ଘଞ୍ଚ ଜଙ୍ଗଲରେ ମିଳିଲା ବଡ଼ ସଫଳତା, ୨୬ ମାଓବାଦୀ ସଫା

ନାଗପୁର: ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ୍‌ ପକ୍ଷରୁ କରାଯାଉଥିବା ମାଓବାଦୀ ବିରୋଧୀ ଅପରେସନକୁ ମିଳିଛି ସବୁଠାରୁ ବଡ଼ ସଫଳତା। ଶନିବାର ସକାଳୁ ପୁଲିସ୍‌ର ସି-୬୦ କମାଣ୍ଡୋଙ୍କ ଅପରେସନରେ ୨୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଆଜି ସକାଳ ୬.୩୦ରୁ କୋଟଗୁଲ-ଗ୍ୟାରପଟ୍ଟି ପାଖରେ ଥିବା ଜଙ୍ଗଲରେ କମାଣ୍ଡୋଙ୍କ ପକ୍ଷରୁ ଜାରି ରହିଥିବା ଅପରେସନରେ ଏତେ ସଂଖ୍ୟକ ମାଓବାଦୀଙ୍କ ମୁଣ୍ଡ ଗଡ଼ିଛି। ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ଗଡ଼ଚିରୋଲି ଏସ୍‌ପି ଅଙ୍କିତ ଗୋୟଲ କହିଛନ୍ତି, ଆଜି ସକାଳୁ ଅତରିକ୍ତ […]

Naxal

Naxal

Hemant Lenka
  • Published: Saturday, 13 November 2021
  • Updated: 13 November 2021, 07:59 PM IST

Sports

Latest News

ନାଗପୁର: ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ୍‌ ପକ୍ଷରୁ କରାଯାଉଥିବା ମାଓବାଦୀ ବିରୋଧୀ ଅପରେସନକୁ ମିଳିଛି ସବୁଠାରୁ ବଡ଼ ସଫଳତା। ଶନିବାର ସକାଳୁ ପୁଲିସ୍‌ର ସି-୬୦ କମାଣ୍ଡୋଙ୍କ ଅପରେସନରେ ୨୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଆଜି ସକାଳ ୬.୩୦ରୁ କୋଟଗୁଲ-ଗ୍ୟାରପଟ୍ଟି ପାଖରେ ଥିବା ଜଙ୍ଗଲରେ କମାଣ୍ଡୋଙ୍କ ପକ୍ଷରୁ ଜାରି ରହିଥିବା ଅପରେସନରେ ଏତେ ସଂଖ୍ୟକ ମାଓବାଦୀଙ୍କ ମୁଣ୍ଡ ଗଡ଼ିଛି। ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।

ଗଡ଼ଚିରୋଲି ଏସ୍‌ପି ଅଙ୍କିତ ଗୋୟଲ କହିଛନ୍ତି, ଆଜି ସକାଳୁ ଅତରିକ୍ତ ଏସ୍‌ପି ସୌମ୍ୟ ମୁଣ୍ଡେଙ୍କ ନେତୃତ୍ୱରେ ସି-୬୦ କମାଣ୍ଡୋଙ୍କ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା। ତେବେ ମାଓବାଦୀମାନେ ଏହା ଜାଣି ପାରି କମାଣ୍ଡୋଙ୍କ ଉପରେ ଗୁଳି ବର୍ଷା କରିଥିଲେ। କମାଣ୍ଡୋମାନେ ମଧ୍ୟ ଏହାର ଜବାବ ଦେଇଥିଲେ। ସକାଳ ପ୍ରାୟ ୬.୩୦ରୁ ହିଁ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଘଞ୍ଚ ଜଙ୍ଗଲରେ ଦୀର୍ଘ ଘଣ୍ଟା କାଳ ଯବାନମାନେ ମାଓବାଦୀଙ୍କ ସହ ଲଢ଼େଇ କରିଥିଲେ। ଏବେ ସୁଦ୍ଧା ୨୬ ଜଣ ମାଓବାଦୀଙ୍କ ମୃତଦେହ ମିଳିଛି। ସେହିପରି ଏନକାଉଣ୍ଟର ବେଳେ ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଜଙ୍ଗଲ ମଧ୍ୟରୁ ଏୟାରଲିଫ୍ଟ କରି ନାଗପୁର ନିଆଯାଇଛି। ସେମାନେ ଏବେ ନାଗପୁରରେ ଥିବା ଅରେଞ୍ଜ ସିଟି ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର କ୍ରିଟିକାଲ କେୟାର କମ୍ପ୍ଲେକ୍ସରେ ଆଡମିଟ ହୋଇଛନ୍ତି। ମୃତ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଥିଲେ ହେଁ ସେମାନଙ୍କ ପରିଚୟ ମିଳିପାରି ନଥିବା ସେ କହିଛନ୍ତି।


ସୂତ୍ର ଅନୁସାରେ, କମାଣ୍ଡୋମାନେ ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ କରିଛନ୍ତି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ୧୨ରୁ ଅଧିକ ମାଓବାଦୀ ଗୁଳିମାଡ଼ରେ ଆହତ ହୋଇଥିବାରୁ ସେମାନଙ୍କୁ ଠାବ କରିବାକୁ ପ୍ରୟାସ ଚାଲିଛି। ସେହିପରି ଜଙ୍ଗଲ ମଧ୍ୟରେ ମାଓବାଦୀ ସଂଗଠନର ଜଣେ ଟପ୍‌ ଲିଡର ମଧ୍ୟ ରହିଥିବା କୁହାଯାଉଛି। ଗୁଳିମାଡ଼ରେ ତା’ର ମୃତ୍ୟୁ ଘଟିଥିବା ଖବର ମିଳିଥିଲେ ମଧ୍ୟ ପୁଲିସ ଏ ସମ୍ପର୍କରେ ସ୍ପଷ୍ଟ କରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos