ମହାରାଷ୍ଟ୍ରରେ ବିସ୍ଫୋରକ ସ୍ଥିତି: ଦିନକରେ ୨୩ ହଜାର ଆକ୍ରାନ୍ତ, ୮୪ ମୃତ
ମୁମ୍ବାଇ: ମହାରାଷ୍ଟ୍ରର କରୋନା ସ୍ଥିତି ଦିନକୁ ଦିନ ବିସ୍ଫୋରକ ରୂପ ନେବାକୁ ବସିଲାଣି। ପ୍ରଥମ ୧୦ ହଜାର ପରେ ୧୫ ହଜାର ଓ ୧୭ ହଜାର ମଧ୍ୟରେ ଦୈନିକ ସଂକ୍ରମଣ ରହୁଥିବା ବେଳେ ଆଜି ସିଧା ଏହା ୨୩ ହଜାର ପାର୍ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୩,୧୭୯ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ସେହିପରି ଏହି ପ୍ରାଣଘାତୀ ଭାଇରସ ଆଉ ୮୪ ଜଣଙ୍କ ମୁଣ୍ଡ ନେଇଛି।
ଗତକାଲି ତୁଳନାରେ ଆଜି ଅଧିକ ୩୦% ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଲୋକଙ୍କୁ ମାସ୍କ ପିନ୍ଧିବାକୁ ମଧ୍ୟ କୁହାଯାଉଛି। ତଥାପି ସଂକ୍ରମଣ ଉପରେ କୌଣସି ବ୍ରେକ ଲାଗିପାରୁନାହିଁ।
#Maharashtra #COVID19 Updates for today
*⃣New Cases – 23,179
*⃣Recoveries – 9,138
*⃣Deaths – 84
*⃣Active Cases – 1,52,760
*⃣Total Cases till date – 23,70,507
*⃣Total Recoveries till date – 21,63,391
*⃣Total Deaths till date – 53,080@ddsahyadrinews@airnews_mumbai(1/4)🧵
— PIB in Maharashtra 🇮🇳 (@PIBMumbai) March 17, 2021
୨୪ ଘଣ୍ଟାରେ କେବଳ ମୁମ୍ବାଇରୁ ୨୩୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲକଡାଉନ ସତ୍ତ୍ୱେ ନାଗପୁରରେ ୩୩୭୦ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏଠାରେ ୧୬ ଜଣ ପ୍ରାଣ ହରାଇଥିବା ବେଳେ ୧୨୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ପୂରା ମହାରାଷ୍ଟ୍ରରେ ଆଜି ଆରୋଗ୍ୟଙ୍କ ସଂଖ୍ୟା ୯,୧୩୮ ରହିଛି।
ଅନ୍ୟପକ୍ଷରେ ମହାରାଷ୍ଟ୍ରର ପାଲଘରରେ ଥିବା ଗୋଟିଏ ଆଶ୍ରମ ସ୍କୁଲର ୩୦ ଜଣ ଶିକ୍ଷାର୍ଥୀ ଓ ଜଣେ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ କିଛି ଶିକ୍ଷାର୍ଥୀଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ସେମାନଙ୍କର ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ଆଶ୍ରମ ସ୍କୁଲର ସବୁ ଅନ୍ତେବାସୀଙ୍କ ଟେଷ୍ଟ କରାଯିବାରୁ ୩୦ ଜଣ ଶିକ୍ଷାର୍ଥୀ ଓ ଜଣେ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
#Maharashtra #COVID19 Updates for today
As on today, there are 1,52,760 #ActiveCases in the state.
Details of district-wise active cases are as follows:
(2/4)🧵 pic.twitter.com/DOQlmMp30a
— PIB in Maharashtra 🇮🇳 (@PIBMumbai) March 17, 2021
ଆଜିର ନୂଆ ୨୩,୧୭୯ ଜଣ ଆକ୍ରାନ୍ତକୁ ମିଶାଇ ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩, ୭୦,୫୦୭ରେ ପହଞ୍ଚି ଯାଇଛି। ସେହିପରି ରାଜ୍ୟରେ ୨୧,୬୩,୩୯୧ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଆକ୍ଟିଭ କେସ୍ ସଂଖ୍ୟା ୧,୫୨,୭୬୦ ରହିଛି। ରାଜ୍ୟରେ କାରୋନା ଯୋଗୁ ମୋଟ ୫୩,୦୮୦ ଜଣଙ୍କ ମୃତ୍ୟୁ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।