ଟିକା ସଙ୍କଟ: ଆର୍ଥିକ ରାଜଧାନୀରେ ବନ୍ଦ ହେଲା ୨୬ କେନ୍ଦ୍ର

ମୁମ୍ବାଇ: ଗୋଟିଏ ପଟେ ଦେଶରେ ହୁହୁ ହୋଇ କରୋନା ସଂକ୍ରମଣ ବ୍ୟାପିଚାଲିଥିଲା ବେଳେ ଅନ୍ୟପଟେ ଏହାର ରକ୍ଷା କବଚ କୁହାଯାଉଥିବା ଟିକାର ସଙ୍କଟ ଦେଖାଯାଇଛି। ଏକାଧିକ ରାଜ୍ୟ ଟିକାର ଅଭାବ ଦେଖାଯାଉଥିବାରୁ ଟିକାକରଣ କେନ୍ଦ୍ର ବନ୍ଦ କରିବାକୁ ବାଧ୍ୟ ହେଉଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଏହାକୁ ମାନିବାକୁ ନାରାଜ। ଯେଉଁ ରାଜ୍ୟମାନେ ଟିକାର ଅଭାବ କଥା କହୁଛନ୍ତି, ସେମାନେ ରାଜନୀତି କରିବାକୁ ଚାହୁଁଛନ୍ତି ବୋଲି କହି କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗକୁ ହାଲୁକା କରିବାକୁ ଚାହୁଁଛନ୍ତି। ଏସବୁ ଭିତରେ […]

Vaccine

Vaccine

Hemant Lenka
  • Published: Thursday, 08 April 2021
  • Updated: 08 April 2021, 03:39 PM IST

Sports

Latest News

ମୁମ୍ବାଇ: ଗୋଟିଏ ପଟେ ଦେଶରେ ହୁହୁ ହୋଇ କରୋନା ସଂକ୍ରମଣ ବ୍ୟାପିଚାଲିଥିଲା ବେଳେ ଅନ୍ୟପଟେ ଏହାର ରକ୍ଷା କବଚ କୁହାଯାଉଥିବା ଟିକାର ସଙ୍କଟ ଦେଖାଯାଇଛି। ଏକାଧିକ ରାଜ୍ୟ ଟିକାର ଅଭାବ ଦେଖାଯାଉଥିବାରୁ ଟିକାକରଣ କେନ୍ଦ୍ର ବନ୍ଦ କରିବାକୁ ବାଧ୍ୟ ହେଉଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ଏହାକୁ ମାନିବାକୁ ନାରାଜ।

ଯେଉଁ ରାଜ୍ୟମାନେ ଟିକାର ଅଭାବ କଥା କହୁଛନ୍ତି, ସେମାନେ ରାଜନୀତି କରିବାକୁ ଚାହୁଁଛନ୍ତି ବୋଲି କହି କେନ୍ଦ୍ରମନ୍ତ୍ରୀ ପ୍ରସଙ୍ଗକୁ ହାଲୁକା କରିବାକୁ ଚାହୁଁଛନ୍ତି। ଏସବୁ ଭିତରେ ଆଜି ଦେଶର ଆର୍ଥିକ ରାଜଧାନୀ ତଥା କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମୁମ୍ବାଇରେ ଟିକାର ଅଭାବ ଯୋଗୁ ୨୬ଟି ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି।

ମହାରାଷ୍ଟ୍ର ସରକାର ଏବେ ଟିକାର ଡୋଜ୍‌କୁ ଅପେକ୍ଷା କରିଛନ୍ତି ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏ ବିଷୟରେ ଜଣାଇ ସାରିଥିବା କହିଛନ୍ତି। ଆଜି ବନ୍ଦ ହୋଇଥିବା ୨୩ଟି ଯାକ ଟିକାକରଣ କେନ୍ଦ୍ର ନାଭି ମୁମ୍ବାଇ ଅଞ୍ଚଳରେ ରହିଛି। ମହାରାଷ୍ଟ୍ରରେ ଟିକାର ଅଭାବ ପ୍ରସଙ୍ଗକୁ ନେଇ ଏନସିପି ସୁପ୍ରିମୋ ଶରଦ ପାୱାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା ହର୍ଷବର୍ଦ୍ଧନଙ୍କ ସହ କଥା ମଧ୍ୟ ହୋଇଛନ୍ତି।

ଟିକା ଅଭାବରୁ ଗତକାଲି ସନ୍ଧ୍ୟାରୁ ସତାରା, ସଙ୍ଗଲି, ପାନଭେଲ ଭଳି ଅଞ୍ଚଳରେ ଟିକାକରଣ ବନ୍ଦ ରହିଛି। ପୁଣେରେ ମଧ୍ୟ ଟିକାର ଅଭାବରୁ ୧୦୦ରୁ ଅଧିକ ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଥିବା ଏନସିପି ସାଂସଦ ସୁପ୍ରିୟା ସୁଲେ ଟ୍ୱିଟ କରି କହିଛନ୍ତି। ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ରାଜ୍ୟରେ ସପ୍ତାହକୁ ୪୦ ଲକ୍ଷ ଡୋଜ୍‌ ଓ ମାସକୁ ୧.୬ କୋଟି ଟିକା ଦରକାର। ଗୁଜରାଟ ତୁଳନାରେ ମହାରାଷ୍ଟ୍ରରେ ଦୁଇ ଗୁଣ ଅଧିକ ଲୋକ ରୁହନ୍ତି।

କିନ୍ତୁ କେନ୍ଦ୍ର ସରକାର ମହାରାଷ୍ଟ୍ର ଓ ଗୁଜରାଟକୁ ସମାନ ୧ କୋଟି ଲେଖାଏ ଟିକାର ଡୋଜ୍‌ ଦେଇଛନ୍ତି। ସେହିପରି ରାଜ୍ୟରେ ରେମଡେସିଭିର ଓ ଦର ନିୟନ୍ତ୍ରଣ ସହ ଅମ୍ଳାଜନର ଅଭାବ ସମ୍ପର୍କରେ ମଧ୍ୟ କେନ୍ଦ୍ରକୁ ଜଣାଇ ଦିଆଯାଇଛି।

କେନ୍ଦ୍ର ସରକାର ପୂର୍ବରୁ ୭ ଲକ୍ଷ ଟିକା ଦେଉଥିବା ବେଳେ ଏବେ ୧୭ ଲକ୍ଷ କରିଛନ୍ତି। ହେଲେ ଆମ ରାଜ୍ୟରେ ସପ୍ତାହକୁ ୪୦ ଲକ୍ଷ ଟିକାର ଡୋଜ୍‌ ଦରକାର ପଡ଼ୁଛି। ତେଣୁ ୧୭ ଲକ୍ଷ ଟିକାର ଡୋଜ୍‌ ଆଦୌ ଆବଶ୍ୟକକୁ ପୂରଣ କରିବ ନାହିଁ। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ରାଜ୍ୟ ଲଢ଼େଇ କରିବା ଠିକ୍‌ ନୁହେଁ। ଆମେ ଏହାକୁ ରାଜନୀତିକରଣ କରିବାକୁ ଚାହୁଁନାହୁଁ। କାହାକୁ ଦୋଷ ଦେବା ମଧ୍ୟ ଆମର ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story