କାବୁଲରୁ ଏଯାଏ କେତେ ଭାରତୀୟ ଉଦ୍ଧାର ହେଲେଣି?

ନୂଆଦିଲ୍ଲୀ: ତାଲିବାନ ପଞ୍ଝାକୁ ଆଫଗାନିସ୍ତାନ ଯିବା ପରେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଫଗାନରେ ଫସି ରହିଥିବା ନିଜ ଦେଶର ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ସୁବ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ କରୁଛନ୍ତି। ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ଆମେରିକା ପ୍ରାୟ ୧୧ ହଜାର ଲୋକଙ୍କୁ ଆଫଗାନରୁ ଏୟାରଲିଫ୍ଟ କରିସାରିଲାଣି। ହେଲେ ଭାରତ ସରକାର କେବଳ ୨୨୮ ଜଣ ଭାରତୀୟଙ୍କୁ ଯୁଦ୍ଧ କ୍ଷତିଗ୍ରସ୍ତ ଆଫଗାନରୁ ଏଯାଏ ସୁରକ୍ଷିତ ଉଦ୍ଧାର […]

Taliban1

Taliban1

Hemant Lenka
  • Published: Tuesday, 24 August 2021
  • Updated: 24 August 2021, 05:22 PM IST

Sports

Latest News

ନୂଆଦିଲ୍ଲୀ: ତାଲିବାନ ପଞ୍ଝାକୁ ଆଫଗାନିସ୍ତାନ ଯିବା ପରେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଫଗାନରେ ଫସି ରହିଥିବା ନିଜ ଦେଶର ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ସୁବ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ କରୁଛନ୍ତି। ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ଆମେରିକା ପ୍ରାୟ ୧୧ ହଜାର ଲୋକଙ୍କୁ ଆଫଗାନରୁ ଏୟାରଲିଫ୍ଟ କରିସାରିଲାଣି।

ହେଲେ ଭାରତ ସରକାର କେବଳ ୨୨୮ ଜଣ ଭାରତୀୟଙ୍କୁ ଯୁଦ୍ଧ କ୍ଷତିଗ୍ରସ୍ତ ଆଫଗାନରୁ ଏଯାଏ ସୁରକ୍ଷିତ ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି। ତାଲିବାନ ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସମେତ ସବୁ ଦେଶର ସେନା ଯବାନଙ୍କୁ ଆଫଗାନ ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଛି।

ତେଣୁ ଅଗଷ୍ଟ ୩୧ ପରେ କାବୁଲରୁ ଲୋକଙ୍କୁ ସୁରକ୍ଷିତ ଏୟାରଲିଫ୍ଟ କରିବା କାଠିକର ପାଠ ହେବ। ଏପରି ସ୍ଥିତିରେ ଆଫଗାନରେ ଫସିଥିବା ହଜାର ହଜାର ଭାରତୀୟଙ୍କୁ କେମିତି ଉଦ୍ଧାର କରାଯିବ, ତା’ହା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଆଫଗାନରେ ଭାରତ ଜାରି ରଖିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଭାରତ ସରକାର ୭ଟି ଉଦ୍ଧାକାରୀ ବିମାନରେ ଆଫଗାନରୁ ମୋଟ ୬୨୬ ଜଣଙ୍କୁ ନୂଆଦିଲ୍ଲୀ ଆଣିଛନ୍ତି। ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ୨୨୮ ଜଣ ଭାରତୀୟ ରହିଛନ୍ତି।

ତେବେ ଏହି ୨୨୮ ଜଣ ଭାରତୀୟଙ୍କ ମଧ୍ୟରେ ଦୂତାବାସ କର୍ମଚାରୀଙ୍କ ସଂଖ୍ୟାକୁ ମିଶା ଯାଇନାହିଁ। ସେହିପରି ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ ୭୭ ଜଣ ଆଫଗାନ ଶିଖ ରହିଛନ୍ତି। ୧୫୨୧ ମସିହାରେ ଗୁରୁ ମହାରାଜା କାବୁଲ ଯାଇଥିଲେ। ସେ ଆଫଗାନିସ୍ତାନକୁ ଦୁଇଥର ଯାଇଛନ୍ତି।

ଗୁରୁ ଗ୍ରନ୍ଥ ସାହିବର ୧୩ଟି ସ୍ୱରୂପ ରହିଛି। ଏହା ମଧ୍ୟରୁ ୭ଟି ପୂର୍ବରୁ ଆସିଥିଲା। ଆଜି ଆଉ ୩ଟି ଗୁରୁ ଗ୍ରନ୍ଥ ସାହିବ ଭାରତ ଆସିଛି। ଏହାକୁ ଭାରତରେ ହିଁ ପ୍ରତିଷ୍ଠା କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏବେ ବି ଆଫଗାନିସ୍ତାନରେ ୧ ହଜାରରୁ ଅଧିକ ଭାରତୀୟ ଉଦ୍ଧାର ଅପେକ୍ଷାରେ ରହିଛନ୍ତି। ଦିନକୁ ଦିନ ଆଫଗାନ ସ୍ଥିତି ବିଗୁଡ଼ୁଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos