କ୍ୟାମେରାରେ କଏଦ ହେଲା ଦୁର୍ଘଟଣା, ବାପା ମା’ଙ୍କ ସହ ୩ ବର୍ଷର ଶିଶୁର ଜୀବନ ଗଲା

ପୁଣେ: କ୍ୟାମେରାରେ କଏଦ ହୋଇଛି ଭୟଙ୍କର ଦୁର୍ଘଟଣାର ଲାଇଭ ଚିତ୍ର। ଗୋଟିଏ କାର୍‌କୁ କେମିତି ଦ୍ରୁତଗାମୀ ଟ୍ରକ୍‌ ପଛପଟୁ ଧକ୍କା ଦେଇ ଦଳି ଦେଇଛି, ତା’ର ଲୋମଟାଙ୍କୁରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୩.୫ ବର୍ଷର ଶିଶୁପୁତ୍ର ରହିଛି। ଅନ୍ୟ ଦୁଇ ମୃତକ ହେଲେ ଶିଶୁର ବାପା ମା’। ଜୁଲାଇ ୧ରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ଏହି ଅଘଟଣ […]

Accident

Accident

Hemant Lenka
  • Published: Saturday, 03 July 2021
  • Updated: 03 July 2021, 05:24 PM IST

Sports

Latest News

ପୁଣେ: କ୍ୟାମେରାରେ କଏଦ ହୋଇଛି ଭୟଙ୍କର ଦୁର୍ଘଟଣାର ଲାଇଭ ଚିତ୍ର। ଗୋଟିଏ କାର୍‌କୁ କେମିତି ଦ୍ରୁତଗାମୀ ଟ୍ରକ୍‌ ପଛପଟୁ ଧକ୍କା ଦେଇ ଦଳି ଦେଇଛି, ତା’ର ଲୋମଟାଙ୍କୁରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୩.୫ ବର୍ଷର ଶିଶୁପୁତ୍ର ରହିଛି। ଅନ୍ୟ ଦୁଇ ମୃତକ ହେଲେ ଶିଶୁର ବାପା ମା’। ଜୁଲାଇ ୧ରେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେରେ ଏହି ଅଘଟଣ ଘଟିଥିଲା।

ସୂଚନା ଅନୁସାରେ, ୩୬ ବର୍ଷୀୟ ଜୋକିମ ଛେତ୍ରୀ, ତାଙ୍କ ପତ୍ନୀ ଲ୍ୟୁଇଜା ଓ ପୁଅ ଜଜିଆଲ ପୁଣେରୁ ତାଙ୍କ ଘର ଭସାଇ ନିକଟ ନାଇଗାଓଁକୁ ହ୍ୟୁଣ୍ଡାଇ- ଆଇ-୧୦ କାର୍‌ରେ ଫେରୁଥିଲେ। ତେବେ ସେମାନେ ଏକ୍ସପ୍ରେସ ୱେରେ ବୋରଘାଟ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ମୁମ୍ବାଇ ଯାଉଥିବା ଗୋଟିଏ ଟ୍ରକ୍‌ ଭାରସାମ୍ୟ ହରାଇ ତା’ ଆଗରେ ଯାଉଥିବା ଆଉ ଗୋଟିଏ ଟ୍ରକ୍‌କୁ ଧକ୍କା ଦେଇଥିଲା। ଏହି ଟ୍ରକ୍‌ଟିର ବେଗ ଅଧିକ ଥିବାରୁ ଏହା ଛେତ୍ରୀଙ୍କ ପରିବାର ଲୋକ ଯାଉଥିବା କାର୍‌ ଉପରେ ମାଡ଼ି ଯାଇଥିଲା।

ଏହା ଏଭଳି ଅବସ୍ଥାରେ କିଛି ବାଟ ଯିବା ପରେ ରାସ୍ତାରେ ଓଲଟି ପଡ଼ିଥିଲା। ପଛ ପଟୁ ଟ୍ରକ୍‌ ଧକ୍କା ଦେବାରୁ କାର୍‌ଟି ସାମ୍ନାରେ ଯାଉଥିବା ଆଉ ଦୁଇଟି ଟ୍ରକ୍‌ ମଧ୍ୟରେ ପସି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟିରେ ନିଆଁ ମଧ୍ୟ ଲାଗି ଯାଇଥିଲା। ଟ୍ରକ୍‌ର ଡ୍ରାଇଭର ରମେଶ ନିକାମ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା କାମୋଥେରେ ଥିବା ଏମଜିଏମ ହସ୍ପିଟାଲରେ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos