ମଦ ନା ଆଉ କିଛି ଜଣାପଡ଼ିବ। ଏହି ବିଷାନ୍ତ ମଦ ମୃତ୍ୟୁ ଘଟଣାକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଏଥିପାଇଁ ୫ ଜଣ ଅଧିକାରୀଙ୍କୁ ନିଲମ୍ବିତ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଆଲିଗଡ଼ ଜିଲ୍ଲା ମାଜିଷ୍ଟ୍ରେଟ ସିବି ସିଂହ କହିଛନ୍ତି, “ଆମ ପାଖରେ ଥିବା ତଥ୍ୟ ଅନୁଯାୟୀ ୨୨ ଜଣ ଲୋକ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି। ମେଡିକାଲ ରିପୋର୍ଟକୁ ଆଧାର କରି ଆମେ ମୃତକଙ୍କ ସଂଖ୍ୟାକୁ ବିଚାରକୁ ନେଇଛୁ। ଆଉ କିଛି ଲୋକଙ୍କ ରିପୋର୍ଟ ଆସିବାକୁ ବାକି ରହିଛି।”

ସୂଚନା ଅନୁସାରେ, ମୃତକମାନେ ଆଲିଗଡ଼ ଜିଲ୍ଲାର ୩ଟି ଗାଁକୁ ସେବା ଯୋଗାଉଥିବା ଗୋଟିଏ ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନରୁ ଦେଶୀ ମଦ କିଣିଥିଲେ। ତେବେ ଏହି ମଦକୁ ପିଇବା ପରେ ଶତାଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ଅନେକ ମଧ୍ୟ ପ୍ରାଣ ହରାଇଛନ୍ତି। କିଛି ଲୋକ ହସ୍ପିଟାଲରେ ପ୍ରାଣ ହରାଇଥିବା ବେଳେ ଆଉ କିଛି ଲୋକ ଘର ଭିତରେ ଆଖି ବୁଜିଛନ୍ତି।

ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ ସହ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ପୁଲିସ୍‌ ଘଟଣାରେ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛି। ତେବେ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏହି ଦୁଇ ଅଭିଯୁକ୍ତ ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନକୁ ମଦ ସପ୍ଲାଏ କରିବା ସହ ବିକ୍ରି କରନ୍ତି।

ଆଲିଗଡ଼ ପୁଲିସ୍‌ ମୁଖ୍ୟ କଳାନିଧି ନିଠାନୀ କହିଛନ୍ତି, “ଆମେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛୁ ଓ ସେମାନଙ୍କ ବିରୋଧରେ ୩ଟି ଭିନ୍ନଭିନ୍ନ ଏଫଆଇଆର ରୁଜୁ କରାଯାଇଛି। ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ କରାଯାଉଛି। ସେମାନଙ୍କ ସମ୍ପର୍କରେ ସୂଚନା ହାସଲ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ରେଜିଷ୍ଟର, ବୁକଲେଟ, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ, ମଦ ବୋତଲ, କ୍ୟାପ ଓ ବାର କୋଡ ଜବତ କରାଯାଇଛି।”

ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟ ଘଟଣା ପାଇଁ ସ୍ଥାନୀୟ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ପ୍ରଶାସନ ପକ୍ଷରୁ ପ୍ରବଳ ଅବହେଳା କରାଯାଇଛି। ଅନେକ ମୃତଦେହ ଶବାଗାରରେ ପଡ଼ି ରହିଥିବା ବେଳେ ଅନେକ ଲୋକଙ୍କ ଅନ୍ତିମ ସଂସ୍କାର କରାଯାଇ ସାରିଲାଣି। ପ୍ରଶାସନିକ ଅଧିକାରୀମାନେ ମୃତ୍ୟୁସଂଖ୍ୟାକୁ ଲୁଚାଇବା ଆରମ୍ଭ କରିଛନ୍ତି। ଆମ କଥା ବୁଝିବାକୁ କେହି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos