ଗଣତନ୍ତ୍ର ଦିବସ ହିଂସା ପୂର୍ବରୁ ଜୁମ୍‌ରେ କଥା ହୋଇଥିଲେ ଦିଶା ରବି ଆଣ୍ଡ କୋ: ପୁଲିସ

ନୂଆଦିଲ୍ଲୀ: କୃଷି ଆନ୍ଦୋଳନ ସମ୍ପର୍କିତ ଟୁଲକିଟ୍‌ ମାମଲାରେ ଆଜି ଦିଲ୍ଲୀ ପୁଲିସ୍‌ ବଡ଼ ତଥ୍ୟ ଦେଇଛି। ଟୁଲକିଟ୍‌ ଘଟଣାରେ ଗିରଫ ଜଳବାୟୁ କର୍ମକର୍ତ୍ତା ୨୨ ବର୍ଷୀୟ ଦିଶା ରବି, ଫେରାର ଥିବା ନିକିତା ଜ୍ୟାକବ, ଶାନ୍ତୁନ ମୁଲୁକ ଓ ଅନ୍ୟ ସହଯୋଗୀମାନେ ଗଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ହିଂସା ପୂର୍ବରୁ ଜୁମ ଆପ୍‌ରେ କଥା ହୋଇଥିଲେ। ସେମାନେ ସୋଶାଲ ମିଡିଆରେ କେମିତି ପ୍ରଚାର କରି ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟାଯିବ, ସେ ବିଷୟରେ ମଧ୍ୟ ଆଲୋଚନା […]

Nikita

Nikita

Hemant Lenka
  • Published: Monday, 15 February 2021
  • Updated: 15 February 2021, 06:39 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆନ୍ଦୋଳନ ସମ୍ପର୍କିତ ଟୁଲକିଟ୍‌ ମାମଲାରେ ଆଜି ଦିଲ୍ଲୀ ପୁଲିସ୍‌ ବଡ଼ ତଥ୍ୟ ଦେଇଛି। ଟୁଲକିଟ୍‌ ଘଟଣାରେ ଗିରଫ ଜଳବାୟୁ କର୍ମକର୍ତ୍ତା ୨୨ ବର୍ଷୀୟ ଦିଶା ରବି, ଫେରାର ଥିବା ନିକିତା ଜ୍ୟାକବ, ଶାନ୍ତୁନ ମୁଲୁକ ଓ ଅନ୍ୟ ସହଯୋଗୀମାନେ ଗଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ହିଂସା ପୂର୍ବରୁ ଜୁମ ଆପ୍‌ରେ କଥା ହୋଇଥିଲେ।

ସେମାନେ ସୋଶାଲ ମିଡିଆରେ କେମିତି ପ୍ରଚାର କରି ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟାଯିବ, ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ଟୁଲକିଟ୍‌କୁ ଜଳବାୟୁ ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗ ସୋଶାଲ ମିଡିଆରେ ମଧ୍ୟ ଶେୟାର କରିଥିଲେ।

ପୁଲିସ୍‌ କହିଛି, ଦିଶା ରବିଙ୍କୁ ଗିରଫ କରାଯାଇଥିବା ବେଳେ ନିକିତା ଓ ଶାନ୍ତୁନଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଏପରି କି ନିକିତା ଗିରଫଦାରୀରୁ ବର୍ତ୍ତିବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିକିତା, ଦିଶା ଓ ଶାନ୍ତୁନ ପ୍ରଥମେ କାନାଡା ମହିଳା ପୁନୀତଙ୍କ ସଂସ୍ପର୍ଶରେ ଆସିଥିଲେ।

ସେ ସମସ୍ତଙ୍କୁ ଖଲିସ୍ତାନ ସହ ସମ୍ପର୍କ ରଖିଥିବା Poetic Justice Foundation କଥା କହିଥିଲେ। ଏହାପରେ ସମସ୍ତେ ଜାନୁଆରୀ ୧୧ରେ ଜୁମ ଆପ୍‌ରେ ବୈଠକ କରିଥିଲେ। ୨୭ ନଭେମ୍ବରରୁ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଫେବୃଆରୀ ୪ରେ ଆମେ ଟୁଲକିଟ୍‌ ସମ୍ପର୍କରେ ଖବର ପାଇଥିଲୁ। ଟୁଲକିଟ୍‌କୁ ଖଲିସ୍ତାନୀ ସଂଗଠନ ଜରିଆରେ ପ୍ରସ୍ତୁତ କରାଯାଇଥିଲା। ଏହି ଟୁଲକିଟ୍‌କୁ ଦିଶା ସ୍ୱିଡେନର ଗ୍ରେଟାଙ୍କ ସହ ଶେୟାର କରିଥିଲେ।

ନିକିତାଙ୍କ ନାଁରେ ୯ ଫେବୃଆରୀରୁ ୱାରେଣ୍ଟ ଜାରି କରାଯାଇଥିଲା ଓ ୧୧ ଫେବୃଆରୀରେ ଆମେ ତାଙ୍କ ଘର ସର୍ଚ୍ଚ କରିଥିଲୁ। ଏହି ସମୟରେ ଅନେକ ସମ୍ବେଦଶନଶୀଳ ଜିନିଷ ମିଳିଛି। ସେହିପରି ଦିଶାଙ୍କ ମୋବାଇଲରୁ ଅନେକ ତଥ୍ୟ ମିଳିଛି। ତଥାପି କିଛି ତଥ୍ୟକୁ ଡିଲିଟ କରିଦିଆଯାଇଛି। ଦିଶା, ନିକିତା ଓ ଶାନ୍ତୁନ ଟୁଲକିଟ୍‌ ତିଆରି କରିଥିଲେ ଏବଂ ଅନ୍ୟମାନଙ୍କ ସହ ଶେୟାର କରିଥିଲେ। ଶାନ୍ତୁନଙ୍କ ଇ-ମେଲ ଆକାଉଣ୍ଟ ଟୁଲକିଟ୍‌ ଗୁଗଲ ଡକ୍ୟୁମେଣ୍ଟର ଓନର ବୋଲି ପୁଲିସ୍‌ କହିଛି।

ରବିବାର ଦିଲ୍ଲୀ ପୁଲିସ୍‌ କହିଥିଲା ଯେ ଦିଶା ରବି ହେଉଛନ୍ତି ଟୁଲକିଟ୍‌ର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଓ ସେ ଖଲିସ୍ତାନୀ ଗ୍ରୁପକୁ ପୁଣି ସକ୍ରିୟ କରିବାକୁ ଚେଷ୍ଟା କରିଥିଲେ। ସେଥିପାଇଁ ଟୁଲକିଟର ବ୍ୟବହାର କରାଯାଇଥିଲା। ଗତକାଲି ଦିଶା କୋର୍ଟରେ କହିଥିଲେ ଯେ ସେ ଟୁଲକିଟ୍‌ ବିଷୟରେ କିଛି ବି ଜାଣିନାହାନ୍ତି। ଆମେ କେବଳ ଚାଷୀଙ୍କୁ ସମର୍ଥନ କରୁଛୁ। ଫେବୃଆରୀ ୩ରେ ମୁଁ ଟୁଲକିଟ୍‌ର ଦୁଇଟି ଲାଇନ ଏଡିଟ କରିଥିଲି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos