ସ୍ୱଂୟ ସହାୟକ ଗୋଷ୍ଠୀ ପାଇଁ ଜୀବନ ହାରିଲେ ପରିବାରର ୩ ସଦସ୍ୟ, ଫେସବୁକରେ ଲାଇଭ କଲେ

ଡାଇମଣ୍ଡ ହାରବର: ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ଘଟିଛି। ସ୍ୱଂୟ ସହାୟକ ଗୋଷ୍ଠୀ(ଏସଏଚ୍‌ଜି)ରେ ଥିବା ମହିଳା ସଦସ୍ୟଙ୍କ ନିର୍ଯାତନା ସହି ନ ପାରି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବାକ୍କିହାଲିରେ ଏପରି ଘଟଣା ଘଟିଛି। ପରିବାରର ୩ ସଦସ୍ୟ ଜଙ୍ଗଲରେ ଥିବା ଗୋଟିଏ ଗଛରେ ଝୁଲି ପଡ଼ିଥିବା ବେଳେ ଏହାର ଲାଇଭ ଦୃଶ୍ୟ ଫେସବୁକରେ ମଧ୍ୟ ଦେଖିବାକୁ ମିଳିଛି। ଜାନୁଆରୀ […]

Hang

Hang

Hemant Lenka
  • Published: Tuesday, 11 January 2022
  • Updated: 11 January 2022, 04:14 PM IST

Sports

Latest News

ଡାଇମଣ୍ଡ ହାରବର: ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ଘଟିଛି। ସ୍ୱଂୟ ସହାୟକ ଗୋଷ୍ଠୀ(ଏସଏଚ୍‌ଜି)ରେ ଥିବା ମହିଳା ସଦସ୍ୟଙ୍କ ନିର୍ଯାତନା ସହି ନ ପାରି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବାକ୍କିହାଲିରେ ଏପରି ଘଟଣା ଘଟିଛି।

ପରିବାରର ୩ ସଦସ୍ୟ ଜଙ୍ଗଲରେ ଥିବା ଗୋଟିଏ ଗଛରେ ଝୁଲି ପଡ଼ିଥିବା ବେଳେ ଏହାର ଲାଇଭ ଦୃଶ୍ୟ ଫେସବୁକରେ ମଧ୍ୟ ଦେଖିବାକୁ ମିଳିଛି। ଜାନୁଆରୀ ୮ରେ ଏହି ଲୋକହର୍ଷଣକାରୀ ଘଟଣା ଘଟିଥିଲା। ଆତ୍ମହତ୍ୟା କରିଥିବା ଲୋକମାନେ ହେଲେ ଅଶୋକ ନାସକର, ତାଙ୍କ ପତ୍ନୀ ରୀତା ଓ ପୁଅ ଅଭିଷେକ।

ଅଭିଷେକ ହିଁ ଆତ୍ମହତ୍ୟା ବେଳର ଘଟଣାକୁ ଲାଇଭ କରିଥିଲେ। ଏଥିସହ ସେମାନେ ଗୋଟିଏ ସ୍ୱଂୟ ସହାୟକ ଗୋଷ୍ଠୀର ଅପମାନ ଏବଂ ନିର୍ଯାତନା ସହି ନ ପାରି ଏଭଳି ଚରମ ପଦକ୍ଷେପ ନେଇଥିବା କହିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଅଭିଷେକଙ୍କ ଭଉଣୀ ପୁନମ ଉକ୍ତ ସ୍ୱଂୟ ସହାୟକ ଗୋଷ୍ଠୀରେ କାମ କରନ୍ତି। ତେବେ ବେଆଇନ ଭାବେ ପୁନମ ୧୪ ଲକ୍ଷ ଟଙ୍କା ନେଇ ଯାଇଥିବା ଗୋଷ୍ଠୀର କିଛି ମହିଳା ଅଭିଯୋଗ କରିଥିଲେ। ଏହାକୁ କେନ୍ଦ୍ର କରି ଜାନୁଆରୀ ୮ରେ କିଛି ମହିଳା ଅଶୋକଙ୍କ ଘର ଆଗରେ ଏକାଠି ହୋଇ ପାଟିତୁଣ୍ଡ କରିଥିଲେ।

ସେମାନେ ପରିବାରର ସଦସ୍ୟମାନଙ୍କୁ ଘରୁ ବାହାର କରି ଦେଇଥିଲେ। ଏହାପରେ ଘରେ ତାଲା ପକାଇ ଦେଇଥିଲେ। ସେଠାରୁ ସେମାନେ ପୁନମଙ୍କୁ ନିଜ ସହ ବଳପୂର୍ବକ ନେଇ ଯାଇଥିଲେ। ପୁନମ ଓ ତାଙ୍କ ସ୍ୱାମୀଙ୍କୁ ବାନ୍ଧି ମହିଳାମାନେ ପ୍ରଥମେ ଗାଁରେ ବୁଲାଇଥିଲେ। ଖାଲି ସେତିକି ନୁହେଁ, ଉଭୟଙ୍କୁ ଗୋଟିଏ ଖୁଣ୍ଟରେ ବାନ୍ଧି ମାଡ଼ ମଧ୍ୟ ମାରିଥିଲେ।

ଏପରି ଅପମାନକୁ ଅଶୋକ, ରୀତା ଓ ଅଭିଷେକ ସହି ପାରି ନଥିଲେ। ସେମାନେ ଲଜ୍ଜାବୋଧ ଅନୁଭବ କରି ନିକଟସ୍ଥ ଜଙ୍ଗଲକୁ ଯାଇ ଆତ୍ମହତ୍ୟା କରିଥିବା ପୁଲିସ୍‌ କହିଛି। ପୁନମଙ୍କୁ ଗୋଷ୍ଠୀର ମହିଳାମାନଙ୍କ କବଳରୁ ପୁଲିସ୍ ଉଦ୍ଧାର କରିଛି। ଏବେ ଡାଇମଣ୍ଡ ହାରବର ପୁଲିସ୍ ୫ ଜଣ ମହିଳାଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos